ETV Bharat / sports

ଧୋନୀଙ୍କ ପ୍ରଶଂସା ସହି ପାରିଲେନି ଭଜି ! କହିଲେ କେବଳ ଅଧିନାୟକ ନୁହେଁ, ଟିମ୍‌ ଜିତେ - ବିଶ୍ବ ଟେଷ୍ଟ୍‌ ଚମ୍ପିଆନ୍‌ସିପ୍‌

ଭାରତ ବିଶ୍ବ ଟେଷ୍ଟ୍‌ ଚମ୍ପିଆନ୍‌ସିପ୍‌ ହାରିବା ପରେ ଏମ୍‌ଏସ୍‌ ଧୋନୀଙ୍କୁ ମନେ ପକାଇ ଭାରତ ପାଇଁ ବିଶ୍ବକପ୍‌ ଜିତିଥିବା କଥା ଟ୍ବିଟ୍‌ କଲେ ପ୍ରଶଂସକ । ଏହାକୁ ରିପ୍ଲାଇ ଦେବାକୁ ଯାଇ ଏକା ଅଧିନାୟକ ନୁହେଁ, ଟିମ୍‌ ଜିତିଥାଏ ବୋଲି ଟ୍ବିଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂହ । ଅଧିକ ପଢ଼ନ୍ତୁ

ଧୋନୀଙ୍କ ପ୍ରଶଂସା ସହି ପାରିଲେନି ହରଭଜନ !
ଧୋନୀଙ୍କ ପ୍ରଶଂସା ସହି ପାରିଲେନି ହରଭଜନ !
author img

By

Published : Jun 13, 2023, 4:51 PM IST

ନୂଆଦିଲ୍ଲୀ: ଭାରତୀୟ ବିଶ୍ବ ଟେଷ୍ଟ୍‌ ଚମ୍ପିଆନ୍‌ସିପ୍‌ ହାରିବା ପରେ ଆଇସିସି ଟ୍ରଫି ଜିତିବାର ସ୍ବପ୍ନ ପୁଣି ଭାଙ୍ଗି ଯାଇଛି । ୨୦୧୩ ପରଠାରୁ ଗୋଟିଏ ଆଇସିସି ଟାଇଟଲ ଲକ୍ଷ୍ୟରେ ରହିଥିବା ଭାରତ ପୁଣିଥରେ ଏକ ସୁଯୋଗକୁ ହାତଛଡ଼ା କରିଛି । ବିଶ୍ବ ଟେଷ୍ଟ୍‌ ଚମ୍ପିଆନ୍‌ସିପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ୨୦୯ ରନରେ ହାରିବା ପରେ ସୋସିଆଲ ମିଡିଆରେ ଆକ୍ରୋଶର ଶିକାର ହୋଇଛି ଟିମ୍‌ ଇଣ୍ଡିଆ । ତେବେ ଭାରତ କୌଣସି ଆଇସିସି ଟ୍ରଫି ହାରିବା ପରେ ଏମ୍‌ଏସ୍‌ ଧୋନୀଙ୍କ ପ୍ରଶଂସକମାନେ ତାଙ୍କର ନେତୃତ୍ବକୁ ମନେ ପକାଇଥାନ୍ତି । ଏଥର କିନ୍ତୁ ଏହାକୁ ସହ୍ୟ କରିପାରିନାହାନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂହ ।

  • Yes when these matches were played this young boy was playing alone from india.. not the other 10 .. so alone he won the World Cup trophies .. irony when Australia or any other nation win the World Cup headlines says Australia or etc country won. But when indian wins it’s said… https://t.co/pFaxjkXkWV

    — Harbhajan Turbanator (@harbhajan_singh) June 11, 2023 " class="align-text-top noRightClick twitterSection" data=" ">

ଯେତେବେଳେ ବି ଭାରତ କୌଣସି ଆଇସିସି ଟ୍ରଫି ବାଦ୍‌ ପଡ଼ିଥାଏ, ସେତେବେଳେ ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନୀଙ୍କ ନାଁ ଚର୍ଚ୍ଚାକୁ ଆସିଥାଏ । କାରଣ ଧୋନୀ ତାଙ୍କ ନେତୃତ୍ବରେ ଭାରତକୁ ୩ଟି ଆଇସିସି ଟ୍ରଫି ଭେଟି ଦେଇଛନ୍ତି । ୨୦୦୭ ଟି୨୦ ବିଶ୍ବକପ, ୨୦୧୧ ଦିନିକିଆ ବିଶ୍ବକପ ଏବଂ ୨୦୧୩ ଚମ୍ପିଆନ୍ସ ଟ୍ରଫି ଧୋନୀଙ୍କ ନେତୃତ୍ବରେ ଜିତିଛି ଭାରତ । ହେଲେ ୨୦୧୩ ପରଠାରୁ ଭାରତ ଗୋଟିଏ ମଧ୍ୟ ଆଇସିସି ଟ୍ରଫି ଜିତିପାରିନାହିଁ । ସେଥିପାଇଁ ଯେତେଥର ଭାରତୀୟ ଦଳ ଆଇସିସି ଟ୍ରଫି ଜିତିବାରେ ବିଫଳ ହୋଇଥାଏ, ପ୍ରଶଂସକମାନେ ଧୋନୀଙ୍କୁ ମନେ ପକେଇବା ସହ ବର୍ତ୍ତମାନର ଅଧିନାୟକଙ୍କୁ ଟ୍ରୋଲ୍‌ କରିଥାନ୍ତି । ଏହାରି ଭିତରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ବିଶ୍ବ ଟେଷ୍ଟ୍‌ ଚମ୍ପିଆନ୍‌ସିପ୍‌ ଫାଇନାଲ୍‌ ହାରିଯିବା ପରେ ଜଣେ ପ୍ରଶଂସକ ନିଜ ଟ୍ବିଟର ହ୍ୟାଣ୍ଡେଲ୍‌ରେ ପୂର୍ବତନ ଅଧିନାୟକ ଧୋନୀଙ୍କ ଫଟୋ ସେୟାର କରି ଲେଖିଛନ୍ତି, "କୌଣସି ପ୍ରଶିକ୍ଷକ, କୌଣସି ପରାମର୍ଶଦାତା, ଅଧିକାଂଶ ବରିଷ୍ଠ ଖେଳାଳୀ ଖେଳରେ ଭାଗ ନେବାକୁ ମନା କରିଦେଇଥିଲେ । ପୂର୍ବରୁ ଗୋଟିଏ ମଧ୍ୟ ମ୍ୟାଚ୍‌ର ନେତୃତ୍ବ କରିନଥିବା ଏହି ଯୁବକ (ଧୋନୀ) ପ୍ରାଇମ ଅଷ୍ଟ୍ରେଲିଆକୁ ସେମିଫାଇନାଲରେ ପରାସ୍ତ କରିଥିଲେ ଓ ଅଧିନାୟକ ହେବାର ୪୮ ଦିନ ପରେ ଟି୨୦ ବିଶ୍ବକପ ଜିତିଥିଲେ ।"

ତେବେ ଏକାକୀ ଧୋନୀଙ୍କର ଏତେ ପ୍ରଶଂସାକୁ ସହ୍ୟ କରିପାରିନାହାନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‌ ହରଭଜନ ସିଂହ । ସେ ଏହି ଟ୍ବିଟ୍‌ର ପ୍ରତ୍ୟୁତ୍ତର ଦେଇ ଟୁଇଟ୍ କରି ଲେଖିଛନ୍ତି, "ହଁ, ଯେତେବେଳେ ଏହି ମ୍ୟାଚ୍ ଖେଳାଯାଇଥିଲା, ଏହି ଯୁବକ ଭାରତ ପାଇଁ ଏକାକୀ ଖେଳୁଥିଲେ । ଅନ୍ୟ ୧୦ ଜଣ ଖେଳାଳି ଖେଳୁନଥିଲେ । ସେଥିପାଇଁ ସେ ଏକା ହିଁ ବିଶ୍ବକପ ଟ୍ରଫି ଜିତି ଯାଇଥିଲେ । ବିଡମ୍ବନାର ବିଷୟ ଯେ ଯେତେବେଳେ ଅଷ୍ଟ୍ରେଲିଆ କିମ୍ବା ଅନ୍ୟ କୌଣସି ଦେଶ ବିଶ୍ବକପ ଜିତନ୍ତି, ସେତେବେଳେ ଅଷ୍ଟ୍ରେଲିଆ ବା ଅନ୍ୟ ଦେଶ ଜିତିଛି ବୋଲି ଚର୍ଚ୍ଚା ହୋଇଥାଏ । କିନ୍ତୁ ଯେତେବେଳେ ଭାରତ ଜିତେ, ସେତେବେଳେ ଅଧିନାୟକ ଜିତିଛନ୍ତି ବୋଲି ଚର୍ଚ୍ଚା ହୁଏ । ଏହା ଏକ ଦଳବଦ୍ଧ ଖେଳ । ଏକାଠି ଜିତିବାକୁ ଓ ହାରିବାକୁ ହୋଇଥାଏ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.