ହାଇଦ୍ରାବାଦ: ଆଜିଠୁ (ଶୁକ୍ରବାର) ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଛି ବାକିଥିବା ପଞ୍ଚମ ଟେଷ୍ଟ ମ୍ୟାଚ । ଇଂଲଣ୍ଡ ଟସ୍ ଜିତି ଭାରତ ବିପକ୍ଷରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଭାରତୀୟ ଦଳକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଛନ୍ତି ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ । ମ୍ୟାଚ ହାତେଇବା ଲକ୍ଷ୍ୟରେ ଉଭୟ ଦଳର ପ୍ରୟାସ ଜାରି ରହିବ ।
-
England have won the toss and elect to bowl first in the 5th Test.
— BCCI (@BCCI) July 1, 2022 " class="align-text-top noRightClick twitterSection" data="
Live - https://t.co/xOyMtKJzWm #ENGvIND pic.twitter.com/HtE6IhjcHq
">England have won the toss and elect to bowl first in the 5th Test.
— BCCI (@BCCI) July 1, 2022
Live - https://t.co/xOyMtKJzWm #ENGvIND pic.twitter.com/HtE6IhjcHqEngland have won the toss and elect to bowl first in the 5th Test.
— BCCI (@BCCI) July 1, 2022
Live - https://t.co/xOyMtKJzWm #ENGvIND pic.twitter.com/HtE6IhjcHq
ଏହି ମ୍ୟାଚରେ ପ୍ରଥମେ ଶୁଭମନ ଗିଲ, ଚେତେଶ୍ବର ପୂଜାରା ପ୍ରଥମ ଅର୍ଡର ବ୍ୟାଟିଂ ସମ୍ଭାଳିବେ । ହନୁମା ବିହାରୀ, ବିରାଟ କୋହଲି, ଶ୍ରେୟାସ ଆୟାର ମିଡିଲ ଅର୍ଡର ବ୍ୟାଟିଂ ସମ୍ଭାଳିବେ । ସେହିପରି ସ୍ପିନର ଭାବରେ ରବୀନ୍ଦ୍ର ଜାଡେଜା ବୋଲିଂ ସ୍ଥିତି ସମ୍ଭାଳିବେ । ହେଲେ ପିଚ ସ୍ପିନର ଅପେକ୍ଷା ପେସ ବୋଲରଙ୍କୁ ଅଧିକ ସୁହାଇବାର ସମ୍ଭାବନା ରହିଛି । ଆଜିର ମ୍ୟାଚରେ ପେସ୍ ବୋଲର ଭାବେ ସ୍ଥାନ ପାଇଛନ୍ତି ଶାର୍ଦୁଲ ଠାକୁର, ମହମ୍ହଦ ସାମି, ମହମ୍ମଦ ସିରାଜ ଏବଂ ଅଧିନାୟକ ଜଶପ୍ରିତ ବୁମରା ।
ସିରିଜ ଜିତି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି ଭାରତ । ଅନ୍ୟପଟେ ଘରୋଇ ଦଳ ବିଜୟକୁ ଫେରିବାକୁ ପ୍ରସ୍ତୁତ ହୋଇଛି । ବୁମରାଙ୍କ ନେତୃତ୍ବରେ ଦଳ ଆଜି ପଡିଆକୁ ଓହ୍ଲାଇଛି । ପନ୍ତ ଉପଅଧିନାୟକ ଦାୟିତ୍ବ ତୁଲାଇବେ । ଏଠାରେ ଖେଳାଯାଇଥିବା ମୋଟ 7ଟି ଟେଷ୍ଟ ମ୍ୟାଚରୁ ଭାରତ 6ଟିରେ ପରାସ୍ତ ହୋଇଛି । ଗୋଟିଏ ଡ୍ର ହୋଇଥିଲା । ସିରିଜରେ ଭାରତ 2-1ରେ ଆଗୁଆ ରହିଛି ।
ଇଂଲଣ୍ଡ ଚୂଡାନ୍ତ ଏକାଦଶ :
ବେନ ଷ୍ଟୋକ୍ସ (ଅଧିନୟକ), ଜେମ୍ସ ଆଣ୍ଡରସନ, ଜୋନାଥନ ବେୟାରଷ୍ଟୋ, ସାନ ବିଲିଙ୍ଗ୍ସ, ଷ୍ଟୁଆର୍ଟ ବ୍ରଡ, ଜ୍ୟାକ୍ ଲିଚ୍, ଜ୍ୟାକ୍ କ୍ରଲି, ଆଲେକ୍ସ ଲିସ୍ , ମାଥ୍ୟୁ ପଟ୍ସ, ଓଲି ପୋପ୍, ଜୋ ରୁଟ୍
ଭାରତ ଚୂଡାନ୍ତ ଏକାଦଶ :
ଜଶପ୍ରିତ ବୁମରା (ଅଧିନାୟକ), ଋଷଭ ପନ୍ତ (WC), ଶୁଭବନ ଗିଲ, ଚେତେଶ୍ବର ପୂଜାରା, ହନୁମା ବିହାରୀ, ବିରାଟ କୋହଲି, ଶ୍ରେୟାସ ଆୟାର, ରବିନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ