ETV Bharat / sports

ତାଲିବାନକୁ ନେଇ ଆଫ୍ରିଦିଙ୍କ ବିବାଦୀୟ ମନ୍ତବ୍ୟ, ସୋସିଆଲ ମିଡିଆରେ ହେଲେ ଟ୍ରୋଲ

author img

By

Published : Aug 31, 2021, 5:30 PM IST

‘ତାଲିବାନର ପ୍ରଧାନମନ୍ତ୍ରୀ ହୁଅନ୍ତୁ ଶାହିଦ ଆଫ୍ରିଦି’ ଏଭଳି କିଛି କହି ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କୁ ଟାର୍ଗେଟ କରିଛନ୍ତି ସୋସିଆଲ ମିଡିଆ ୟୁଜର । ଅଧିକ ପଢ଼ନ୍ତୁ...

ତାଲିବାନକୁ ନେଇ ଆଫ୍ରିଦିଙ୍କ ବିବାଦୀୟ ମନ୍ତବ୍ୟ, ସୋସିଆଲ ମିଡିଆରେ ହେଲେ ଟ୍ରୋଲ
ତାଲିବାନକୁ ନେଇ ଆଫ୍ରିଦିଙ୍କ ବିବାଦୀୟ ମନ୍ତବ୍ୟ, ସୋସିଆଲ ମିଡିଆରେ ହେଲେ ଟ୍ରୋଲ

ଇସଲାମାବାଦ: ‘ତାଲିବାନର ପ୍ରଧାନମନ୍ତ୍ରୀ ହୁଅନ୍ତୁ ଶାହିଦ ଆଫ୍ରିଦି’ ଏଭଳି କିଛି କହି ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କୁ ଟାର୍ଗେଟ କରିଛନ୍ତି ସୋସିଆଲ ମିଡିଆ ୟୁଜର । ସବୁବେବେଳେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହି ଆସୁଥିବା ଶାହିଦ ଆଫ୍ରିଦି ପୁନଃ ତାଲିବାନକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଆଫଗାନିସ୍ତାନରେ ତାଲିବାନ କବଜାକୁ ସକରାତ୍ମକ ବୋଲି କହିଛନ୍ତି ଶାହିଦ । କାରଣ ତାଲିବାନ ମହିଳାଙ୍କୁ କାମ କରିବାକୁ ଅନୁମତି ଦେଉଛନ୍ତି ଓ କ୍ରିକେଟକୁ ଭଲ ପାଉଛନ୍ତି । ଏହା ତାଙ୍କ ସକରାତ୍ମକ ଚିନ୍ତାଧାରାକୁ ପରିସ୍ଫୁଟିତ କରୁଛି ।

  • ❝Taliban have come with a very positive mind. They're allowing ladies to work. And I believe Taliban like cricket a lot❞ Shahid Afridi. He should be Taliban's next PM. pic.twitter.com/OTV8zDw1yu

    — Naila Inayat (@nailainayat) August 30, 2021 " class="align-text-top noRightClick twitterSection" data=" ">

ଏଭଳି ମନ୍ତବ୍ୟ ଦେଉଥିବା ନେଇ ଆଫ୍ରିଦିଙ୍କ ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି । ସୋମବାର ପାକିସ୍ତାନ ପ୍ରିମିୟର ଲିଗର କ୍ୱେଟା ଗ୍ଲାଡିଏଟର୍ସ ପକ୍ଷରୁ ଖେଳିବାକୁ କରାଚୀ ପହଞ୍ଚିଥିଲେ ଆଫ୍ରିଦି । ଏହି ସମୟରେ ଏକ ପ୍ରଶ୍ନର ଉତ୍ତରରେ ଏଭଳି ଦାୟିତ୍ବହୀନ ମନ୍ତବ୍ୟ ଦେଇଥିଲେ ଆଫ୍ରିଦି । ଏହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି ଆଫ୍ରିଦି । ଜଣେ ୟୁଜର ଟ୍ବିଟ୍ କରି କହିଛନ୍ତି ଯେ, "ତାଲିବାନର ସକରାତ୍ମକ ଚିନ୍ତାଧାରା ନେଇ ଆସିଛି । ସେମାନେ ମହିଳାଙ୍କୁ କାମ କରିବାକୁ ଅନୁମତି ଦେଉଛନ୍ତି । ସେମାନେ କ୍ରିକେଟକୁ ମଧ୍ୟ ଭଲ ପାଉଛନ୍ତି ବୋଲି କହୁଛନ୍ତି ଆଫ୍ରିଦି । ମୋ ହିସାବରେ ଆଫ୍ରିଦିଙ୍କୁ ତାଲିବାନର ପ୍ରଧାନମନ୍ତ୍ରୀ ହେବା ଦରକାର ।"

  • There is no difference between Pakistani Shahid Afridi & Taliban presidential candidate Abdul Ghani Baradar
    Both are barbaric pic.twitter.com/DWeH5yAUFP

    — 🍁Noorullah Durrani 🇦🇫🇿🇦🌺🌸| نورالله درانی🍁 (@HajiNoorUllah7) August 31, 2021 " class="align-text-top noRightClick twitterSection" data=" ">

ଏହାପରେ ଆଉ ଜଣେ ଆଫ୍ରିଦିଙ୍କ ଭିଡିଓ ସେୟାର କରି କହିଛନ୍ତି ଯେ, "ଦେଖନ୍ତୁ ଜଣେ ତାଲିବାନ ପ୍ରଶଂସକଙ୍କୁ, ଯିଏ ଖୋଲାଖୋଲି ଭାବରେ ତାଲିବାନ ଭଳି ଆତଙ୍ଗବାଦୀ ସଂଗଠନକୁ ସମର୍ଥନ କରୁଛନ୍ତି । ଏସବୁ ସମ୍ପୂର୍ଣ୍ଣ ମାନବିକତା ଓ ମହିଳା ସ୍ବାଧିନତା ବିରୋଧି । ଆଫ୍ରିଦି ଜଣେ ଜେହାଦିଠାରୁ କିଛି କମ୍ ନୁହଁନ୍ତି । ଏହା ପାକିସ୍ତାନ ଆତଙ୍କବାଦ ସମାଜର ଏକ ଝଲକ । ’ ଆଉ ଜଣେ ୟୁଜର ଲେଖିଛନ୍ତି ଯେ, "ତାଲିବାନର ସଭାପତି ଓ ଶାହିଦ ଆଫ୍ରିଦିଙ୍କ ମଧ୍ୟରେ କିଛି ବି ପାର୍ଥକ୍ୟ ନାହିଁ । ଦୁହେଁ ନିର୍ଦ୍ଦୟ ।"

  • Meet Taliban lover -Shahid Afridi who openly supports Taliban
    A dreaded terror org which is completely against humanity & freedom of women.He is no less than a radicalised Jihadi !

    It’s a reflection of radicalisation level & affinity towards terrorism in Pakistani society ! pic.twitter.com/W3dfyW1wiy

    — Major Surendra Poonia (@MajorPoonia) August 31, 2021 " class="align-text-top noRightClick twitterSection" data=" ">

ଅଗଷ୍ଟ ୧୫ ତାରିଖରୁ ଆଫଗାନିସ୍ତାନକୁ କବଜା କରିଛି ଆତଙ୍କବାଦୀ ସଙ୍ଗଠନ ତାଲିବାନ । ଏହାପରେ ସେଠାରେ ନରସଂହାର ଆରମ୍ଭ ହୋଇଛି । ଆଫଗାନବାସୀ ନିଜ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣ ନେଉଛନ୍ତି । ବିମାନରେ ଲୋକାଲ ଟ୍ରେନ ଭଳି ଭିଡ଼ ଦେଖା ଦେଇଛି । ତାଲିବାନ କବଜା ପରେ ଆଫଗାନିସ୍ତାନର ମାହୋଲ ଅଶାନ୍ତ ରହିଛି । ଏଭଳି ସ୍ଥିତିରେ ଆଫ୍ରିଦିଙ୍କ ବୟାନକୁ ନିନ୍ଦା କରିଛନ୍ତି ସୋସିଆଲ ମିଡିଆ ୟୁଜର । ୪୧ ବର୍ଷୀୟ ପୂର୍ବତନ ପାକିସ୍ତାନୀ କ୍ରିକେଟର ୩୭ ଟେଷ୍ଟ ୩୯୮ଟି ଦିନିକିଆ ଓ ୯୯ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ସେ ଜଣେ ଆକ୍ରାମକ କ୍ରିକେଟର ଭାବରେ ପରିଚୟ ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.