ETV Bharat / sports

ପ୍ରଥମ ଟେଷ୍ଟରେ ଇଂଲଣ୍ଡର ବାଜିମାତ, ଭାରତୀୟ ଦଳକୁ ଟ୍ବିଟରରେ ଟ୍ରୋଲ୍

author img

By

Published : Feb 9, 2021, 6:26 PM IST

ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡଠାରୁ ଭାରତକୁ ଶୋଚନୀୟ ଭାବରେ ପରାଜୟ ହେବାକୁ ପଡ଼ିଛି। ଏହାପରେ ଭାରତୀୟ ଦଳ ଓ ଅଧିନାୟକ ବିରାଟ କୋହଲିଙ୍କୁ ଟ୍ବିଟରରେ ସମାଲୋଚନା ଶିକାର ହେବାକୁ ପଡ଼ିଛି। ଅଧିକ ପଢ଼ନ୍ତୁ...

indian team trolled by ex cricketers after defeat from england in first test match
ପ୍ରଥମ ଟେଷ୍ଟରେ ଇଂଲଣ୍ଡର ବାଜିମାତ, ଭାରତୀୟ ଦଳକୁ ଟ୍ବିଟରରେ ଟ୍ରୋଲ୍

ନୂଆଦିଲ୍ଲୀ: ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡଠାରୁ ଭାରତକୁ ଶୋଚନୀୟ ଭାବରେ ପରାଜୟ ହେବାକୁ ପଡ଼ିଛି । ପ୍ରଥମ ଟେଷ୍ଟ ମ୍ୟାଚରେ ପୁଣି ଥରେ ଭାରତର ଟପ ଅର୍ଡର ବ୍ୟାଟ୍ସମ୍ୟାନ ଫେଲ ମାରିଥିବା ଦେଖିବାକୁ ମିଳିଛି । ଫଳରେ ଭାରତକୁ ଇଂଲଣ୍ଡଠାରୁ ଗୋଟିଏ ସେସନ ଓ 227 ରନରେ ପରାଜିତ ହେବାକୁ ପଡ଼ିଛି । ଏହାପରେ ଭାରତୀୟ ଦଳ ଓ ଅଧିନାୟକ ବିରାଟ କୋହଲିଙ୍କୁ ଟ୍ବିଟରରେ ସମାଲୋଚନା ଶିକାର ହେବାକୁ ପଡ଼ିଛି ।

22 ବର୍ଷ ପରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଭାରତକୁ ପରାଜୟ ବରଣ କରିବାକୁ ପଡ଼ିଛି । ଏହି ସମୟରେ ମଧ୍ୟ କେତେକ ୟୁଜର ଭାରତୀୟ କ୍ରିକେଟ ଦଳକୁ ସପୋର୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ବିଶେଷ କରି କ୍ରିକେଟର ଓ କ୍ରିକେଟ ବିଶେଷଜ୍ଞମାନେ ବିରାଟ କୋହଲିଙ୍କ ବ୍ୟାଟିଂ ଫର୍ମକୁ ଫେରିଥିବା କଥା କହିଛନ୍ତି। ସେହିଭଳି ଏହି ମ୍ୟାଚ ଭଲ ବୋଲିଂ ପ୍ରଦର୍ଶନ କରିଥିବା ଆର ଅଶ୍ବିନୀଙ୍କୁ ମଧ୍ୟ ପ୍ରଶଂସା ମିଳିଛି।

ଏହାକୁ ନେଇ ଭାରତୀୟ କ୍ରିକେଟ ବିଶେଷଜ୍ଞ ହର୍ଷା ଭୋଗଲେ କହିଛନ୍ତି ଯେ, "ପରାଜୟରେ ବି କେତେକ ସକରାତ୍ମକ ଚିନ୍ତାଧାରା ରଖିବା ଆବଶ୍ୟକ। ଦ୍ବିତୀୟ ଇଂନିସରେ ବିରାଟ କୋହଲି ଲୟର ସହ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ସେହିଭଳି ଏହି ମ୍ୟାଚରେ ଅଶ୍ବିନଙ୍କ ଭଲ ପ୍ରଦର୍ଶନକୁ ମଧ୍ୟ ଭୁଲିବା କଥା ନୁହେଁ। ଦ୍ବିତୀୟ ସ୍ପିନରଙ୍କଠାରୁ ଟିକିଏ ଅଧିକ ଆଶା କରାଯାଉଥିଲା। ତେବେ ଚିନ୍ତାର ବିଷୟ ନାହିଁ । ଇଂଲଣ୍ଡର ଜୋ ରୁଟ ଛଡ଼ା ଷ୍ଟୋକ୍ସ ଓ ଆଣ୍ଡରସେନ ମଧ୍ୟ ଇଂଲଣ୍ଡର ବିଜୟରେ ସହାୟକ ହୋଇଥିଲେ।"

ପୂର୍ବତନ ଟେଷ୍ଟ ବ୍ୟାଟ୍ସମ୍ୟାନ ୱାସିମ ଜାଫର କହିଛନ୍ତି ଯେ, "ଭାରତୀୟ ଖେଳାଳି ଦୁଃଖିତ ହୁଅନ୍ତୁ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ ହାରିଥିଲା ଭାରତ। ଏହାପରେ ସିରିଜ ବିଜୟୀ ହୋଇଥିଲା। ଏହାପୂର୍ବରୁ ମଧ୍ୟ ଘରୋଇ ସିରିଜରେ ପ୍ରଥମ ମ୍ୟାଚ ଭାରତ ହାରିଥିଲା। ଏହାପରେ ସିରିଜ ବିଜୟ ହୋଇଥିଲା। "

ଅନ୍ୟପକ୍ଷରେ ଇଂଲଣ୍ଡ ବହୁ ପୂର୍ବତନ କ୍ରିକେଟର ଇଂଲଣ୍ଡ ଦଳର ପ୍ରଶଂସାରେ ଶତମୁଖ ହୋଇଛନ୍ତି। କେଭନ ପିଟରସନ, ମ୍ୟାଟ ପ୍ରାୟର ଓ ମାକେଲନ ୱନ ଇଂଲଣ୍ଡ ଦଳର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି।

କେଭିନ ପିଟରସନ ହିନ୍ଦୀରେ ଟ୍ବିଟ କରି ଲେଖଛନ୍ତି ଯେ, "ଭାରତୀୟମାନେ ମୁଁ ଚେତାବନୀ ଦେଇଥିଲି। ଯେତେବେଳେ ତୁମେ ଅଷ୍ଟ୍ରେଲିଆକୁ ଘରୋଇ ପଡ଼ିଆରେ ହରାଇଥିଲ । ଏତେ ଖୁସି ମନାଇବା ଠିକ କଥା ନୁହେଁ।"

ସେହିଭଳି ମ୍ୟାଟ ପ୍ରାୟର ଲେଖିଛନ୍ତି ଯେ, "ଇଂଲଣ୍ଡ ଦଳର ବଢ଼ିଆ ବିଜୟ। ଜବରଦସ୍ତ ଶତ ପ୍ରତିଶତ ଟେଷ୍ଟ ମ୍ୟାଚ ଦେଖିବାକୁ ମିଳିଲା। ଜୋ ରୁଟଙ୍କ ଦମଦାର ପ୍ରଦର୍ଶନ।"

ସେପଟେ ମାଇକେଲ ୱନ ଟ୍ବିଟ କରି ଲେଖିଛନ୍ତି ଯେ, "ଭାରତରେ ଭାରତ ବିରୋଧରେ ଜବରଦସ୍ତ ବିଜୟ। 227ରନର ବୃହତ ବିଜୟ। ଏହି ଟିମରେ ଦମ ଅଛି।"

ଭାରତ ଓ ଇଂଲଣ୍ଡ ମଧ୍ୟରେ 4ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଇଂଲଣ୍ଡଠାରୁ 227 ରନରେ ପରାଜିତ ହୋଇଛି। ଏହି ମ୍ୟାଚରେ ଇଂଲଣ୍ଡ ଦଳ ଅଧିନାୟକ ଜୋର ରୁଟ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି। ଦ୍ବିତୀୟ ଟେଷ୍ଟ ମ୍ୟାଚ ଫେବ୍ରୁଆରୀ 13 ତାରିଖରୁ ଆରମ୍ଭ ହେବ। ଏହି ସିରିଜରେ ଇଂଲଣ୍ଡ ବର୍ତ୍ତମାନ 1-0ରେ ଆଗୁଆ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.