ETV Bharat / sports

ପ୍ରଥମ: ବର୍ଷା ଯୋଗୁଁ ପଞ୍ଚମ ଦିନ ଖେଳ ବାତିଲ, ମ୍ୟାଚ ଡ୍ର' - ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ

ପଞ୍ଚମ ଦିନରେ ଲଗାତାର ବର୍ଷା ଯୋଗୁଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର' ଘୋଷଣା କରାଯାଇଛି । ବର୍ଷା ଯୋଗୁଁ ପଞ୍ଚମ ଦିନରେ ଗୋଟିଏ ବି ବଲ୍ ପଡ଼ି ପାରିନଥିଲା । ଅଧିକ ପଢ଼ନ୍ତୁ...

ପ୍ରଥମ: ବର୍ଷା ଯୋଗୁଁ ପଞ୍ଚମ ଦିନ ଖେଳ ବାତିଲ, ମ୍ୟାଚ ଡ୍ର'

author img

By

Published : Aug 8, 2021, 10:21 PM IST

ଲଣ୍ଡନ: ପଞ୍ଚମ ଦିନରେ ଲଗାତାର ବର୍ଷା ଯୋଗୁଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର' ଘୋଷଣା କରାଯାଇଛି । ବର୍ଷା ଯୋଗୁଁ ପଞ୍ଚମ ଦିନରେ ଗୋଟିଏ ବି ବଲ୍ ପଡ଼ି ପାରିନଥିଲା । ମ୍ୟାଚରେ ଭାରତ ବିଜୟୀ ହେବାକୁ ନେଇ ଆଲୋଚନା କରାଯାଉଥିଲା । ୨୦୯ ରନ୍ ବିଜୟ ଲକ୍ଷ୍ୟ ପିଛା କରି ଭାରତୀୟ ଦଳ ଗୋଟିଏ ୱିକେଟ ହରାଇ ୫୨ ରନ୍ କରିଥିଲା । ତେବେ ରବିବାର ନିର୍ଦ୍ଧାରିତ ସମୟରେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ପ୍ରବଳ ବର୍ଷା ହୋଇଥିଲା ।

ଏହାରି ମଧ୍ୟରେ ବର୍ଷା ଟିକିଏ କମିଥିଲେ ସୁଦ୍ଧା ମ୍ୟାଚ ପୁନଃ ଆରମ୍ଭ କରିବା ସମ୍ଭବ ହୋଇ ପାରିନଥିଲା । ଫଳରେ ମ୍ୟାଚକୁ ଡ୍ର ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି ଉଭୟ ଅମ୍ପାୟାର । ଏହାକୁ ନେଇ ଭାରତ ଓ ଇଂଲଣ୍ଡ ଅଧିନାୟକ ମଧ୍ୟ ନିରାଶା ଜାହିର କରିଛନ୍ତି । ପଞ୍ଚମ ଦିନରେ ମ୍ୟାଚ ଫଳାଫଳ ଆଶା କରୁଥିଲେ ଇଂଲଣ୍ଡ ଅଧିନାୟକ । ସେପଟେ ବର୍ଷା ହୋଇନଥିଲେ ମ୍ୟାଚ ବିଜୟୀ ହେବା ଆଶା ରଖିଥିଲେ ବିରାଟ କୋହଲି । ଉଭୟ ଅଧିନାୟକ ବର୍ତ୍ତମାନ ଆଗାମୀ ମ୍ୟାଚରେ ଫୋକସ କରିବେ ବୋଲି କହିଛନ୍ତି ।

ତୃତୀୟ ଓ ଚତୁର୍ଥ ଦିନ ମଧ୍ୟ ବର୍ଷା ଆଶଙ୍କା କରାଯାଉଥିଲା । ତେବେ ପଞ୍ଚମ ଦିନରେ ପାଣିପାଗ ବିଭାଗ ପକ୍ଷରୁ ନଟିଂହାମରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଏବଂ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ବର୍ଷା ଯୋଗୁଁ ମ୍ୟାଚକୁ ଡ୍ର' ଘୋଷଣା କରାଯାଇଛି । ଫଳରେ ପ୍ରଥମ ମ୍ୟାଚରେ ବିଜୟୀ ହୋଇ ଭାରତର ଲିଡ ନେବା ଆଶା ଆଶାରେ ରହିଯାଇଛି । ୫ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡ୍ର'ରେ ଶେଷ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.