ETV Bharat / sports

ପୂର୍ବତନ କ୍ରିକେଟ ରଣତୁଙ୍ଗାଙ୍କ ଭାଇଙ୍କୁ 2 ବର୍ଷ ଜେଲ୍‌ ଦଣ୍ଡାଦେଶ - ପୂ୍ର୍ବତନ କ୍ରିକେଟର ଅର୍ଜୁନ ରଣତୁଙ୍ଗାଙ୍କ ସାନ ଭାଇ ଦୋଷୀ ସାବ୍ୟସ୍ତ

1996 ବିଶ୍ବକପ ବିଜେତା ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କ ସାନ ଭାଇ ପ୍ରସନ୍ନ ରଣତୁଙ୍ଗା ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

ଶ୍ରୀଲଙ୍କା ପୂର୍ବତନ କ୍ରିକେଟରଙ୍କ ଭାଇଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶ

author img

By

Published : Jun 7, 2022, 11:57 AM IST

Updated : Jun 7, 2022, 12:19 PM IST

କଲମ୍ବୋ: ଶ୍ରୀଲଙ୍କା ପୂର୍ବତନ କ୍ରିକେଟର ଅର୍ଜୁନ ରଣତୁଙ୍ଗାଙ୍କ ସାନ ଭାଇ ଦୋଷୀ ସାବ୍ୟସ୍ତ । 1996 ବିଶ୍ବକପ ବିଜେତା ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କ ସାନ ଭାଇ ପ୍ରସନ୍ନ ରାଣାତୁଙ୍ଗ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ 2ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ସୂଚନା ଅନୁସାରେ, ପ୍ରସନ୍ନ ଶ୍ରୀଲଙ୍କା ସହର ବିକାଶ ମନ୍ତ୍ରୀ ଥିଲେ । 2015ରେ ତାଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଥିଲା । ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ସଙ୍କଟ ପାଇଁ ସ୍ଥିତି ଖରାପ ଅଛି ।

58 ବର୍ଷୀୟ ଅର୍ଜୁନଙ୍କ ଭାଇଙ୍କ ଉପରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । 7 ବର୍ଷ ପୂର୍ବେ ସହର ବିକାଶ ବିଭାଗ ଦ୍ବାରା ଏହି ମାମଲା ଦାୟର ହୋଇଥିଲା । ହାଇକୋର୍ଟ ଏହି ମାମଲାର ଦାଣ୍ଡାଦେଶ ଶୁଣାଇଛନ୍ତି । ପ୍ରସନ୍ନ ପତ୍ନୀଙ୍କୁ ମାମଲାରେ ନିର୍ଦ୍ଦୋଶରେ ଖଲାସ କରାଯାଇଛି । ହାଇକୋର୍ଟ ଶୁଣାଣି କରି ପ୍ରସନ୍ନଙ୍କୁ 2କୋଟି 50 ଲକ୍ଷ ଜୋରିମାନା ସହ ବ୍ୟବସାୟୀଙ୍କୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ପ୍ରକାଶ ଥାଉ କି, ଅର୍ଜୁନ ରଣତୁଙ୍ଗା ତାଙ୍କ କ୍ୟାରିଅରରେ 93 ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସେଥିଲେ 5105 ରନ କରିଛନ୍ତି । 269 ଦିନିକିଆରେ 7456 ରନ କରିଛନ୍ତି । ଦୁଇଟି ଫର୍ମାଟରେ ତାଙ୍କର 4-4ଥର ଶତକ ରହିଛି । ଏହା ସହିତ ଟେଷ୍ଟରେ 16 ଓ ଦିନିକିଆରେ 79ଟି ୱିକେଟ ନେଇଛନ୍ତି ।

Last Updated : Jun 7, 2022, 12:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.