ETV Bharat / sports

400 ଟେଷ୍ଟ ୱିକେଟ କ୍ଲବରେ ରବିଚନ୍ଦ୍ରନ ଅଶ୍ବିନ

author img

By

Published : Feb 25, 2021, 8:56 PM IST

400 ଟେଷ୍ଟ ୱିକେଟ କ୍ଲବରେ ସାମିଲ ହେଲେ ସାମିଲ ହେଲେ ରବିଚନ୍ଦ୍ରନ ଅଶ୍ବିନ । ଭାରତୀୟ ଦଳର ଏହି ଷ୍ଟାର୍ ଅଫ୍ ସ୍ପିନର୍ ଦ୍ରୁତ 400 ୱିକେଟ ନେବାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଅଧିକ ପଢ଼ନ୍ତୁ...

ravichandran ashwin takes 400 test wickets in third test against england
400 ଟେଷ୍ଟ ୱିକେଟ କ୍ଲବରେ ରବିଚନ୍ଦ୍ରନ ଅଶ୍ବୀନ

ଗାନ୍ଧୀନଗର: 400 ଟେଷ୍ଟ ୱିକେଟ କ୍ଲବରେ ସାମିଲ ହେଲେ ରବିଚନ୍ଦ୍ରନ ଅଶ୍ବିନ। ଭାରତୀୟ ଦଳର ଏହି ଷ୍ଟାର୍ ଅଫ୍ ସ୍ପିନର୍ ଦ୍ରୁତ 400 ୱିକେଟ ନେବାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ରବିଚନ୍ଦ୍ରନ ଅଶ୍ବିନ 77ଟି ଟେଷ୍ଟ ମ୍ୟାଚରେ ଏହି ରେକର୍ଡ ହାସଲ କରିଥିବାବେଳେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମୁଥେୟା ମୁରଲୀଧରନ 72ଟି ଟେଷ୍ଟରେ ଏହି ଉପଲବ୍ଧି ହାସଲ କରିଥିଲେ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଅଶ୍ବିନଙ୍କ ପାଖରେ ରେକର୍ଡର ତାଲିକା ଲାଗିଛି। ଭାରତ ପକ୍ଷରୁ 400 ୱିକେଟ ନେଇଥିବା ସେ ଚତୁର୍ଥ ବୋଲର ହୋଇପାରିଛନ୍ତି । ଖାଲି ସେତିକି ନୁହେଁ ବିଶ୍ବରେ 400 ୱିକେଟ ନେଇଥିବା ସେ 16ତମ ବୋଲର। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପିଙ୍କବଲ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ଦ୍ବିତୀୟ ଇନିଂସରେ ଜୋଫ୍ରା ଆର୍ଚରଙ୍କୁ ଆଉଟ କରି ସେ ଏହି ରେକର୍ଡ ହାସଲ କରିଛନ୍ତି ।

ଏହାପୂର୍ବରୁ ଭାରତର କପିଲ ଦେବ, ଅନିଲ କୁମ୍ବଲେ ଓ ହରଭଜନ ସିଂହ ଭାରତ ପାଇଁ 400 ୱିକେଟ ନେଇଛନ୍ତି। କୁମ୍ବଲେ 132ଟି ଟେଷ୍ଟ ଖେଳି 619 ୱିକେଟ, କପିଲ ଦେବ 131ଟି ଟେଷ୍ଟ ଖେଳି 343 ୱିକେଟ ଓ ହରଭଜନ ସିଂହ 103ଟି ଟେଷ୍ଟ ଖେଳି 417ଟି ୱିକେଟ ନେଇଛନ୍ତି।

2011 ମସିହାରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ରବିଚନ୍ଦ୍ରନ ଅଶ୍ବିନ। ସେ 77ଟି ମ୍ୟାଚ ଖେଳି 25.01 ହାରରେ 401ଟି ୱିକେଟ ନେଇଛନ୍ତି।

72ଟି ଟେଷ୍ଟ ମ୍ୟାଚ ଖେଳି 2002 ମସିହାରେ ଜିମ୍ବାୱେ ବିପକ୍ଷରେ 400 ୱିକେଟ ନେବା ରେକର୍ଡ ହାସଲ କରିଥଲେ ମୁଥେୟା ମୁରଲୀଧରନ। ତାଙ୍କ ପରେ ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର ଡେଲ ଷ୍ଟେନ 80ଟି ଟେଷ୍ଟ ଖେଳି ଏହି ଉପଲବ୍ଧି ହାସଲ କରିଥିବା ବେଳେ ଆଜି ଅଶ୍ବିନ ଷ୍ଟେନଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.