ETV Bharat / sports

ଧୋନୀଙ୍କ ପରେ କିଏ ନେବ CSK ନେତୃତ୍ବ ? ଏହି ଖେଳାଳିଙ୍କ ନାଁ କହିଲେ ରାୟୁଡୁ.. - ଅମ୍ବାତି ରାୟୁଡୁ

ମହେନ୍ଦ୍ର ସିଂହ ଧୋନୀଙ୍କ ପରେ CSKର ଅଧିନାୟକ କିଏ ହେବେ, ସେନେଇ ଜାରି ରହିଛି ଚର୍ଚ୍ଚା । ତେବେ ଏକ ଦଶନ୍ଧି ଧରି ଏହି ଗୁରୁଦାୟିତ୍ବ କେବଳ ଋତୁରାଜ ଗାଏକୱାଡ ତୁଲାଇ ପାରିବେ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ତଥା ସିଏସ୍‌କେ ସଦସ୍ୟ ଅମ୍ବାତି ରାୟୁଡୁ । ଅଧିକ ପଢ଼ନ୍ତୁ

ଧୋନୀଙ୍କ ପରେ କିଏ ନେବେ CSK ନେତୃତ୍ବ ?
ଧୋନୀଙ୍କ ପରେ କିଏ ନେବେ CSK ନେତୃତ୍ବ ?
author img

By

Published : Jul 23, 2023, 5:12 PM IST

ହାଇଦ୍ରାବାଦ: ହାଇପ୍ରୋଫାଇଲ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‌ ଇତିହାସର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପରବର୍ତ୍ତୀ ସିଜନ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହେଲେ ତାଙ୍କ ପରେ ଚେନ୍ନାଇ ସୁପର କିଙ୍ଗ୍‌ସ୍‌ର ନେତୃତ୍ବ କିଏ ନେବ, ତାହାକୁ ନେଇ ଚର୍ଚ୍ଚା ବହୁ ଆଗରୁ ଆରମ୍ଭ ହୋଇଯାଇଛି । ଗତବର୍ଷ ସଂସ୍କରଣର କିଛି ମ୍ୟାଚ୍‌ରେ ଦଳର ଅନୁଭବୀ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏହି ଭାର ସମ୍ଭାଳିଥିଲେ ମଧ୍ୟ ପୁନର୍ବାର ଏହି ଦାୟିତ୍ବ ଧୋନୀଙ୍କ କାନ୍ଧରେ ନ୍ୟସ୍ତ କରାଯାଇଥିଲା । ହେଲେ ଏବେ ଏନେଇ ଏକ ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ କ୍ରିକେଟର ତଥା CSK ସଦସ୍ୟ ଅମ୍ବାତି ରାୟୁଡୁ । ସେ ଧୋନୀଙ୍କ ପରେ ଏହି ଗୁରୁଦାୟିତ୍ବ ଯୁବ ବ୍ୟାଟର ଋତୁରାଜ ଗାଏକୱାଡ ସମ୍ଭାଳିପାରିବେ ବୋଲି ମତ ରଖିଛନ୍ତି ।

ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇଛି । ଯଦିଓ ଏଥିରେ ସେ ଏପର୍ଯ୍ୟନ୍ତ ଖେଳିବାର ସୁଯୋଗ ପାଇନାହାନ୍ତି, ହେଲେ ଋତୁରାଜଙ୍କୁ ଚୀନ୍‌ରେ ଆୟୋଜିତ ହେବାକୁ ଥିବା ଏସିଆନ୍ ଗେମ୍ସ ୨୦୨୩ ପାଇଁ ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଘରୋଇ କ୍ରିକେଟରେ ଗାଏକୱାଡ ମହାରାଷ୍ଟ୍ର ଦଳର ଅଧିନାୟକ ଭାର ସମ୍ଭାଳିବା ବ୍ୟତୀତ ମହାରାଷ୍ଟ୍ର ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ 'ପୁନେରୀ ବାପ୍ପା' ଦଳର ମଧ୍ୟ ଅଧିନାୟକ ଥିଲେ । ଚଳିତବର୍ଷ ଆଇପିଏଲ୍‌ରେ ମଧ୍ୟ ଗାଏକୱାଡ ଜବରଦସ୍ତ ଫର୍ମରେ ନଜର ଆସିଥିଲେ । ସେ ୧୬ତମ ସଂସ୍କରଣରେ ୫୦୦ରୁ ଅଧିକ ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ୍‌ ହାସଲ କରିଥିଲେ ।

ଅମ୍ବାତି ରାୟୁଡ଼ୁ ଏକ କାର୍ଯ୍ୟକ୍ରମରେ କହିଛନ୍ତି, "ଏକ ଦଶନ୍ଧିରୁ ଅଧିକ ସମୟ ପାଇଁ CSK ଅଧିନାୟକ ରହିବା ପାଇଁ ଋତୁରାଜ ଗାଏକୱାଡଙ୍କ ପାଖରେ ବଡ଼ ସୁଯୋଗ ରହିଛି । ଏଥିପାଇଁ ଧୋନୀ ମଧ୍ୟ ତାଙ୍କୁ ପ୍ରସ୍ତୁତ କରୁଛନ୍ତି । ଭାରତୀୟ ଦଳ ମଧ୍ୟ ତାଙ୍କୁ ଭଳ ଭାବରେ ଉପଯୋଗ କରିବ । ସେ ୩ଟି ଯାକ ଫର୍ମାଟରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳୀ ଅଟନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ମଉଳିଲା ଧାୱନଙ୍କ କମ୍‌ବ୍ୟାକ୍‌ ଆଶା; ଏସିଆନ୍‌ ଗେମ୍ସରେ ନେତୃତ୍ବ ନେବେ ଗାଏକ୍‌ୱାଡ, ରିଙ୍କୁଙ୍କୁ ଡକରା

ଟିମ୍‌ ଇଣ୍ଡିଆ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଋତୁରାଜ ଗୋଟିଏ ଦିନିକିଆ ଏବଂ ୯ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି । ସେହି ମଧ୍ୟରୁ ସେ ତାଙ୍କର ପ୍ରଥମ ଦିନିକିଆରେ ମାତ୍ର ୧୯ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ସେ ଖେଳିଥିବା ୯ଟି ଟି୨୦ରେ ୧୬.୮୮ ହାରରେ ଗୋଟିଏ ଅର୍ଦ୍ଧଶତକୀୟ ଇନିଂସକୁ ମିଶାଇ ମୋଟ ୧୩୫ ରନ୍ ସଂଗ୍ରହ କରିଛନ୍ତି । ୨୦୨୦ ଆଇପିଏଲ୍ ସିଜନରେ ଚେନ୍ନାଇ ପକ୍ଷରୁ ଡେବ୍ୟୁ କରିବା ଦିନଠାରୁ, ଗାଏକୱାଡ୍ ୫୨ଟି ମ୍ୟାଚ୍ ଖେଳି ୩୯.୦୭ ହାରରେ ୧୭୯୭ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୧୪ଟି ଅର୍ଦ୍ଧଶତକୀୟ ପାଳି ସାମିଲ ରହିଛି । ଖରାପ ପରିସ୍ଥିତିରେ ଦଳକୁ ଚାପମୁକ୍ତ କରି ସେ ଅନେକ ମ୍ୟାଚ୍‌ ବିପକ୍ଷ ଦଳ ହାତରୁ ଛଡ଼ାଇ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.