ETV Bharat / sports

T20 World Cup: ନ୍ୟୁଜିଲାଣ୍ଡର ବିଜୟ ରଥ ରୋକିଲା ଇଂଲଣ୍ଡ, ୨୦ ରନରେ ଇଂଲିସ୍ ଟିମ ବିଜୟୀ

author img

By

Published : Nov 1, 2022, 6:02 PM IST

ନ୍ୟୁଜିଲାଣ୍ଡର ବିଜୟ ରଥ ରୋକିବାରେ ସଫଳ ହୋଇଛି ବଟଲର ବାହିନୀ । ଗ୍ଲେନ୍ ଫିଲିପ୍ସଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ବେ ୨୦ ରନରେ ପରାସ୍ତ ହେଲା ନ୍ୟୁଜିଲାଣ୍ଡ । ଇଂଲଣ୍ଡ ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୫୯ ରନ୍ କରିଥିଲା । ଅଧିକ ପଢନ୍ତୁ

T20 World Cup: ନ୍ୟୁଜିଲାଣ୍ଡର ବିଜୟ ରଥ ରୋକିଲା ଇଂଲଣ୍ଡ, ୨୦ ରନରେ ଇଂଲିସ୍ ଟିମ ବିଜୟୀ
T20 World Cup: ନ୍ୟୁଜିଲାଣ୍ଡର ବିଜୟ ରଥ ରୋକିଲା ଇଂଲଣ୍ଡ, ୨୦ ରନରେ ଇଂଲିସ୍ ଟିମ ବିଜୟୀ

ବ୍ରିସବେନ୍ : ଗ୍ଲେନ୍ ଫିଲିପ୍ସଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ବେ ୨୦ ରନରେ ପରାସ୍ତ ହେଲା ନ୍ୟୁଜିଲାଣ୍ଡ । ବ୍ଲାକ୍ କେପ୍ସକୁ ପରାସ୍ତ କରିବା ପରେ ଦୁଇ ପଏଣ୍ଟ ପାଇ ଗୃପ ୧ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଛି ଇଂଲଣ୍ଡ । ଗୃପ ୧କୁ ଗୃପ ଅଫ ଡେଥ କୁହାଯାଉଛି । ସେମିଫାଇନାଲ ଦୌଡରେ ତିନୋଟି ଶକ୍ତିଶାଳୀ ଟିମ୍ ତଥା ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ, ରନର୍ସଅପ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ରହିଛନ୍ତି । ତେଣୁ ସେମିଫାଇନାଲ ରାସ୍ତା ସହଜ କରିବା ପାଇଁ ଖେଳ ଆରମ୍ଭରୁ ହିଁ ଇଂଲିସ୍ ଟିମ୍ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲା । ଇଂଲଣ୍ଡ ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ମାତ୍ର ୧୫୯ ରନ୍ କରିଥିଲା ।

ନ୍ୟୁଜିଲାଣ୍ଡର ବିଜୟ ରଥ ରୋକିବାରେ ସଫଳ ହୋଇଛି ବଟଲର ବାହିନୀ । ଇଂଲଣ୍ଡ ଠାରୁ ୨୦ ରନରେ ପରାସ୍ତ ହେବା ପରେ କିୱି ଦଳ ଚଳିତ T20 ବିଶ୍ବକପରେ ପ୍ରଥମ ପରାଜୟର ସ୍ବାଦ ଚାଖିଛି । ନ୍ୟୁଜିଲାଣ୍ଡର ଏହି ପରାଜୟ ଆଗକୁ ଦଳ ପାଇଁ ବଡ ବିପର୍ଯ୍ୟୟ ଆଣିପାରେ । ସେମିରେ ପ୍ରେବେଶ କରିବାକୁ ହେଲେ ନ୍ୟୁଜିଲାଣ୍ଡକୁ ପରବର୍ତ୍ତୀ ମ୍ୟାଚରେ ଆୟରଲାଣ୍ଡକୁ ପରାସ୍ତ କରିବାକୁ ହେବ ।

ବିଜୟ ଲକ୍ଷ୍ୟର ରଣନୀତି ନେଇ ମଇଦାନକୁ ଓହ୍ଲାଇଥିଲା ବଟଲର ବାହିନୀ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଆରମ୍ଭରୁ ହିଁ ଓପନିଂ ଯୋଡି ଆକ୍ରମଣାତ୍ମକ ବ୍ୟାଟିଂ କରିବା ଆରମ୍ଭ କରିଥିଲେ । ଆଲେକ୍ସ ହେଲ୍ସ ଓ ଜସ୍ ବଟଲରଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୯ ରନ୍ କରିଥିଲା । ଆଲେକ୍ସ ହେଲ୍ସ ୪୦ ବଲରୁ ୫୨ ରନର ଅର୍ଦ୍ଧ ଶତକୀୟ ଇନିଂସ ଖେଳିଥିଲେ । ଜସ୍ ବଟଲର ୪୭ ବଲରୁ ୭ ଟି ଚୌକା ଓ ୨ ଟି ଛକା ସହିତ ୭୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ବଟଲର ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

୧୮୦ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା କିୱି ଦଳ । ଆରମ୍ଭରୁ ନ୍ୟଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଦେଖା ଦେଇଥିଲା । ଏହା ପରେ ଗ୍ଲେନ ଫିଲିପ୍ସ ଓ କେନ୍ ୱିଲିୟମସନ୍ ଦୃତ ରନ ସଂଗ୍ରହ କରିବା ଯୋଗୁଁ ଦଳୀୟ ସ୍କୋରକୁ ଆଗକୁ ବଢିଥିଲା । ଗ୍ଲେନ ଫିଲିପ୍ସ ୩୬ ବଲରୁ ୪ ଟି ଚୌକା ଓ ୩ ଟି ଛକା ସହିତ ୬୨ ରନର ଲଢୁଆ ଇନିଂସ ଖେଳିଥିଲେ । ସେହିପରି ଅଧିନାୟକ ୱିଲିୟମସନ୍ ୪୦ ବଲରୁ ୪୦ ରନ୍ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.