ETV Bharat / sports

ଜାତିଗତ ଟିପ୍ପଣୀ ମାମଲାରେ ସହଯୋଗ କରୁ ନାହାନ୍ତି ଯୁବରାଜ ସିଂହ, କୋର୍ଟ କହିଲେ କାର୍ଯ୍ୟାନୁଷ୍ଠାନ ହେବ - yuvraj singh Racial remarks case

ଜାତିଗତ ଟିପ୍ପଣୀ ନେଇ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବିରୋଧରେ ହରିୟାଣାର ହାଂସି ଥାନାରେ ଏତଲା ଦାଏର ହୋଇଥିଲା । ଅଧିକ ପଢ଼ନ୍ତୁ..

ଜାତିଗତ ଟିପ୍ପଣୀ ମାମଲାରେ ସହଯୋଗ କରୁ ନାହାନ୍ତି ଯୁବରାଜ ସିଂହ, କୋର୍ଟ କହିଲେ କାର୍ଯ୍ୟାନୁଷ୍ଠାନ ହେବ

author img

By

Published : Aug 29, 2021, 10:51 PM IST

ଚଣ୍ଡିଗଡ଼: ଜାତିଗତ ଟିପ୍ପଣୀ ନେଇ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବିରୋଧରେ ହରିୟାଣାର ହାଂସି ଥାନାରେ ଏତଲା ଦାଏର ହୋଇଥିଲା । ଏହି ମାମଲାକୁ ଖାରଜ କରିବାକୁ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଅପିଲ କରିଥିଲେ । ଯୁବରାଜ ସିଂହଙ୍କ ପକ୍ଷରୁ ଦିଆଯାଇଥିବା ଯାଚିକାକୁ ନେଇ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଶୁଣାଣି ଜାରି ରହିଛି । ତେବେ ଯୁବରାଜ ଯାଞ୍ଚରେ ସହଯୋଗ କରୁଥିବା ନଥିବା ଅଭିଯୋଗକାରୀଙ୍କ ଓକିଲ ଅଭିଯୋଗ କରିଛନ୍ତି ।

ମାମଲାର ଷ୍ଟାଟସ ମୁତାବକ ବର୍ତ୍ତମାନ ସୁଦ୍ଧା ଯୁବରାଜ ସିଂହ ଥରେ ମାତ୍ର ଯାଞ୍ଚ ପରିସରକୁ ଆସିଥିଲେ । ହେଲେ ସେ ତଦନ୍ତରେ କୌଣସି ସହାୟତା କରିନଥିଲେ । ଏହାସହ ସେ ନିଜ ମୋବାଇଲ ମଧ୍ୟ ପୋଲିସକୁ ଦେଉନଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଯୁବରାଜଙ୍କୁ ମାମଲାର ସହଯୋଗ କରିବା ଚେତାବନୀ ଦେଇଛନ୍ତି ହାଇକୋର୍ଟ ।

ଯୁବରାଜ ସିଂହଙ୍କ ବିରୋଧରେ ଥିବା ମାମଲାରେ ସହଯୋଗ କରିବାକୁ ହାଇକୋର୍ଟ କହିଛନ୍ତି । ଏହା ନକଲେ ତାଙ୍କ ବିରୋଧରେ କାର୍ଯ୍ୟାନୁ୍ଷ୍ଠାନ ନନେବାକୁ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାକୁ ଖାରଜ କରିଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି ।

ବର୍ତ୍ତମାନ ଯୁବରାଜ ସିଂହ ଦୁବାଇ ଗସ୍ତରେ ରହିଛନ୍ତି । ସେ ଫେରିବା ମାତ୍ରେ ପୋଲିସକୁ ସମସ୍ତ ସହଯୋଗ କରିବେ ବୋଲି ଯୁବରାଜ ସିଂହଙ୍କ ଓକିଲ କୋର୍ଟକୁ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.