ରାଜକୋଟ: କ୍ରୀଡା ଜଗତ ପାଇଁ ଦୁଃଖ ଖବର । କୋରୋନାରେ ଆଖି ବୁ଼ଜିଲେ ପୂର୍ବତନ ସ୍ବରାଷ୍ଟ୍ର କ୍ରିକେଟର ତଥା ବିସିସିଆଇ ରେଫରି ରାଜେନ୍ଦ୍ରସ୍ନିହ ଜାଡେଜାଙ୍କ । ମୃତ୍ୟୁ ବେଳକୁ ତାଙ୍କୁ 66ବର୍ଷ ବୟସ ହୋଇଥିଲା ।
ରାଜେନ୍ଦ୍ରଙ୍କ ଅକାଳ ବିୟୋଗରେ ସ୍ବରାଷ୍ଟ୍ର କ୍ରିକେଟ ଆସୋସିଏସନ ପକ୍ଷରୁ ଗଭୀର ଦୁଃଖ ପ୍ରକାଶ ପାଇଛି । ସ୍ବରାଷ୍ଟ୍ରର କ୍ରିକେଟରେ ରାଜେନ୍ଦ୍ରସ୍ନିହଙ୍କ ଉଲ୍ଲେଖନୀୟ ଅବଦାନ ରହିଛି । କୋରୋନା ସହିତ ଲଢେଇ କରି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ରାଜେନ୍ଦ୍ର ।
ରାଜେନ୍ଦ୍ରସ୍ନିହ ଜଣେ ଭଲ ଡାହାଣହାତୀ ପେସ ବୋଲର ଓ ଅଲରାଉଣ୍ଡର ଥିଲେ । ସେ ତାଙ୍କ କ୍ୟାରିୟରରେ 50ଟି ପ୍ରଥମ ଶ୍ରେଣୀ ମ୍ୟାଚ ଓ 11ଟି ଲିଷ୍ଟ ଏ ମ୍ୟାଚ ଖେଳିଛନ୍ତି । କ୍ୟାରିୟର ଭିତରେ ସେ 134ଟି ୱିକେଟ ହାତେଇବାରେ ସଫଳ ହୋଇଥିଲେ । ରାଜେନ୍ଦ୍ରସ୍ନିହ 53 ପ୍ରଥମ ଶ୍ରେଣୀ ମ୍ୟାଚ୍, 18 ତାଲିକା ଏ ଖେଳ ଏବଂ 34 ଟି -20 ରେ ବିସିସିଆଇର ଅଫିସିଆଲ୍ ରେଫରି ଭାବରେ କାର୍ଯ୍ୟ କରିଥିଲେ। ସେ ଖେଳିଥିବା ପ୍ରଥମ ଶ୍ରେଣୀ ମ୍ୟାଚରେ 1,536 ରନ ସଂଗ୍ରହ କରିଥିବାବେଳେ 104ରନ ଲିଷ୍ଟ ଏ ମ୍ୟାଚରେ ସଂଗ୍ରହ କରିଛନ୍ତି ।
ଖାଲି ସେତିକି ନୁହେଁ ସେ ସ୍ବରାଷ୍ଟ୍ର କ୍ରିକେଟ୍ ଆସୋସିଏସନର ଚୟନକର୍ତ୍ତା, ପ୍ରଶିକ୍ଷକ ତଥା ଦଳର ପରିଚାଳକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ରାଜେନ୍ଦ୍ରସ୍ନିହ ଜଣେ ଉତ୍ତମ ଗୁଣବତ୍ତା ଏବଂ ଭଲ କ୍ରିକେଟ୍ ଦକ୍ଷତାପୂର୍ଣ୍ଣ ଥିବା ବ୍ୟକ୍ତି ଥିଲେ । କ୍ରିକେଟ୍ ପ୍ରତି ତାଙ୍କର ଉତ୍ସର୍ଗୀକୃତତା ଏବଂ ଅବଦାନ ସ୍ମରଣୀୟ ସବୁଦିନ ପାଇଁ ରହିବ ବୋଲି କହିଛନ୍ତି ବିସିଆଇର ପୂର୍ବତନ ସଚିବ ନିର଼ଞ୍ଜନ ଶାହା । ଏସସିଏ ସଭାପତି ଜୟଦେବ ଶାହା ମଧ୍ୟ ତାଙ୍କ ଦେହାନ୍ତରେ ସମବେଦନା ଜଣାଇ କହିଛନ୍ତି, ଏହା କ୍ରିକେଟ୍ ଜଗତ ପାଇଁ ଏକ ବଡ କ୍ଷତି। ରାଜେନ୍ଦ୍ର ସାର୍ ଜଣେ ସର୍ବୋତ୍ତମ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଥିଲେ । ମୁଁ ତାଙ୍କର ମୁଖ୍ୟ ପ୍ରଶିକ୍ଷଣରେ ଅନେକ ମ୍ୟାଚ୍ ଖେଳିବାର ସୌଭାଗ୍ୟ ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ