ETV Bharat / sports

ଶ୍ରୀଲଙ୍କା କ୍ରିକେଟ ଟିମକୁ କଲମ୍ବୋରେ ସ୍ୱାଗତ କଲେ ଦେଶବାସୀ - ଏସିଆ କପ ବିଜେତା

ଏସିଆ କପ ବିଜେତା ଅର୍ଥାତ ଶ୍ରୀଲଙ୍କା କ୍ରିକେଟ ଦଳକୁ ନିଜ ମାଟିରେ ବିଜୟ ଟୀକା ସହିତ ସ୍ବାଗତ କରାଯାଇଛି । ମଙ୍ଗଳବାର ସକାଳୁ ଏସିଆ କପ ବିଜେତା ଶ୍ରୀଲଙ୍କା କ୍ରିକେଟ ଟିମକୁ ସ୍ବାଗତ କରିବା ପାଇଁ ଏୟାରପୋର୍ଟ ପାଖରେ ଭିଡ ଜମାଇ ଥିଲେ । ଅଧିକ ପଢନ୍ତୁ

ଶ୍ରୀଲଙ୍କା କ୍ରିକେଟ ଟିମକୁ କଲମ୍ବୋରେ ସ୍ବାଗତ କଲେ ଦେଶବାସୀ

author img

By

Published : Sep 13, 2022, 10:42 PM IST

ହାଇଦ୍ରାବାଦ: ଶ୍ରୀଲଙ୍କା ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ସତ୍ତ୍ବେ ଏସିଆ କପ ବିଜେତା ଅର୍ଥାତ ଶ୍ରୀଲଙ୍କା କ୍ରିକେଟ ଦଳକୁ ନିଜ ମାଟିରେ ବିଜୟ ଟୀକା ସହିତ ସ୍ବାଗତ କରାଯାଇଛି । ମଙ୍ଗଳବାର ସକାଳୁ ଏସିଆ କପ ବିଜେତା ଶ୍ରୀଲଙ୍କା କ୍ରିକେଟ ଟିମକୁ ସ୍ବାଗତ କରିବା ପାଇଁ ଏୟାରପୋର୍ଟ ପାଖରେ ଭିଡ ଜମାଇ ଥିଲେ । ରବିବାର ଦାସୁନ ସନକା ଦଳ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୨୩ ରନରେ ହରାଇ ଷଷ୍ଠ ଥର ପାଇଁ ଏସିଆ କପ ଟାଇଟଲ ହାସଲ କରିଛନ୍ତି ।

ଏସିଆ କପ ଫାଇନାଲ ମ୍ୟାଚରେ ୭୧ ରନର ଇନିଂସ ଖେଳି ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ଶ୍ରୀଲଙ୍କା ବ୍ୟାଟର ଭାନୁକା ରାଜପକ୍ଷେ ଏୟାରପୋର୍ଟରୁ ବାହାରକୁ ଆସି କହିଥିଲେ ଏହା ସମଗ୍ର ଦେଶର ବିଜୟ । ଆମେ ଯେମିତି ଭାବରେ ଖେଳିଲୁ ଆଉ ଏସିଆ କପ ଟାଇଟଲ ହାସଲ କରିବାରେ ସଫଳ ରହିଲୁ ସେଥିରେ ଆମେ ଦେଶବାସୀଙ୍କ ମୁହଁରେ ହସ ଫୁଟାଇ ପାରିଛେ । ଏହା ଆମ ପାଇଁ ସବୁଠୁ ବଡ ବିଜୟ । ଏହା ସହିତ ଭାନୁକା ରାଜପକ୍ଷେ ଦେଶର ଆର୍ଥିକ ସଙ୍କଟ ବବାଦରେ କହିଛନ୍ତି ଏକ ଦେଶ ଭାବରେ ଦୁନିଆ ଆମକୁ ଏକ ଅଲଗା ନଜରରେ ଦେଖୁଛି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ବହୁତ ଦିନରୁ ଶ୍ରୀଲଙ୍କା କ୍ରିକେଟ ଦଳ କୌଣସି ଟାଇଟଲ ହାସଲ କରିବା ପାଇଁ ବିଫଳ ରହିଥିଲା । ହେଲେ କ୍ରିକେଟ ପ୍ରଶଂସକ ମାନେ ଆମ ଉପରେ ଭରଷା ଉଠାଇନଥିଲେ । ଆମକୁ ଏହି ପ୍ରତିଯୋଗିତାରେ ବହୁତ ଚ୍ୟାଲେଞ୍ଜ ସାମନା କରିବାକୁ ପଡିଛି । ବହୁତ ସଂଘର୍ଷ ପରେ ଆମେ ଟାଇଟଲ ହାତେଇବାରେ ସଫଳ ହୋଇପାରିଛୁ । ଏବେ ଆମେ ଏହି ସଫଳତାକୁ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପରେ ଜାରି ରଖିବାକୁ ଚାହୁଁଛୁ ।

ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଚମତ୍କାର କମବ୍ୟାକ ସହ ଫାଇନାଲ ଫାଇଟରେ ପାକିସ୍ତାନକୁ 23 ରନରେ ହରାଇ ଟାଇଟଲକୁ ନିଜ ନାମରେ କରି ନେଇଛି ଶ୍ରୀଲଙ୍କା (Sri Lanka beat Pakistan by 23 runs to win the Asia Cup 2022 trophy) । ରାଜନୈତିକ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଦେଶବାସୀଙ୍କୁ ଟ୍ରଫି ଭେଟି ଦେଇଛି । ଭାନୁକା ରାଜପକ୍ଷଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ଓ ୱାନିଣ୍ଡୁ ହସରଙ୍କା ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.