ETV Bharat / sports

ଦିନିକିଆ ସିରିଜ ପାଇଁ ପୁନେରେ ପହଞ୍ଚିଲା ଟିମ ଇଣ୍ଡିଆ

author img

By

Published : Mar 21, 2021, 6:43 PM IST

ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପାଇଁ ପୁନେରେ ପହଞ୍ଚିଲା ଭାରତୀୟ କ୍ରିକେଟ ଦଳ। ମଙ୍ଗଳବାର ଠାରୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ଦିନିକିଆ ସିରିଜ। ଅଧିକ ପଢ଼ନ୍ତୁ...

ଦିନିକିଆ ସିରିଜ ପାଇଁ ପୁନେ ପହଞ୍ଚିଲା ଟିମ ଇଣ୍ଡିଆ

ମୁମ୍ବାଇ: ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପାଇଁ ପୁନେ ପହଞ୍ଚିଲା ଭାରତୀୟ କ୍ରିକେଟ ଦଳ। ମଙ୍ଗଳବାର ଠାରୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ଦିନିକିଆ ସିରିଜ। ଏହି ସିରିଜ ପରେ ଇଂଲଣ୍ଡର ଭାରତ ଗସ୍ତ ଶେଷ ହେବ। ପୂର୍ବରୁ ଟେଷ୍ଟ ସିରିଜକୁ 3-1ରେ ଜିତି ଟେଷ୍ଟ ଚାମ୍ପିୟାନସିପ ଫାଇନାଲରେ ମ୍ୟାଚରେ ପହଞ୍ଚିଥିଲା ଭାରତ। ଏହାପରେ ଟି-20 ସିରିଜରେ ମଧ୍ୟ ଭାରତୀୟ ଦଳ 3-2ରେ ଇଂଲଣ୍ଡକୁ ମାତ ଦେଇଛି।

ଇଂଲଣ୍ଡ ବିପକ୍ଷରେ ଭାରତ 3ଟି ଦିନିକିଆ ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚ ମାର୍ଚ୍ଚ 23 ତାରିଖରେ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ଓ ତୃତୀୟ ମ୍ୟାଚ ମାର୍ଚ୍ଚ 26 ଓ 28 ତାରିଖରେ ଖେଳାଯିବ। ଅହମ୍ମଦାବାଦରୁ ଅପରାହ୍ଣରେ 4.45 ମିନିଟରେ ସ୍ବତନ୍ତ୍ର ବିମାନ ଯୋଗେ ଦଳ ପୁନେ ଅଭିମୁଖେ ବାହାରିଥିଲା।

ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ଓ ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ଦଳରେ ସାମିଲ ହୋଇଛନ୍ତି। କର୍ଣ୍ଣାଟକ ଫାଷ୍ଟ ବୋଲର ପ୍ରସିଦ୍ଧ କ୍ରୀଷ୍ଣା ଏହି ସିରିଜରେ ଡେବ୍ୟୁ କରି ପାରନ୍ତି। ଦଳରେ କୋହଲିଙ୍କ ସହ ରୋହିତ ଶର୍ମା, ଶିଖର ଧୱନ, ଶୁଭମନ ଗିଲ, ଶ୍ରେୟସ ଆୟର, ହାର୍ଦ୍ଧିକ ପାଣ୍ଡ୍ୟା, ଋଷଭ ପନ୍ତ ରହିଛନ୍ତି।

ବୋଲିଂର ଭୁବନେଶ୍ବର କୁମାର ନେତୃତ୍ବ ନେବେ। ତାଙ୍କ ସହ ଦଳରେ ଶାର୍ଦ୍ଦୁଲ ଠାକୁର, କୁଳଦୀପ ଯାଦବ, ୟୁଜିବେନ୍ଦ୍ର ଚହଲ, ମହୋମ୍ମଦ ସିରାଜ, ଟି ନଟରାଜନ ଓ ୱାଶିଂଟନ ସୁନ୍ଦର ରହିଛନ୍ତି। ଦୁଇ ଦଳ ଦିନିକିଆ ସିରିଜ ଉପରେ ସଭିଙ୍କ ଆଖି ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.