ETV Bharat / sports

ୟାସିନ ମଲ୍ଲିକ ସମର୍ଥନରେ ଆଫ୍ରିଦିଙ୍କ ଟ୍ୱିଟ୍‌, କଡ଼ା ଜବାବ ଦେଲେ ଅମିତ ମିଶ୍ରା

author img

By

Published : May 25, 2022, 9:04 PM IST

ଟ୍ବିଟରରେ ଅମିତ ମିଶ୍ରାଙ୍କ ଗୁଗଲୀରେ ବୋଲ୍‌ଡ୍‌ ହେଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି । ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ ସମର୍ଥନରେ ପାକିସ୍ତାନ ପୂର୍ବତନ ଅଧିନାୟକଙ୍କ ଶାହିଦ ଆଫ୍ରିଦିଙ୍କ ଟ୍ବିଟ୍‌ ପରେ ଜବାବ ରଖିଛନ୍ତି ପୂର୍ବତନ ଭାରତୀୟ ସ୍ପିନର ଅମିତ ମିଶ୍ରା । ଅଧିକ ପଢ଼ନ୍ତୁ

ୟାସିନ ମଲ୍ଲିକ ସମର୍ଥନରେ ଆଫ୍ରିଦିଙ୍କ ଟ୍ବିଟ୍‌, କଡ଼ା ଜବାବ ଦେଲେ ଅମିତ ମିଶ୍ରା

ହାଇଦ୍ରାବାଦ: ଟ୍ବିଟରରେ ଅମିତ ମିଶ୍ରାଙ୍କ ଗୁଗଲୀରେ ବୋଲ୍‌ଡ୍‌ ହେଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି । ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ ସମର୍ଥନରେ ପାକିସ୍ତାନ ପୂର୍ବତନ ଅଧିନାୟକଙ୍କ ଶାହିଦ ଆଫ୍ରିଦିଙ୍କ ଟ୍ବିଟ୍‌ ପରେ ଜବାବ ରଖିଛନ୍ତି ପୂର୍ବତନ ଭାରତୀୟ ସ୍ପିନର ଅମିତ ମିଶ୍ରା । ଭାରତକୁ ନେଇ ସବୁବେଳେ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ରହି ଆସିଛନ୍ତି ଶାହିଦ ଆଫ୍ରିଦି ।

ୟାସିନ ମଲ୍ଲିକକୁ ନେଇ ଶାହିଦ ଆଫ୍ରିଦି ଲେଖିଥିଲେ ଯେ, "ମାନବିକ ଅଧିକାରର ଉଲ୍ଲଂଘନ ବିରୁଦ୍ଧରେ ସ୍ବରକୁ ସବୁବେଳେ ଚୁପ୍‌ କରାଇବାକୁ ବୃଥା ପ୍ରୟାସ କରି ଆସୁଛି ଭାରତ । ୟାସିନ ମଲ୍ଲିକଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଛି ତାହା ମିଥ୍ୟା । କାଶ୍ମୀରର ସ୍ବାଧୀନତା ସଂଗ୍ରାମ ଜାରି ରହିବ । ଅନୈତିକ ଏବଂ ବେଆଇନ ଭାବରେ କାର୍ଯ୍ୟ କରୁଥିବାରୁ କାଶ୍ମୀର ନେତାଙ୍କୁ ନେଟିସ ପଠାଇବାକୁ ମୁଁ ଜାତିସଂଘକୁ ନିବେଦନ କରୁଛି ।"

ୟାସିନ ମଲ୍ଲିକକୁ ଦଣ୍ଡ ବିଧାନ ନେଇ ବିରୋଧ କରିଛନ୍ତି ଶାହିଦ ଆଫ୍ରିଦି । ତେବେ ଏହାରି ମଧ୍ୟରେ ଏହାର ଉଚିତ ଜବାବ ରଖିଛନ୍ତି ପୂର୍ବତନ ଭାରତୀୟ ସ୍ପିନର ଅମିତ ମିଶ୍ରା । ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ପ୍ରିୟର ଶାହିଦ ଆଫ୍ରିଦି ୟାସିନ ମଲ୍ଲିକ ନିଜେ କୋର୍ଟରେ ଦୋଷୀ ବୋଲି ମାନିଛନ୍ତି । ସବୁକିଛି ତୁମ ଜନ୍ମ ତାରିଖ ଭଳି ବିଭ୍ରାନ୍ତକାର ନୁହେଁ ।"

ଆଫ୍ରିଦି ଲଖିଥିବା ଗେମ୍‌ ଚେଞ୍ଜର(Game Changer) ପୁସ୍ତକରେ ନିଜ ଜନ୍ମ ତାରିଖକୁ ନେଇ ଲେଖିଥିଲେ । ପାକିସ୍ତାନୀ କର୍ତ୍ତୃପକ୍ଷ ତାଙ୍କ ତାରିଖ ଭୁଲ୍‌ ଲେଖିଥିବା ସେ ଅଭିଯୋଗ କରିଥିଲେ । ତାହାକୁ ନେଇ ଆଫ୍ରିଦିଙ୍କୁ କଟାକ୍ଷ କରିଛନ୍ତି ଅମିତ ମିଶ୍ରା ।

ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ ମାମଲାରେ ଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀର NIA କୋର୍ଟ । ଫାଶୀ ଦଣ୍ଡାଦେଶ ଦାବି କରିଥିଲା NIA । ଆଜି ରାୟ ଆସିବାକୁ ଥିବାରୁ ୟାସିନକୁ NIA କୋର୍ଟରେ ହାଜର କରାଯାଇଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.