ପର୍ଲ: ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ । ବିରାଟ କୋହଲି ଭାରତର ଅଧିନାୟକ ନାହାନ୍ତି, ମାତ୍ର ଦିନିକିଆ ସିରିଜରେ ଭ୍ରମଣକାରୀ ଟିମର ବ୍ୟାଟିଂ ଲାଇନଅପ୍ର ପ୍ରମୁଖ ଶକ୍ତି ହେବେ ବିରାଟ । ମାର୍ଚ୍ଚ ୨୦୨୧ରେ ଇଂଲଣ୍ଡ ବିପକ୍ଷରେ କୋହଲି ଶେଷ ODI ମ୍ୟାଚ୍ ଖେଳିଥିଲେ । ନିୟମିତ କ୍ୟାପଟେନ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଭାରତର ନେତୃତ୍ବ ଭାର ସମ୍ଭାଳିବେ । ତେବେ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଜଣେ ସଂପୂର୍ଣ୍ଣ ବ୍ୟାଟ୍ର ଭାବେ ଏହି ସିରିଜରେ ନଜର ଆସିବେ କୋହଲି ।
ଏହାମଧ୍ୟ ପଢନ୍ତୁ: SA vs Ind: ଦିନିକିଆ ସିରିଜରେ ଓପନିଂ କରିବେ ରାହୁଲ
ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା କହିଛନ୍ତି କୋହଲି ସର୍ବଦା ଗ୍ରୁପ୍ର ନେତା ରହିବେ । ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ବୁମରା କହିଛନ୍ତି, "'ଟିମର ଶକ୍ତି ବୃଦ୍ଧି କରିବାରେ ବିରାଟଙ୍କ ପ୍ରମୁଖ ଭୂମିକା ରହିଛି, ସେ ସର୍ବଦା ଗ୍ରୁପ୍ର ନେତା ରହିବେ ଓ ତାଙ୍କର ଟିମ ପ୍ରତି ବିଶେଷ ଅବଦାନ ରହିଛି ।" ଅନ୍ୟପଟେ ଟେଷ୍ଟ ସିରିଜ ଜିତିସାରିଥିବା ଦକ୍ଷିଣ ଆଫ୍ରିକା ବିଜୟ ଧାରା ଜାରି ରଖିବା ସହ ଦିନିକିଆ ସିରିଜ ମଧ୍ୟ ହାତେଇବା ଲକ୍ଷ୍ୟରେ ରହିବ ।
ଭାରତୀୟ ODI ସ୍କ୍ବାଡ୍: କେଏଲ ରାହୁଲ(କ୍ୟାପଟେନ୍), ଜଶପ୍ରୀତ ବୁମରା, ଶିଖର ଧାୱନ, ଋତୁରାଜ ଗାଏକ୍ବାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟସ ଆୟର, ଋଷଭ ପନ୍ତ(ୱିକେଟ କିପର), ଇଶାନ କିଶନ(ୱିକେଟ କିପର), ୟୁଜଭେନ୍ଦ୍ର ଚହଲ, ଆର ଅଶ୍ବିନ, ଭୁବନେଶ୍ବର କୁମାର, ଦୀପକ ଚହର, ପ୍ରସିଦ୍ଧ କ୍ରୀଷ୍ଣା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ଜୟନ୍ତ ଯାଦବ, ନବଦୀପ ସାଇନି ।
ଦକ୍ଷିଣ ଆଫ୍ରିକା ODI ସ୍କ୍ବାଡ୍: ତେମ୍ବା ବାଭୁମା(କ୍ୟାପଟେନ୍), କେଶବ ମହାରାଜ, କ୍ବିଣ୍ଟନ ଡି କକ୍(ୱିକେଟ କିପର), ଜୁବର ହମଜା, ମାର୍କୋ ଜାନସେନ, ଜନ୍ନେମନ ମଲାନ, ସିସିନ୍ଦା ମଗାଲା, ଆଡନ ମାର୍କ୍ରମ, ଡେଭିଡ ମିଲର, ଲୁଙ୍ଗି ନିଙ୍ଗିଡି, ୱାନେ ପର୍ନେଲ, ଆଣ୍ଡିଲେ ଫେହଲୁକୱାୟୋ, ଡ୍ବାଇନ ପ୍ରିଟୋରିସ, କାଗିସୋ ରବାଡା, ତାବ୍ରେଇଜ ସାମସି, ରସି ଭନ ଡର ଡସନ, କେଏଲ ଭେରିନେ ।
ANI