ETV Bharat / sports

ବିନିଙ୍କ ବେକରେ ମାକ୍ସୱେଲଙ୍କ ବରଣମାଳା, ଭିଡିଓ ଭାଇରାଲ

author img

By

Published : Mar 29, 2022, 7:47 PM IST

ଅଷ୍ଟ୍ରେଲୀୟ ଅଲ୍‌-ରାଉଣ୍ଡର ଗ୍ଳେନ ମାକ୍ସୱେଲ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ଭାରତୀୟ ବଂଶୋଦ୍ଭବ ବିନି ରମଣଙ୍କୁ ଅଷ୍ଟ୍ରେଲିଆରେ ବିବାହ କରିଥିଲେ । ତେବେ ଚେନ୍ନାଇରେ ଏହି ନବଦମ୍ପତି ଭାରତୀୟ ବିବାହ ରୀତିନୀତିରେ ପୁଣିଥରେ ବିବାହ କରିଛନ୍ତି । ଅଧିକ ପଢନ୍ତୁ

Glenn Maxwell, Vini Raman Wedding With Indian Rituals in Chennai, Video Goes Viral
ବିନିଙ୍କ ବେକରେ ମାକ୍ସୱେଲଙ୍କ ବରଣମାଳା, ଭିଡିଓ ଭାଇରାଲ

ଚେନ୍ନାଇ: ଅଷ୍ଟ୍ରେଲୀୟ ଅଲ୍‌-ରାଉଣ୍ଡର ଗ୍ଳେନ ମାକ୍ସୱେଲ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ଭାରତୀୟ ବଂଶୋଦ୍ଭବ ବିନି ରମଣଙ୍କୁ ଅଷ୍ଟ୍ରେଲିଆରେ ବିବାହ କରିଥିଲେ । ତେବେ ଚେନ୍ନାଇରେ ଏହି ନବଦମ୍ପତ୍ତି ଭାରତୀୟ ବିବାହ ରୀତିନୀତିରେ ପୁଣିଥରେ ବିବାହ କରିଛନ୍ତି । ଏହି ସମୟ ବେଳର ଭିଡିଓ ଭାଇରାଲ ହେବାରେ ଲାଗିଛି । ବିନି ଭାରତୀୟ ମୂଳ ବଂଶୋଦ୍ଭବ ହୋଇଥିବାରୁ ମାକ୍ସୱେଲ ଓ ବିନି ଦୁଇଥର ବିବାହ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନେଇଥିଲେ ।

Congratulations @Gmaxi_32 & @vini_raman.Here is a short clip of their marriage. It will be interesting to see their support in International & IPL😅😂😉.all the best for your new journey.god bless.#IPL2022 #GlennMaxwell #ViniRaman #CricketTwitter @IPL @ChennaiIPL @RCBTweets pic.twitter.com/Prj4FOt8te

— Archisman Mishra (@iamarchis16) March 29, 2022

ଚଳିତ ସପ୍ତାହରେ ନବଦମ୍ପତି ଭାରତୀୟ ଷ୍ଟାଇଲରେ ସେମାନଙ୍କର ବିବାହ ଶେଷ କରିଛନ୍ତି । ଏହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଭୟ ମାକ୍ସୱେଲ ଓ ବିନି ପରସ୍ପର ବେକରେ ବରମାଳ ପକାଇଥିଲେ, ଯାହାକି ତାମିଲ ବିବାହ ରିତିନୀତିରେ ଏକ ଲୋକପ୍ରିୟ ପ୍ରଥା । ଚେନ୍ନାଇରେ ଅନୁଷ୍ଠିତ ହୋଇଥିବା ମାକ୍ସୱେଲ ଓ ବିନିଙ୍କ ବିବାହ ଉତ୍ସବ କାର୍ଡ ମଧ୍ୟ ତାମିଲରେ ପ୍ରିଣ୍ଟ ହୋଇଥିଲା ଓ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଥିଲା । COVID-19 ମହାମାରୀର ଠିକ୍‌ ପୂର୍ବରୁ 2020ରେ ମାକ୍ସୱେଲ ଓ ବିନିଙ୍କ ନିର୍ବନ୍ଧ ହୋଇଥିଲା ।

ମାକ୍ସୱେଲ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଟିମ ପକ୍ଷରୁ ଖେଳୁଛନ୍ତି । ୧୧ କୋଟି ଟଙ୍କାରେ ଆରସିବି ମାକ୍ସୱେଲଙ୍କୁ ରିଟେନ କରିଥିଲା । ଆରସିବି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ ଖୁବଶୀଘ୍ର ଟିମ ସହିତ ଯୋଗଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଚେନ୍ନାଇ: ଅଷ୍ଟ୍ରେଲୀୟ ଅଲ୍‌-ରାଉଣ୍ଡର ଗ୍ଳେନ ମାକ୍ସୱେଲ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ଭାରତୀୟ ବଂଶୋଦ୍ଭବ ବିନି ରମଣଙ୍କୁ ଅଷ୍ଟ୍ରେଲିଆରେ ବିବାହ କରିଥିଲେ । ତେବେ ଚେନ୍ନାଇରେ ଏହି ନବଦମ୍ପତ୍ତି ଭାରତୀୟ ବିବାହ ରୀତିନୀତିରେ ପୁଣିଥରେ ବିବାହ କରିଛନ୍ତି । ଏହି ସମୟ ବେଳର ଭିଡିଓ ଭାଇରାଲ ହେବାରେ ଲାଗିଛି । ବିନି ଭାରତୀୟ ମୂଳ ବଂଶୋଦ୍ଭବ ହୋଇଥିବାରୁ ମାକ୍ସୱେଲ ଓ ବିନି ଦୁଇଥର ବିବାହ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନେଇଥିଲେ ।

ଚଳିତ ସପ୍ତାହରେ ନବଦମ୍ପତି ଭାରତୀୟ ଷ୍ଟାଇଲରେ ସେମାନଙ୍କର ବିବାହ ଶେଷ କରିଛନ୍ତି । ଏହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଭୟ ମାକ୍ସୱେଲ ଓ ବିନି ପରସ୍ପର ବେକରେ ବରମାଳ ପକାଇଥିଲେ, ଯାହାକି ତାମିଲ ବିବାହ ରିତିନୀତିରେ ଏକ ଲୋକପ୍ରିୟ ପ୍ରଥା । ଚେନ୍ନାଇରେ ଅନୁଷ୍ଠିତ ହୋଇଥିବା ମାକ୍ସୱେଲ ଓ ବିନିଙ୍କ ବିବାହ ଉତ୍ସବ କାର୍ଡ ମଧ୍ୟ ତାମିଲରେ ପ୍ରିଣ୍ଟ ହୋଇଥିଲା ଓ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଥିଲା । COVID-19 ମହାମାରୀର ଠିକ୍‌ ପୂର୍ବରୁ 2020ରେ ମାକ୍ସୱେଲ ଓ ବିନିଙ୍କ ନିର୍ବନ୍ଧ ହୋଇଥିଲା ।

ମାକ୍ସୱେଲ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଟିମ ପକ୍ଷରୁ ଖେଳୁଛନ୍ତି । ୧୧ କୋଟି ଟଙ୍କାରେ ଆରସିବି ମାକ୍ସୱେଲଙ୍କୁ ରିଟେନ କରିଥିଲା । ଆରସିବି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ ଖୁବଶୀଘ୍ର ଟିମ ସହିତ ଯୋଗଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.