ETV Bharat / sports

ଗମ୍ଭୀର ଫାଉଣ୍ଡେସନ ନାଁରେ କୋଭିଡ ଔଷଧ ବେଆଇନ ମହଜୁଦ, ବିତରଣ ଅଭିଯୋଗ - କୋଭିଡ-19 ମେଡିସିନ ଫାବିଫ୍ଲୁ

କୋରୋନା ରୋଗୀଙ୍କ ଚିକିତ୍ସାରେ ଜରୁରୀ ବ୍ୟବହୃତ କୋଭିଡ-19 ମେଡିସିନ ଫାବିଫ୍ଲୁ ବେଆଇନ ଭାବେ କିଣି, ମହଜୁଦ ରଖିବା ଓ ବିତରଣ କରିବା ନେଇ ଅଡୁଆରେ ଗୌତମ ଗମ୍ଭୀର ଫାଉଣ୍ଡେସନ । ଅଧିକ ପଢନ୍ତୁ...

Gambhir's foundation illegally stocked-distributed Covid drugs: HC told
ଗମ୍ଭୀର ଫାଉଣ୍ଡେସନଙ୍କ ନାମରେ କୋଭିଡ ଔଷଧ ବେଆଇନ ମହଜୁଦ, ବିତରଣ ଅଭିଯୋଗ
author img

By

Published : Jun 3, 2021, 8:36 PM IST

ନୂଆଦିଲ୍ଲୀ: କୋରୋନା ରୋଗୀଙ୍କ ଚିକିତ୍ସାରେ ଜରୁରୀ ବ୍ୟବହୃତ କୋଭିଡ-19 ମେଡିସିନ ଫାବିଫ୍ଲୁ ବେଆଇନ ଭାବେ କିଣି, ମହଜୁଦ ରଖିବା ଓ ପରେ ବିତରଣ କରିବା ନେଇ ଅଡୁଆରେ ଗୌତମ ଗମ୍ଭୀର ଫାଉଣ୍ଡେସନ । ଦିଲ୍ଲୀ ସରକାରଙ୍କ ଡ୍ରଗ କଣ୍ଟ୍ରୋଲର ଗୁରୁବାର ଦିଲ୍ଲୀ ହାଇକୋର୍ଟକୁ ଏନେଇ ଜଣାଇଛନ୍ତି ।

ଗୌତମ ଗମ୍ଭୀର ଫାଉଣ୍ଡେସନ, ଡ୍ରଗ ଡିଲର ଓ ଏପରି ବେଆଇନ କାର୍ଯ୍ୟ କରୁଥିବା ସଂଗଠନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଆବଶ୍ୟକ ବୋଲି ଦିଲ୍ଲୀ ହାଇକୋର୍ଟକୁ ଜଣାଇଛି ଡ୍ରଗ କଣ୍ଟ୍ରୋଲର ।

ବିଧାୟକ ପ୍ରବୀଣ କୁମାର ମଧ୍ୟ ସମାନ ଅପରାଧରେ ଡ୍ରଗ୍ସ ଓ କସମେଟିକ୍ସ ନିୟମ ଅନୁଯାୟୀ ଦୋଷୀ ହୋଇଥିବା କୋର୍ଟକୁ ଜଣାଇଛି ଡ୍ରଗ କଣ୍ଟ୍ରୋଲର ।

ପରେ କୋର୍ଟ 6 ସପ୍ତାହ ମଧ୍ୟରେ ଏହି ମାମଲାର ଉନ୍ନତି ନେଇ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଡ୍ରଗ କଣ୍ଟ୍ରୋଲରକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 29ରେ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.