ETV Bharat / sports

ଆଇପିଏଲ ସିଜନ 12: ମ୍ୟାଚ ପୂର୍ବରୁ ପୁରୁଣା ଅନ୍ଦାଜରେ ମାହି

ପ୍ରାକ୍ଟିସ ସେସନରେ ଧୋନି ପ୍ରାୟ 140 ସେକେଣ୍ଡ ପର୍ଯ୍ୟନ୍ତ ବ୍ୟାଟିଂ ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳିଥିଲା ।

author img

By

Published : Mar 18, 2019, 1:45 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର

ସିଏସ୍‌କେ ତାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଧୋନିଙ୍କ ଏକ ଭିଡିଓ ପୋଷ୍ଟ କରିଛି । ଏହି ଭିଡିଓରେ ଧୋନି ନେଟରେ ବଡ ବଡ ସଟ ଖେଳୁଥିବାର ଦେଖାଯାଉଛି । ଏହି ଅଭ୍ୟାସ ବେଳେ ଧୋନି ସବୁପ୍ରକାର ସଟ ଖେଳିଛନ୍ତି । ସ୍ପିନର୍ସଙ୍କ ବିପକ୍ଷରେ ଧୋନି ଆଗକୁ ବଢ଼ି ଖେଳୁବାର ରଣନୀତି କରିଥିବା ବେଳେ ଫାଷ୍ଟ ବୋଲରଙ୍କୁ ପଛକୁ ହଟି ସର୍ଟ ଖେଳିଛନ୍ତି ।

ବୋଲିଂରେ ଶାର୍ଦୁଲ ଠାକୁର, କର୍ଣ୍ଣ ଶର୍ମା ଓ ଦୀପକ ଚାହର ଅଭ୍ୟାସ କରିଛନ୍ତି । ସେପଟେ ରାଇନା, ଧୋନି ଓ ରାୟଡୁଙ୍କ ସହ କେଦାର ଯାଦବଙ୍କ ମଧ୍ୟ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ସିଏସକେ ମୁଖ୍ୟ କୋଚ ସ୍ଟିଫେନ ଫ୍ଲେମିଙ୍ଗ ଓ କୋଚ ମାଇକ ହସିଙ୍କ ତତ୍ତ୍ୱାବଧାନତାରେ ବ୍ୟାଟ୍ସମ୍ୟାନମାନେ ପ୍ରାକ୍ଟିସ କରିଛନ୍ତି । ହସି ଆଶା କରିଛନ୍ତି ଯେ ପୂର୍ବ ବର୍ଷ ପରି ଏହି ବର୍ଷ ମଧ୍ୟ ସିଏସ୍‌କେ ତାର ସଫଳତା ଜାରି ରଖିବ ।

ସ୍ଲଗ- ପାଣିରେ ପଡି ଚାଲିଗଲା 2 ବର୍ଷ ଶିଶୁକନ୍ୟାର ଜୀବନ
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 16/03/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାଣିରେ ପଡି ଜଣେ 2ବର୍ଷର ଶିଶୁକନ୍ୟା ଜୀବନ ଚାଲିଯାଇଛି।
ମିଳିଥିବା ସୂଚନା ଅନୁସାରେ, ଖଇରା ଥାନା ପଟାଗଡ଼ିଆ ଗ୍ରାମର ଗୋପାଳ ପାତ୍ରଙ୍କ 2ବର୍ଷର ଶିଶୁକନ୍ୟା ଆଜି ପୋଖରୀ ନିକଟରେ ଖେଳୁଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଶିଶୁଟି କେଉଁ ଆଡେ ନ ମିଳିବାରୁ ପରିବାର ଲୋକ ବ୍ୟସ୍ତ ହୋଇଯାଇଥିଲେ। ବହୁ ସମୟ ଖୋଜାଖୋଜି ପରେ ଶେଷରେ ଶିଶୁଟିକୁ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ପରିବର ଲୋକ ପାଣିରୁ ଶିଶୁକୁ ଉଦ୍ଧାର କରି ଖଇରା ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.