ଲଣ୍ଡନ: ଲର୍ଡ୍ସରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଅମ୍ପାୟରଙ୍କ ନିଷ୍ପତ୍ତିରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ଅସନ୍ତୁଷ୍ଟ ଜାହିର କରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ରବିବାର ଲର୍ଡ୍ସ ଟେଷ୍ଟର ଚତୁର୍ଥ ଦିନର ଶେଷ ସେସନରେ ଖରାପ ଆଲାେକ ସତ୍ତ୍ବେ ଅମ୍ପାୟର ଖେଳ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ କୋହଲି ନିଜର ବ୍ୟାଟ୍ସମ୍ୟାନଙ୍କୁ ଫେରି ଆସିବାକୁ କହିଥିଲେ ।
ଲର୍ଡ୍ସ ବାଲକୋନିରେ ବସିଥିବା କ୍ୟାପଟେନ କୋହଲି ଦୁଇ ହାତ ଉଠାଇ ଖେଳାଳିଙ୍କୁ ଲାଇଟ୍ କମ ହେବା ନେଇ ଅମ୍ପାୟାରଙ୍କୁ ଅଭିଯୋଗ କରିବାକୁ କହିଥିଲେ ।
-
😂😂😂 #ENGvIND pic.twitter.com/tuN5JhMyeW
— The Left Hander (@selva_cskian23) August 15, 2021 " class="align-text-top noRightClick twitterSection" data="
">😂😂😂 #ENGvIND pic.twitter.com/tuN5JhMyeW
— The Left Hander (@selva_cskian23) August 15, 2021😂😂😂 #ENGvIND pic.twitter.com/tuN5JhMyeW
— The Left Hander (@selva_cskian23) August 15, 2021
କୋହଲିଙ୍କ ପ୍ରତିକ୍ରିୟା ପରେ ଅମ୍ପାୟାର ଖେଳ ଜାରି ରଖିବାକୁ ନିଷ୍ପତ୍ତି କରିଥିଲେ । ଏହାପରେ କୋହଲି ପଛକୁ ଚାହିଁ ରୋହିତ ଶର୍ମାଙ୍କ ସହ କଥା ହେଉଥିବା ଭିଡିଓରେ ଦେଖାଯାଇଥିଲା । ଏହାପରେ ରୋହିତ ମଧ୍ୟ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ ।
ତେବେ ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍ ନୂଆ ବଲ୍ ନେବା ପାଇଁ ଚାହିଁବା ପରେ ଅମ୍ପାୟର ଖେଳ ଶେଷ କରିବାକୁ ନିଷ୍ପତ୍ତି କରିଥିଲେ । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ବିତୀୟ ଇଂନିସରେ ୬ ୱିକେଟ ହରାଇ ୧୮୧ ରନ ସଂଗ୍ରହ କରିଥିଲା ଓ ୧୫୪ ରନ୍ରେ ଆଗୁଆ ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ