ହାଇଦ୍ରାବାଦ: ଭାରତର ପରାଜୟ ପରେ ପୂର୍ବତନ କ୍ରିକେଟରଙ୍କ ପ୍ରତିକ୍ରିୟା । ଟି୨୦ ବିଶ୍ବକପ୍ରେ ସେମିରେ ଭାରତର ଶୋଚନୀୟ ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ବହୁ ପୂର୍ବତନ କ୍ରିକେଟର । ଇଂଲଣ୍ଡ ସମ୍ମୁଖରେ ଭାରତ ୧୬୯ ରନ୍ ଟାର୍ଗେଟ ରଖିଥିଲା । ଭାରତୀୟ ବୋଲର ଗୋଟିଏ ବି ୱିକେଟ ନେବାକୁ ସକ୍ଷମ ହୋଇପାରିନଥିଲେ । ଫଳରେ ଇଂଲଣ୍ଡ ୧୬ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଓପନର ଆଲେକ୍ସ ହେଲ୍ସ ଓ ଜୋଶ ବଟଲର ଯଥାକ୍ରମେ ୮୬ ଓ ୮୦ ରନ୍ କରି ଇଂଲଣ୍ଡକୁ ବିଜୟ ଦେଇଥିଲେ ।
-
Embarrassing loss for India. Bowling badly exposed. No meet up in Melbourne unfortunately. pic.twitter.com/HG6ubq1Oi4
— Shoaib Akhtar (@shoaib100mph) November 10, 2022 " class="align-text-top noRightClick twitterSection" data="
">Embarrassing loss for India. Bowling badly exposed. No meet up in Melbourne unfortunately. pic.twitter.com/HG6ubq1Oi4
— Shoaib Akhtar (@shoaib100mph) November 10, 2022Embarrassing loss for India. Bowling badly exposed. No meet up in Melbourne unfortunately. pic.twitter.com/HG6ubq1Oi4
— Shoaib Akhtar (@shoaib100mph) November 10, 2022
ଏହାକୁ ନେଇ ପୂର୍ବତନ କ୍ରିକେଟର ପ୍ରତିକ୍ରିୟା ରଖିଛନ୍ତି । ଏହାକୁ ନେଇ ଅଷ୍ଟ୍ରେଲିଆର ପୂର୍ବତନ ଅଲ୍ରାଉଣ୍ଡର ସେନ୍ ୱାଟସନ୍ କହିଛନ୍ତି, "ଭାରତ ଏହି ମ୍ୟାଚ୍ରେ ଅତି ରକ୍ଷଣାତ୍ମକ ବ୍ୟାଟିଂ କରିଛି । ଦୁର୍ଭାବ୍ୟବଶତଃ ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ଓ କେଏଲ୍ ରାହୁଲ ପ୍ରଥମ ୬ ଓଭରରେ ସ୍କୋର୍ ପାରିନଥିଲେ । ଦୁଇ ବ୍ୟାଟରଙ୍କ ପାଖରେ ସାମର୍ଥ୍ୟ ରହିଛି । କିନ୍ତୁ ଚଳିତ ଟୁର୍ଣ୍ଣାମେଣ୍ଟରେ ତାହା ଦେଖିବାକୁ ମିଳିନଥିଲା । ଆଜିର ମ୍ୟାଚ୍ରେ ଭାରତ ୬ରୁ ୮ ଓଭର ଆଗରୁ ଆକ୍ରାମକ ବ୍ୟାଟିଂ ଆରମ୍ଭ କରିବାର ଥିଲା । କିନ୍ତୁ ତାହା ଦେଖିବାକୁ ମିଳିନଥିଲା, ଯାହା ପରାଜୟର ପ୍ରମୁଖ କାରଣ । ଚହଲଙ୍କୁ ନଖେଳାଇ ଭାରତ ଭୁଲ୍ କରିଛି ।" ଭାରତ-ଇଂଲଣ୍ଡ ମ୍ୟାଚ୍ ପରେ ଏକ ସାକ୍ଷାତକାରରେ ଏହା କହିଛନ୍ତି ସେନ୍ ୱାଟସନ୍ ।
-
India Clueless with the ball. Hales and Buttler too good for this Indian attack.
— Virender Sehwag (@virendersehwag) November 10, 2022 " class="align-text-top noRightClick twitterSection" data="
">India Clueless with the ball. Hales and Buttler too good for this Indian attack.
— Virender Sehwag (@virendersehwag) November 10, 2022India Clueless with the ball. Hales and Buttler too good for this Indian attack.
— Virender Sehwag (@virendersehwag) November 10, 2022
ଏହାକୁ ନେଇ ଭାରତର ପୂର୍ବତନ ଅଲ୍ରାଉଣ୍ଡର ଇର୍ଫାନ୍ ପଠାନ କହିଛନ୍ତି, "ଆଜି ଭାରତଠାରୁ ଇଂଲଣ୍ଡ ଭଲ କ୍ରିକେଟ ଖେଳିଥିଲା । ଏହି ମ୍ୟାଚ୍ରୁ ବହୁତ କିଛି ଶିଖି ପାରିବ ଭାରତ ।"
-
Team England you were a far better team congratulations. For team India, lot to learn and come back harder next time. #INDvsENG
— Irfan Pathan (@IrfanPathan) November 10, 2022 " class="align-text-top noRightClick twitterSection" data="
">Team England you were a far better team congratulations. For team India, lot to learn and come back harder next time. #INDvsENG
— Irfan Pathan (@IrfanPathan) November 10, 2022Team England you were a far better team congratulations. For team India, lot to learn and come back harder next time. #INDvsENG
— Irfan Pathan (@IrfanPathan) November 10, 2022
ସେପଟେ ବିରେନ୍ଦ୍ର ସେହ୍ବାଗ୍ ଟ୍ବିଟ୍ କରି କହିଛନ୍ତି, "ଭାରତ କିଭଳି ବୋଲିଂ କରିବ ତାହାକୁ ନେଇ ଅଜ୍ଞ ହୋଇ ପଡ଼ିଛି । ହେଲ୍ସ ଓ ବଟଲର ଭାରତ ବୋଲିଂ ଆଟାକ ବିରୋଧରେ ଭଲ ପ୍ରଦର୍ଶନ କରିଛନ୍ତି ।"
ପୂର୍ବତନ ପାକିସ୍ତାନୀ ଫାଷ୍ଟ ବୋଲର ସୋଏବ ଅଖତର କହିଛନ୍ତି, "ଭାରତ ପାଇଁ ଲଜ୍ଜାଜନକ ପରାଜୟ । ଭାରତୀୟ ବୋଲିଂ ଆଟାକ୍ ଫେଲ୍ ମାରିଛି । ଦୁର୍ଭାଗ୍ୟବଶତଃ ଭାରତ ମେଲବର୍ଣ୍ଣରେ ପହଞ୍ଚି ପାରିଲା ନାହିଁ ।"