ରାଜକୋଟ: ମହାମାରୀ COVID-19ରେ ସଂକ୍ରମିତ ହେବାପରେ ପ୍ରାଣ ହରାଇଲେ ଆଉ ଜଣେ କ୍ରିକେଟର । COVIDରେ ଆକ୍ରାନ୍ତ ହେବାପରେ ପୂର୍ବତନ ସୌରାଷ୍ଟ୍ର କ୍ରିକେଟର ଅମ୍ବାପ୍ରତସିଂହଜି ଜାଡେଜାଙ୍କର ମଙ୍ଗଳବାର ମୃତ୍ୟୁ ହୋଇଛି । ଏନେଇ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ(SCA) ପକ୍ଷରୁ ସୂଚନା ମିଳଛି । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।
ଏହାମଧ୍ୟ ପଢନ୍ତୁ: Ind vs SA: ଶାର୍ଦ୍ଦୁଳଙ୍କ ଶାଣିତ ବୋଲିଂ, ଟିମ ଇଣ୍ଡିଆର କାଉଣ୍ଟର ଆଟାକ୍
ପୂର୍ବତନ ଭେଟେରାନ କ୍ରିକେଟରଙ୍କ ମୃତ୍ୟୁରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଗଭୀର ଶୋକବ୍ୟକ୍ତ କରିଛି । COVID-19 ସାଙ୍ଗରେ ଲମ୍ବା ଲଢେଇରେ ହାରିଯାଇଛନ୍ତି ଅମ୍ବାପ୍ରତସିଂହଜି । ମଙ୍ଗଳବାର ସକାଳୁ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ସଂଘ ପକ୍ଷରୁ ଏକ ଗଣମାଧ୍ୟମ ବିବୃତିରେ କୁହାଯାଇଛି ।
ଅମ୍ବାପ୍ରତସିଂହଜିଙ୍କ ଘର ଜାମନଗର ଅଞ୍ଚଳରେ ହୋଇଥିବାବେଳେ ସେ ଡାହାଣ ହାତୀ ମିଡିଅମ ପେସ୍ର ଓ ଡାହାଣହାତୀ ବ୍ୟାଟ୍ସମ୍ୟାନ ଥିଲେ । ୮ଟି ରଣଜୀ ଟ୍ରଫି ମ୍ୟାଚ୍ରେ ସେ ସୌରାଷ୍ଟ୍ରକୁ ପ୍ରତିନିଧିତ୍ବ କରିଛନ୍ତି । ପୂର୍ବତନ BCCI ସମ୍ପାଦକ ନିରଞ୍ଜନ ଶାହା ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
IANS