ନୂଆଦିଲ୍ଲୀ: ଆଇପିଏଲରେ ମହମ୍ମଦ ସାମିଙ୍କୁ ପର୍ଯ୍ୟାପ୍ତ ଆରାମ ଦେବା ନେଇ କହିଛନ୍ତି କିଙ୍ଗସ୍ ଇଲେଭେନ ପଞ୍ଜାବର କୋଚ ମାଇକ ହେସନ। ସାମି ଆଇପିଏଲରେ ଭଲ ପ୍ରଦର୍ଶନ କରିବା ପାଇଁ ଖୁବ ଅଭ୍ୟାସ କରୁଛନ୍ତି । କିନ୍ତୁ ଆଗକୁ ବିଶ୍ବକପ୍ ଥିବାରୁ ଭାରତୀୟ ଖେଳାଳିଙ୍କ କାର୍ଯ୍ୟଭାରକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ଅଧିନାୟକ କୋହଲି କହିଛନ୍ତି ଯେ ନିଜ କାର୍ଯ୍ୟଭାରକୁ କିପରି ମ୍ୟାନେଜ କରିବେ ତାହା ଖେଳାଳିଙ୍କ ଉପରେ ନିର୍ଭର କରେ।
ମହମ୍ମଦ ସାମି ଟିମ ପାଇଁ ଖୁବ ଭଲ ପ୍ରଦର୍ଶନ କରିଛନ୍ତି, ଏହାସହ ବିଶ୍ବକପ୍ରେ ସେ ବୁମରାଙ୍କ ସହ ନୂଆ ବଲ ସମ୍ଭାଳି ପାରନ୍ତି। ନ୍ୟୁଜିଲାଣ୍ଡର ପୂର୍ବତନ କୋଚ ହେସନ କହିଛନ୍ତି ଯେ ‘କେଏଲ ରାହୁଲ ଓ ମହମ୍ମଦ ସାମି ଆଇପିଏଲରେ ଭଲ ପ୍ରଦର୍ଶନ କରିବାକୁ ଚାହାନ୍ତି, କିନ୍ତୁ ଆମେ ତାଙ୍କୁ ମ୍ୟାଚ ଗୁଡିକ ମଧ୍ୟରେ ଆରାମ ଦେବା କଥା ଚିନ୍ତା କରୁଛୁ।’
ମ୍ୟାଚ ଗୁଡିକ ମଝିରେ ସେମାନେ ଥକି ଗଲେ ତାଙ୍କୁ ବିଶ୍ରାମ ଦିଆଯିବ। ଅତିରିକ୍ତ ଅଭ୍ୟାସ କିମ୍ୱା ବିଶ୍ରାମର ଆବଶ୍ୟକାତା ହେଲେ ତାଙ୍କୁ ତାହା ଯୋଗାଇ ଦିଆଯିବ ବୋଲି କହିଛନ୍ତି କୋଚ ହେସନ ।