ETV Bharat / sports

100ତମ ଟେଷ୍ଟ ଖେଳିଲେ ଈଶାନ୍ତ ଶର୍ମା - ଇଶାନ୍ତ ଶର୍ମାଙ୍କ 100ତମ ଟେଷ୍ଟ

କ୍ୟାରିୟରର 100ତମ ଟେଷ୍ଟ ଖେଳିଲେ ଭାରତୀୟ ଫାଷ୍ଟ ବୋଲର ଈଶାନ୍ତ ଶର୍ମା। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ସେ ଏହି ରେକର୍ଡ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ...

ishant sharma playing 100th test match in motera
100ତମ ଟେଷ୍ଟ ଖେଳିଲେ ଇଶାନ୍ତ ଶର୍ମା
author img

By

Published : Feb 24, 2021, 5:51 PM IST

ଗାନ୍ଧୀନଗର: କ୍ୟାରିୟରର 100ତମ ଟେଷ୍ଟ ଖେଳିଲେ ଭାରତୀୟ ଫାଷ୍ଟ ବୋଲର ଈଶାନ୍ତ ଶର୍ମା। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ସେ ଏହି ରେକର୍ଡ ହାସଲ କରିଛନ୍ତି। ଏଭଳି କିର୍ତ୍ତୀମାନ ହାସଲ କରିବାରେ ଈଶାନ୍ତ ଶର୍ମା ଦ୍ବିତୀୟ ଭାରତୀୟ ଫାଷ୍ଟ ବୋଲର । ଏହାପୂର୍ବରୁ କ୍ରିକେଟ କିମ୍ବଦନ୍ତୀ କପିଲ ଦେବ ହିଁ ଏହି ରେକର୍ଡ ହାସଲ କରିଛନ୍ତି।

ନିଜର 100ତମ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ୱିକେଟ ମଧ୍ୟ ନେଇଛନ୍ତି ଈଶାନ୍ତ ଶର୍ମା । ପ୍ରଥମ ସେସନ ପରେ ଇଂଲଣ୍ଡ ଦଳର ଅଧାରୁ ଅଧିକ ବ୍ୟାଟସମ୍ୟାନଙ୍କୁ ପାଭେଲିୟନ ପଠାଇଛନ୍ତି ଭାରତୀୟ ବୋଲର।

2007 ମସିହାରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ଈଶାନ୍ତ ଶର୍ମା। ବର୍ତ୍ତମାନ ସୁଦ୍ଧା ସେ 99ଟି ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି । ସେଥିମଧ୍ୟରେ 32.22 ହାରରେ 302ଟି ୱିକେଟ ନେଇଛନ୍ତି । ଘରୋଇ ପଡ଼ିଆରେ ଈଶାନ୍ତ ଶର୍ମା 39ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ବାହାର ଦେଶରେ 60 ଟେଷ୍ଟ ଖେଳିଛନ୍ତି। ଘରୋଇ ପଡି଼ଆରେ ସେ 104ଟି ୱିକେଟ ନେଇଥିବା ବେଳେ ବାହାର ଦେଶରେ 199ଟି ୱିକେଟ ନେଇଛନ୍ତି।

108 ରନ ଦେଇ 10ଟି ୱିକେଟ ହାସଲ କରିବା ଈଶାନ୍ତଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହି କିର୍ତ୍ତୀମାନ ମଧ୍ୟ ସେ ବାହାର ଦେଶ ପଡ଼ିଆରେ ହାସଲ କରିଛନ୍ତି। ଘରୋଇ ପଡ଼ିଆରେ 78ରନ ଦେଇ 9ଟି ୱିକେଟ ନେଇ ସେ ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ। 6ଜଣ ଭାରତୀୟ ଅଧିନାୟକଙ୍କ ନେତୃତ୍ବରେ ଈଶାନ୍ତ ଶର୍ମା କ୍ରିକେଟ ଖେଳିଛନ୍ତି। ସେମାନେ ହେଲେ ମହେନ୍ଦ୍ର ସିଂହ ଧୋନୀ, ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ଼, ବିରେନ୍ଦ୍ର ସେହେୱାଗ, ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ।

ଗୋଟିଏ ଫର୍ମାଟରେ କ୍ରିକେଟ ଖେଳୁଥିବାରୁ ଏହି ଉପଲବ୍ଧି ହାସଲ କରିବା ସହଜ ହୋଇ ପାରିଛି ବୋଲି କହିଛନ୍ତି ଈଶାନ୍ତ ଶର୍ମା। ମୋଟେରା ଷ୍ଟାଡିୟମରେ ଭାରତ ଓ ଇଲଂଣ୍ଡ ମଧ୍ୟ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ। ଏହି ଷ୍ଟାଡିୟମରେ ଆଉ ଜଣେ ମହାନତମ ସ୍ପିନର ଅନିଲ କୁମ୍ବଲେ ନିଜର 100ତମ ଟେଷ୍ଟ ମ୍ୟାଚ ଖେଳିଥିଲେ। ଫାଷ୍ଟ ବୋଲର ଭାବରେ ଭାରତ ପକ୍ଷରୁ କପିଲ ଦେବ ସର୍ବାଧିକ 131ଟି ଟେଷ୍ଟ ମ୍ୟାଚ ଖେଳି 434 ୱିକେଟ ନେଇଛନ୍ତି। ତାଙ୍କ ପଛକୁ ଈଶାନ୍ତ ଶର୍ମା ରହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.