ETV Bharat / sports

Asia Cup 2023 Ind vs Pak: ଶାହୀନଙ୍କୁ ପ୍ରଶଂସା ଆଳରେ ଭାରତୀୟ ବ୍ୟାଟରଙ୍କୁ ଟ୍ରୋଲ କଲେ ଶେହବାଜ ଶରିଫ

author img

By ETV Bharat Odisha Team

Published : Sep 3, 2023, 6:34 PM IST

ଏସିଆ କପ୍‌ ୨୦୨୩ର ତୃତୀୟ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ଭାରତୀୟ ବ୍ୟାଟର । ଶାହୀନ ଆଫ୍ରିଦିଙ୍କ ବଲକୁ ସାମ୍ନା କରିବାକୁ ବିରାଟ କୋହଲି ଓ ରୋହିତ ଶର୍ମା ବିଫଳ ହୋଇଥିବାବେଳେ ନାଁ ନନେଇ ଭାରତୀୟ ବ୍ୟାଟରଙ୍କୁ ଟ୍ରୋଲ କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ । ଅଧିକ ପଢ଼ନ୍ତୁ

ଭାରତୀୟ ବ୍ୟାଟରଙ୍କୁ ଟ୍ରୋଲ କଲେ ଶେହବାଜ ଶରିଫ
ଭାରତୀୟ ବ୍ୟାଟରଙ୍କୁ ଟ୍ରୋଲ କଲେ ଶେହବାଜ ଶରିଫ

ହାଇଦ୍ରାବାଦ: ପ୍ରବଳ ବର୍ଷା କାରଣରୁ ଏସିଆ କପ୍‌ ୨୦୨୩ର ତୃତୀୟ ମ୍ୟାଚ୍‌ ରଦ୍ଦ ହୋଇଛି । ବହୁ ପ୍ରତୀକ୍ଷିତ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ରଦ୍ଦ ହେବା ସହ ବର୍ଷାରେ ଧୋଇଯାଇଛି ପ୍ରଶଂସକଙ୍କ ବହୁ ଅପେକ୍ଷାର ଫଳ । ତେବେ ବର୍ଷା କାରଣରୁ ବାରମ୍ବାର ବ୍ୟାଘାତ ସତ୍ତ୍ବେ ପ୍ରଥମ ଇନିଂସ ସମ୍ପୂର୍ଣ୍ଣ ଖେଳାଯାଇଥିଲା । ଯେଉଁଥିରେ ଟିମ୍‌ ଇଣ୍ଡିଆ ଟପ୍‌ ଅର୍ଡର୍‌ର ପୋଲ୍‌ ଖୋଲିଦେଇଥିଲେ ପାକିସ୍ତାନୀ ପେସର୍‌ । ଭାରତର ସମସ୍ତ ୧୦ ୱିକେଟ୍‌ ପାକିସ୍ତାନର କେବଳ ୩ ଜଣ ଦୃତ ବୋଲର ଅକ୍ତିଆର କରିନେଇଥିବା ବେଳେ ଏକାକୀ ଶାହୀନ ଆଫ୍ରିଦି ୪ ୱିକେଟ୍‌ ହାସଲ କରିନେଇଥିଲେ । ତେବେ ଆଫ୍ରିଦିଙ୍କ ପ୍ରଶଂସାରେ ଶତମୁଖ ହୋଇ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତୀୟ ବ୍ୟାଟରଙ୍କୁ ଟ୍ରୋଲ କରିବାକୁ ପଛାଇନାହାନ୍ତି ।

ଗତକାଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ହେଲେ ପାକିସ୍ତାନର ଶାହୀନ ଶାହ ଆଫ୍ରିଦି, ନସୀମ ଶାହ ଏବଂ ହରିଶ ରୌଫ ଚମତ୍କାର ପ୍ରଦର୍ଶନ ସହ ଟିମ୍‌ ଇଣ୍ଡିଆର ୧୦ଟି ଯାକ ୱିକେଟ ହାସଲ କରିନେଇଥିଲେ । ଅଧିନାୟକ ରୋହିତ ଶର୍ମା ଓ ଅଭିଜ୍ଞ ବ୍ୟାଟର ବିରାଟ କୋହଲିଙ୍କ ୱିକେଟ୍‌ ସହ ଭାରତର ଟପ୍‌ ଅର୍ଡର ବ୍ୟାଟିଂକ୍ରମ ଧ୍ବସ୍ତ କରିଦେବାପରେ ସେଟ୍‌ ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜାଙ୍କ ୱିକେଟ୍‌ ମଧ୍ୟ ଅକ୍ତିଆର କରିଥିଲେ ଶାହୀନ । ନୂଆ ବଲ୍‌ ସହ ଶାହୀନଙ୍କ ଯାଦୁ ଏତେ ଭଲ ଥିଲା ଯେ, ଖୋଦ ପୂର୍ବତନ ଭାରତୀୟ କ୍ରିକେଟର ମଧ୍ୟ ତାଙ୍କୁ ପ୍ରଶଂସା କରିବାକୁ ପଛାଇନଥିଲେ । ତେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ନିଜ X ହ୍ୟାଣ୍ଡେଲ୍‌ରେ ଶାହୀନଙ୍କ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023 Ind vs Pak: ଟିମ୍‌ ଇଣ୍ଡିଆକୁ କାଳ ବାମହାତୀ ପେସର୍‌ !

ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ବିପକ୍ଷରେ ଶାହୀନଙ୍କ ଚମତ୍କାର ପ୍ରଦର୍ଶନ ଦ୍ବାରା ତାଙ୍କ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବେଶ ପ୍ରଭାବିତ ହୋଇଥିଲେ । ସେ ଏହି ବାମହାତୀ ପେସରଙ୍କୁ ପ୍ରଶଂସା କରିବା ସହ ନାଁ ନନେଇ ପରୋକ୍ଷରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ କିମ୍ବଦନ୍ତୀ ଖେଳାଳି ବିରାଟ କୋହଲିଙ୍କୁ ଟାର୍ଗେଟ୍‌ କରିଥିଲେ । ସେ ନିଜ X ହ୍ୟାଣ୍ଡେଲ୍‌ରେ ସେ ଲେଖିଥିଲେ "ସେମାନେ (ଭାରତୀୟ ବ୍ୟାଟର) ତାଙ୍କୁ (ଶାହୀନଙ୍କୁ) ଖେଳି ପାରିବେ ନାହିଁ" । ଯାହା ଏବେ ବେଶ ଭାଇରାଲ ହେଉଛି । କେବଳ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୁହନ୍ତି, ଅନେକ ଭାରତୀୟ ପ୍ରଶଂସକ ମଧ୍ୟ ଶାହୀନଙ୍କ ପ୍ରଭାବୀ ପ୍ରଦର୍ଶନର ପ୍ରଶଂସା କରିବା ସହ ଟିମ୍‌ ଇଣ୍ଡିଆ ବ୍ୟାଟରଙ୍କୁ ସମାଲୋଚନା କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.