ETV Bharat / sports

ଧିମା ବୋଲିଂ ପାଇଁ ଟିମ ଇଣ୍ଡିଆ ପୁଣି ଦଣ୍ଡିତ

author img

By

Published : Mar 21, 2021, 7:43 PM IST

ଧିମା ବୋଲିଂ ପାଇଁ ପୁଣି ଦଣ୍ଡିତ ହେଲା ଟିମ ଇଣ୍ଡିଆ। ଇଂଲଣ୍ଡ ବିପକ୍ଷରେ ଶେଷ ଟି-20ରେ ଧିମା ବୋଲିଂ ଯୋଗୁଁ ଭାରତୀୟ କ୍ରିକେଟରଙ୍କ 40 ପ୍ରତିଶତ ମ୍ୟାଚ ଫିସ କାଟି ଯାଇଛି। ଅଧିକ ପଢ଼ନ୍ତୁ...

ଧିମା ବୋଲିଂ ପାଇଁ ଟିମ ଇଣ୍ଡିଆ ପୁଣି ଦଣ୍ଡିତ
ଧିମା ବୋଲିଂ ପାଇଁ ଟିମ ଇଣ୍ଡିଆ ପୁଣି ଦଣ୍ଡିତ

ଗାନ୍ଧୀନଗର: ଧିମା ବୋଲିଂ ପାଇଁ ପୁଣି ଦଣ୍ଡିତ ହେଲା ଟିମ ଇଣ୍ଡିଆ। ଇଂଲଣ୍ଡ ବିପକ୍ଷରେ ଶେଷ ଟି-20ରେ ଧିମା ବୋଲିଂ ଯୋଗୁଁ ଭାରତୀୟ କ୍ରିକେଟରଙ୍କ 40 ପ୍ରତିଶତ ମ୍ୟାଚ ଫିସ କଟି ଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ଓଭର କମ ବୋଲିଂ କରିଥିଲା ଭାରତୀୟ ଦଳ। ଯାହା ଫଳରେ ମ୍ୟାଚ ରେଫରି ଜଭାଗଲ ଶ୍ରୀନାଥ ଆଇସିସି ନିୟମ ଅନୁଯାୟୀ ଭାରତୀୟ ଦଳକୁ ଦଣ୍ଡିତ କରିଛନ୍ତି।

ଏହାକୁ ନେଇ ଆଇସିସି ପକ୍ଷରୁ କୁହାଯାଇଛି ଯେ, " ଆଇସିସିର ଧାରା 2.22 ଅନୁଯାୟୀ ଖେଳାଳି ଓ ସପୋର୍ଟ ପ୍ୟାନେଲଙ୍କୁ ଧିମା ବୋଲିଂ ପାଇଁ ଦଣ୍ଡିତ ହେବାକୁ ହେବ। ପ୍ରତି ଓଭର ପିଛା 10 ପ୍ରତିଶତ ମ୍ୟାଚ ଫିସ କାଟିବାକୁ ନିୟମ ରହିଛି। କୋହଲି ନିଜ ଭୁଲ ମାନି ନେଇଛନ୍ତି। ଏଥିପାଇଁ ଏହାକୁ ନେଇ କୌଣସି ଶୁଣାଣି ହେବ ନାହିଁ। ଭାରତୀୟ ଦଳର 20 ପ୍ରତିଶତ ମ୍ୟାଚ ଫିସ କଟାଯିବ।"

ଧିମା ବୋଲିଂ ନେଇ ଫିଲ୍ଡ ଅମ୍ପାୟାର ଅନିଲ ଚୌଧୁରୀ, ନୀତିନ ମେନନ ଓ ତୃତୀୟ ଅମ୍ପାୟାର ଅନନ୍ତାପଦମନାଭନ ଆଇସିସି ଏଲିଟ ପ୍ୟାନେଲ ମ୍ୟାଚ ରେଫରି ଜଭାଗଲ ଶ୍ରୀନାଥଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଟିମ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ମ୍ୟାଚକୁ 36 ରନରେ ଜିତି ନେଇଥିଲା ଭାରତୀୟ ଦଳ। ଏହାପୂର୍ବରୁ ଚତୁର୍ଥ ମ୍ୟାଚରେ ମଧ୍ୟ ଭାରତକୁ ଧିମା ବୋଲିଂ ପାଇଁ ଦଣ୍ଡିତ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.