ETV Bharat / sports

ତାଜମହଲ ବୁଲି ଦେଖିଲେ ବ୍ରାଏନ ଲାରା

author img

By

Published : Feb 21, 2022, 7:47 PM IST

ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ତଥା ବର୍ତ୍ତମାନର ସନରାଇଜ ହାଇଦ୍ରାବାଦ କ୍ରିକେଟ ଟିମର ବ୍ୟାଟିଂ କୋଚ ବ୍ରାଏନ ଲାରା ଆଜି ତାଜମହଲ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ତାଜ ମହଲ ବୁଲି ଦେଖିଲେ ବ୍ରାଏନ ଲାରା
ତାଜ ମହଲ ବୁଲି ଦେଖିଲେ ବ୍ରାଏନ ଲାରା

ଆଗ୍ରା: ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ତଥା ବର୍ତ୍ତାମାନର ସନରାଇଜ ହାଇଦ୍ରାବାଦ କ୍ରିକେଟ ଟିମର ବ୍ୟାଟିଂ କୋଚ ବ୍ରାଏନ ଲାରା ଆଜି ତାଜମହଲ ପରିଦର୍ଶନ କରିଛନ୍ତି । ସେ ଆଜି ସକାଳ ୬.୪୫ରେ ତାଜମହଲ ନିକଟରେ ପହଞ୍ଚିଥିଲେ । ଏହାପରେ ଅଧଘଣ୍ଟା ଧରି ଐତିହ୍ୟସ୍ଥଳୀ ପରିକ୍ରମା କରିଥିଲେ ।

ତାଜ ମହଲ ବୁଲି ଦେଖିଲେ ବ୍ରାଏନ ଲାରା
ତାଜ ମହଲ ବୁଲି ଦେଖିଲେ ବ୍ରାଏନ ଲାରା

ଅନ୍ୟପଟେ ଗାଇଡ୍‌ ରିଜୱାନ ଲାରାଙ୍କୁ ତାଜମହଲର ଇତିହାସ ବିଷୟରେ ଜଣାଇଥିଲେ । ତେବେ ଲାରା ପ୍ରଥମେ ୧୯୮୪ ମସିହାରେ ତାଜମହଲ ଦେଖିବାକୁ ଆସିଥିବା ବେଳେ ଏବେ ବହୁତ ଦିନ ପରେ ଗତକାଲି ସଂଧ୍ୟାରେ ତାଜମହଲ ଦେଖିବା ପାଇଁ ଲାରା ଆଗ୍ରାରେ ପହଞ୍ଚିଥିଲେ ।

ମାତ୍ର ସଂଧ୍ୟା ୬ଟା ହୋଇଯାଇ ଥିବାରୁ ଲାରା ତାଜମହଲ ଦେଖି ପାରି ନଥିଲେ । ତେବେ ସେ ଆଗ୍ରାରେ ରାତିରେ ରହିବା ସହ ଆଜି ସକାଳୁ ତାଜମହଲ ବୁଲି ଦେଖିଛନ୍ତି । ଅନ୍ୟପଟେ ଆଗାମୀ ଦିନରେ ପରିବାର ସହ ତାଜମହଲ ଦେଖିବା ଲାଗି ଆସିବେ ବୋଲି ଲାରାଙ୍କ ଜଣେ ବନ୍ଧୁ ଗାଇଡ୍‌ ରିଜୱାନ ଆଗରେ କହିଛନ୍ତି ।

ଅପରପକ୍ଷେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ବିଭାଗର ଥିବା ପର୍ଯ୍ୟଟକଙ୍କ ଖାତାରେ ଲାରା କିଛି ଲେଖି ନଥିବା ଜଣାପଡିଛି । ଏହା ତାଙ୍କର ବ୍ୟକ୍ତିଗତ ଗସ୍ତ ହୋଇଥିବାରୁ ସେ ଲେଖି ନଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.