ETV Bharat / sports

ଭାରତୀୟ କ୍ରୀଡାର ସୁବର୍ଣ୍ଣ ଯୁଗ ଆରମ୍ଭ କହିଲେ ପ୍ରଧାନମନ୍ତ୍ରୀ ମୋଦି

ଭାରତୀୟ କ୍ରୀଡାର ସ୍ବର୍ଣ୍ଣିମ ସମୟର ଏହା ଆରମ୍ଭ ମାତ୍ର । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ନିଜ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡାରେ Commonwealth Games 2022 ପଦକ ବିଜେତା ଭାରତୀୟ ଖେଳାଳିଙ୍କୁ ଭେଟିଛନ୍ତି ମୋଦି । କ୍ରୀଡାକ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରିବା ସହ ଦେଶକୁ ଗର୍ବିତ କରିଥିବାରୁ ସମସ୍ତ ଖେଳାଳିଙ୍କ ପାଇଁ ଭବ୍ୟ ଆୟୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

author img

By

Published : Aug 13, 2022, 7:37 PM IST

Golden age of Indian sports has just begun': PM Modi interacts with CWG 2022 Indian contingent

ନୂଆଦିଲ୍ଲୀ: ଭାରତୀୟ କ୍ରୀଡାର ସ୍ବର୍ଣ୍ଣିମ ସମୟର ଏହା ଆରମ୍ଭ ମାତ୍ର । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ନିଜ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡାରେ(Commonwealth Games 202) ପଦକ ବିଜେତା ଭାରତୀୟ ଖେଳାଳିଙ୍କୁ ଭେଟିଛନ୍ତି ମୋଦି । କ୍ରୀଡାକ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରିବା ସହ ଦେଶକୁ ଗର୍ବିତ କରିଥିବାରୁ ସମସ୍ତ ଖେଳାଳିଙ୍କ ପାଇଁ ଭବ୍ୟ ଆୟୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଆତିଥ୍ୟକୁ ମଧ୍ୟ ହୃଦୟର ସହ ଗ୍ରହଣ କରି କୃତଜ୍ଞତା ଜଣାଇଛନ୍ତି ପଦକ ବିଜେତା ଭାରତୀୟ ଖେଳାଳି ।

ସଦ୍ୟ ସମାପ୍ତ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨(CWG 2022) ପ୍ରତିଯୋଗିତାରେ ଭାରତ ମୋଟ ୬୧ଟି ପଦକ ଜିତିବା ସହ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହିଥିଲା । ଏଥିରେ ୨୨ଟି ସ୍ବର୍ଣ୍ଣ ପଦକ, ୧୬ଟି ରୌପ୍ୟ ଓ ୨୩ଟି କାଂସ୍ୟ ପଦକ ସାମିଲ ରହିଛି । ଖେଳାଳିଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ସମସ୍ତଙ୍କୁ ସ୍ବାଗତ, ସମସ୍ତେ ନିଜ ସୂଚୀରୁ ସମୟ ବାହାର କରି ମୋ ପରିବାରର ସଦସ୍ୟ ଭାବେ ବାସଭବନକୁ ଆସିଥିବାରୁ ବହୁତ ଖୁସି । ମୁଁ ଅନ୍ୟ ଭାରତୀୟଙ୍କ ଭଳି ମଧ୍ୟ ତୁମ ସମସ୍ତଙ୍କ ସହିତ କଥା ହୋଇ ଗର୍ବିତ ।"

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, "ଏହା ଆମର ଯୁବଶକ୍ତିଙ୍କ ପାଇଁ ଆରମ୍ଭ ମାତ୍ର, ଭାରତୀୟ କ୍ରୀଡାର ସୁବର୍ଣ୍ଣ ଯୁଗ ମାତ୍ର ଆରମ୍ଭ ହୋଇଛି ! ଗତ ସପ୍ତାହରେ କ୍ରୀଡାକ୍ଷେତ୍ରରେ ଦେଶ ବଡ ସଫଳତା ହାସଲ କରିଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ ଐତିହାସିକ ପ୍ରଦର୍ଶନ ବ୍ୟତୀତ ଦେଶ ପ୍ରଥମ ଥର ପାଇଁ ଚେସ୍‌ ଅଲମ୍ପିଆଡ ମଧ୍ୟ ଆୟୋଜନ କରିଛି ।"

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଭାରତ କେବଳ ସଫଳତାର ସହ ଆୟୋଜନ(Chess Olympid) କରିନାହିଁ, ବରଂ ଚେସ୍‌ର ବଳିଷ୍ଠ ପରମ୍ପରାକୁ ବଜାୟ ରଖିଛି । ଚେସ୍‌ ଅଲମ୍ପିଆଡରେ ଅଂଶଗ୍ରହଣ କରିଥିବା ଓ ପଦକ ବିଜେତା ହୋଇଥିବା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛି ।"

ଭାରତର ସର୍ବାଧିକ ସଫଳତମ କ୍ରୀଡା ଇଭେଣ୍ଟ ସୁଟିଂକୁ ଏହି ସଂସ୍କରଣର ରାଜ୍ୟଗୋଷ୍ଠୀ କ୍ରୀଡାରେ ସାମିଲ କରାଇନଥିଲେ ସୁଦ୍ଧା ଭାରତ ଐତିହାସକ ପ୍ରଦର୍ଶନ ସହ ୬୧ ପଦକ ଜିତିବାରେ ସକ୍ଷମ ହୋଇପାରିଛି । ଯଦି ସୁଟିଂ ଇଭେଣ୍ଟକୁ ସାମିଲ କରାଯାଇଥାଆନ୍ତା ତେବେ ପଦକ ସଂଖ୍ୟା ଢେର ଅଧିକ ହୋଇପାରିଥା'ନ୍ତା । ଭାରତୀୟ ଟିମ(CWG 2022 Indian contingent) ସହ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ରାଜ୍ୟଗୋଷ୍ଠୀ କ୍ରୀଡାର ଘୋଷଣା ପୂର୍ବରୁ ମୁଁ ତୁମମାନଙ୍କୁ କହିଥିଲି, ସମସ୍ତେ ଫେରିଲେ ଏକାଠି ବିଜୟୋତ୍ସୋବ(Vijayostsav) ମନାଇବା । ମୁଁ ଦୃଢ ଆଶାବାଦୀ ଥିଲି ଯେ ତୁମେମାନେ ବିଜୟୀ ହୋଇ ଫେରିବ ।"

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳି ପ୍ରଥମ ଥର ପାଇଁ ଲନ୍‌ ବଲ୍‌ ଓ କ୍ରିକେଟରେ ପଦକ ଜିତିବା ସହ ଇତିହାସ ରଚିଛନ୍ତି । ବିଶେଷ କରି ଭାରତୀୟ ମହିଳା କ୍ରିକେଟ ଟିମ ରାଜ୍ୟଗୋଷ୍ଠୀ କ୍ରୀଡା ଟିମ ସହ ବର୍ମିଂହାମ ଯାତ୍ରା କରିଥିଲା । ସଂଘର୍ଷପୂର୍ଣ୍ଣ ପାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ଠାରୁ ମାତ୍ର ୯ ରନ୍‌ରେ ପରାସ୍ତ ହେବାସହ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା । ଅନ୍ୟପଟେ ଲନ୍‌ ବଲ୍‌(Lawn bowls) ଟିମରେ ଥିବା ରୂପା ରାଣୀ ତିର୍କୀ, ନୟନମଣୀ ସାଇକିଆ, ଲଭଲି ଚୌବେ ଓ ପିଙ୍କି ସିଂ ଏହି ଖେଳରେ ଦେଶପାଇଁ ପ୍ରଥମ ପଦକ ଜିତି ଇତିହାସ ରଚିଥିଲେ । ମହିଳା ଇଭେଣ୍ଟର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ହରାଇବା ସହ ସ୍ବର୍ଣ୍ଣ ପଦକ ହାତେଇଥିଲେ । ପୁରୁଷ ଟିମ ମଧ୍ୟ ରୌପ୍ୟ ପଦକ ହାତେଇଥିଲା ।

ଅନ୍ୟପଟେ ଶକ୍ତିଯୁକ୍ତ ଖେଳ କୁସ୍ତି, ବକ୍ସିଂ ଓ ଭାରୋତ୍ତୋଳନ ପରି ଖେଳରେ ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲା । କୁସ୍ତିରେ ଭାରତ ୧୨ଟି ପଦକ ଜିତି ନୂଆ ରେକର୍ଡ କରିଥିଲା । ବହୁଦେଶୀୟ ମେଗା କ୍ରୀଡାପ୍ରତିଯୋଗିତାରେ ଭାରତ ପାଇଁ ୨୦୨୨ ସଂସ୍କରଣରେ ଏହି ଖେଳ ସବୁଠୁ ଅଧିକ ସଫଳତମ ଖେଳ ରହିଥିଲା । ପ୍ରାୟ ପ୍ରତ୍ୟେକ ବର୍ଗରେ ଭାରତ ପଦକ ଜିତିବା ସହ ମୋଟ ୬ଟି ସ୍ବର୍ଣ୍ଣ ନିଜ ନାମରେ କରିଥିଲା ।

ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ରବି ଦହିୟା, ଦୀପକ ପୁନିଆ, ସାକ୍ଷୀ ମଲିକ ଭିନେଶ ଫୋଗଟ ଓ ନବୀନଙ୍କ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ବିଜୟୀ ହୋଇଥିଲେ । ସେହିପରି ଭାରତ୍ତୋଳୋନରେ ୩ଟି ସ୍ବର୍ଣ୍ଣ ସମେତ ୧୦ଟି ପଦକ ଜିତିଥିଲା ଟିମ ଇଣ୍ଡିଆ । ମୀରାବାଇ ଚାନୁ, ଅଚିନ୍ତ ସେଉଳି ଓ ଜେରେମି ଲାଲ୍ରିନ୍ନୁଙ୍ଗା ସ୍ବର୍ଣ୍ଣରେ ଚମକିଥିଲେ । ଭାରତୀୟ ବକ୍ସର ମଧ୍ୟ ୭ଟି ପଦକ ହାତେଇଥିଲେ । ଅମିତ ପଙ୍ଘଲ, ନିତୁ ଘାଙ୍ଗାସ ଓ ନିଖତ ଜରିନଙ୍କ ୩ଟି ସ୍ବର୍ଣ୍ଣ ପଦକ ବିଜେତା ରହିଥିଲେ । ପୁରୁଷ ଟ୍ରିପଲ ଜମ୍ପ୍‌ରେ ଏଲଡେସ ପୌଲ ସ୍ବର୍ଣ୍ଣ ସମେତ ଆଥଲେଟିକ୍ସରେ ଭାରତୀୟ ଆଥଲେଟ୍‌ ୮ଟି ପଦକ ଜିତିଥିଲେ । ଅବିନାଶ ସାବଲେ(ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ରୌପ୍ୟ), ଅନ୍ନୁ ରାଣୀ(ମହିଳା ଜାଭେଲିନ ଥ୍ରୋରେ ବ୍ରୋଞ୍ଜ), ମୂରଲି ଶ୍ରୀଶଙ୍କର(ପୁରୁଷ ଲଙ୍ଗ ଜମ୍ପ୍‌ରେ ରୌପ୍ୟ) ଜିତିଥିଲେ ।

ସେହିପରି, ବ୍ୟାଡମିଣ୍ଟନ, ଜୁଡୋ, ପାୱାରଲିପ୍ଟର, ମହିଳା ହକିରେ ମଧ୍ୟ ଭାରତୀୟ ଖେଳାଳି କମାଲ କରିବା ସହ ପଦକ ବିଜେତା ହୋଇଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡା ଫ୍ଲାଗ୍‌ ଭିକ୍ଟୋରିଆ ଗଭର୍ଣ୍ଣରଙ୍କୁ ପ୍ରଦାନ କରାଯାଇଥିଲା । ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟ ପରବର୍ତ୍ତୀ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬ର ଆୟୋଜକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.