ETV Bharat / sports

ଆଉ ଏକ ବିରଳ ରେକର୍ଡର ଅଧିକାରୀ ହେଲେ ଅଶ୍ବିନ - ରବିଚନ୍ଦ୍ରନ ଅଶ୍ବିନ

ବିରଳ ରେକର୍ଡର ଅଧିକାରୀ ହେଲେ ଅଶ୍ବିନ । ବାମହାତୀ ବ୍ୟାଟସମେନଙ୍କୁ ଦୁଇ ଶହ ଥର ଆଉଟ କରିଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ। ଅଧିକ ପଢ଼ନ୍ତୁ...

two hundred Left-handed batsman dismissed by Indian spinner Rabichandran Ashwin
ଆଉ ଏକ ବିରଳ ରେକର୍ଡର ଅଧିକାରୀ ହେଲେ ଅଶ୍ବିନ
author img

By

Published : Feb 15, 2021, 5:24 PM IST

ଚେନ୍ନାଇ: ବିରଳ ରେକର୍ଡର ଅଧିକାରୀ ହେଲେ ଅଶ୍ବିନ । ବାମହାତୀ ବ୍ୟାଟସମ୍ୟାନଙ୍କୁ ଦୁଇ ଶହ ଥର ଆଉଟ କରିଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ। ଏଭଳି କାରନାମା କରିବାରେ ପ୍ରଥମ କ୍ରିକେଟର ହେଉଛନ୍ତି ଅଶ୍ବିନ। ଭାରତ- ଇଲଣ୍ଡ ମଧ୍ୟରେ ଚାଲିଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଛନ୍ତି ଏହି ଭାରତୀୟ ସ୍ପିନର।

ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଇଲଣ୍ଡର ପ୍ରଥମ ଇନିଂଶରେ 6ଟି ୱିକେଟ ନେଇଛନ୍ତି ଅଶ୍ବିନ। ଏହାପରେ ସେ ଏଭଳି ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଅଶ୍ବିନ ନିଜ ଟେଷ୍ଟ କ୍ୟାରିୟରରେ 391ଟି ୱିକେଟ ନେଇଛନ୍ତି। ସେଥିମଧ୍ୟରୁ 51.2 ପ୍ରତିଶତ ୱିକେଟ ସେ ବାମହାତୀ ବ୍ୟାଟସମ୍ୟାନଙ୍କ ବିପକ୍ଷରେ ନେଇଛନ୍ତି। ବାମହାତି ବ୍ୟାଟସମ୍ୟାନଙ୍କ ବିପକ୍ଷରେ ସେ 19.55 ହାରରେ ୱିକେଟ ନେଇଥିବା ବେଳେ ଡାହାଣହାତି ବ୍ୟାଟସମ୍ୟାଙ୍କ ବିପକ୍ଷରେ ସେ 31.24 ହାରରେ ୱିକେଟ ନେଇଛନ୍ତି।

ଅଶ୍ବିନଙ୍କ ପୂର୍ବରୁ ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥେୟା ମୁରଲିଧରନ 191 ଥର ବାମହାତୀ ବ୍ୟାଟସମ୍ୟାନଙ୍କୁ ଆଉଟ କରିଥିଲେ। ସେହିପରି ଇଲଣ୍ଡର ଫାଷ୍ଟ ବୋଲର ଜେମସ ଆଣ୍ଡରସେନ 190 ଥର ବାମହାତୀ ବ୍ୟାଟସମ୍ୟାନଙ୍କୁ ଆଉଟ କରିଛନ୍ତି। ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାଗ୍ରାଥ 172 ଥର ବାମହାତୀ ବ୍ୟାଟସମ୍ୟାନଙ୍କୁ ଆଉଟ କରିଛନ୍ତି।

ଏହାସହ ଘରୋଇ ପଡ଼ିଆରେ ଭାରତ ପାଇଁ ଦ୍ବିତୀୟ ସର୍ବାଧିକ ୱିକେଟ ନେଇଛନ୍ତି ଅଶ୍ବିନ। ସେ ଭାରତୀୟ ସ୍ପିନର ହରଭଜନ ସିଂହଙ୍କ ରେକର୍ଡ ଭାଙ୍ଗିଛନ୍ତି ଅଶ୍ବିନ। ହରଭଜନ ସିଂହ ଘରୋଇ ମ୍ୟାଚରେ 265 ନେଇଥିବା ବେଳେ ଅଶ୍ବିନ ବର୍ତ୍ତମାନ ସୁଦ୍ଧା 268ଟି ୱିକେଟ ନେଇଛନ୍ତି। ଏଥିସହ ଗୋଟିଏ ଟେଷ୍ଟରେ ସର୍ବାଧିକ ଥର ଶତକ ଓ 5 ୱିକେଟ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି ଅଶ୍ବିନ। ଅଲରାଉଣ୍ଡର ଇଆନ ବୋଥାମଙ୍କ ନାମରେ ସର୍ବାଧିକ 5ଥର ଗୋଟିଏ ଟେଷ୍ଟରେ ଶତକ ଓ 5 ୱିକେଟ ହାସଲ କରିବାର ରେକର୍ଡ ରହିଛି ।

@ians

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.