ETV Bharat / sports

ପ୍ରଥମ ଟି-20ରେ ଭାରତକୁ 8 ୱିକେଟରେ ହରାଇଲା ଇଂଲଣ୍ଡ

author img

By

Published : Mar 12, 2021, 10:22 PM IST

ଭାରତ ବିପକ୍ଷରେ 8 ୱିକେଟରେ ବିଜୟ ଲାଭ କଲା ଇଂଲଣ୍ଡ। ମାତ୍ର 15.3 ଓଭରରେ 125ରନ ବିଜୟ ଲକ୍ଷ୍ୟ ହାସଲ କରିଛି ଇଂଲଣ୍ଡ।

ପ୍ରଥମ ଟି-20ରେ ଭାରତକୁ 8 ୱିକେଟରେ ହରାଇଲା ଇଂଲଣ୍ଡ
ପ୍ରଥମ ଟି-20ରେ ଭାରତକୁ 8 ୱିକେଟରେ ହରାଇଲା ଇଂଲଣ୍ଡ

ଗାନ୍ଧୀନଗର: ଭାରତ ବିପକ୍ଷରେ 8 ୱିକେଟରେ ବିଜୟ ଲାଭ କଲା ଇଂଲଣ୍ଡ। ମାତ୍ର 15.3 ଓଭରରେ 125ରନ ବିଜୟ ଲକ୍ଷ୍ୟ ହାସଲ କରିଛି ଇଂଲଣ୍ଡ। ଦୁଇ ଓପନର ଜେଶନ ରଏ ଓ ଜୋଶ ବଟଲର ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ। ଜେଶନ ରଏ 32 ବଲରୁ 49 ରନ କରିଥିଲେ। ଏହାସହ ଜୋଶ ବଟଲର 24ଟି ବଲରୁ 28 ରନ କରିଥିଲେ। ଏହାପରେ ଡାୱିଡ ମଲାନ ଓ ଜନି ବେୟାରଷ୍ଟୋ ଯଥାକ୍ରମେ 18 ଓ 25 ରନ କରି ଦଳକୁ ବିଜୟ ଦ୍ବାରକୁ ନେଇ ଯାଇଥିଲେ।

ଦଳୀୟ ସ୍କୋର 72ରନରେ ପହଞ୍ଚି ଥିବା ବେଳେ ଜୋଶ ବୋଟଲର ୟୁଜିବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ। ଏହାପରେ 12ତମ ଓଭରରେ ଜେଶନ ରଏ ୱାଶିଂଟନ ସୁନ୍ଦରଙ୍କ ଶିକାର ହୋଇଥିଲେ। ଆଉ କୌଣସି ଭାରତୀୟ ବୋଲର ଇଂଲଣ୍ଡ ବ୍ୟଟସମ୍ୟାନଙ୍କୁ ଆଉଟ କରିବାରେ ସକ୍ଷମ ହୋଇନଥିଲେ। ମ୍ୟାଚ ମଧ୍ୟରେ ୱାଶିଂଟନ ସୁନ୍ଦର ଓ ଜନି ବେୟାରଷ୍ଟୋ ମଧ୍ୟରେ ବିବାଦ ଦେଖା ଦେଇଥିଲା।

ସେପଟେ ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇ ଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳୀୟ ସ୍କୋର ମାତ୍ର 2 ରନ ରହିଥିବା ବେଳେ ଓପନ କେଏଲ ରାହୁଲ ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଭାରତ ପକ୍ଷରୁ କେବଳ ଶ୍ରେୟସ ଆୟର 67 ରନ କରି ଭାରତୀୟ ଦଳ ସ୍କୋରକୁ ଏକ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇଥିଲେ।

ରିଷଭ ପନ୍ତ 21ରନ କରି କିଛି ସମୟ ପିଚରେ ବିତାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ ଷ୍ଟୋକ୍ସଙ୍କ ବଲରେ ଆଉଟ ହୋଇଥିଲେ। ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା 19 ରନ କରି ଆଉଟ ହୋଇଥିଲେ। ଅଧିନାୟକ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆଦିଲ ରାଶିଦଙ୍କ ବଲରେ ଆଉଟ ହୋଇଥିଲେ। ଖର ଧବନ ମାତ୍ର 4 ରନ କରିଥିବା ବେଳେ ମାର୍କ ବୋଲ୍ଡଙ୍କ ବଲରେ ବୋଲ୍ଡ ହୋଇଥିଲେ। ଶାର୍ଦ୍ଦୁଲ ଠାକୁର କୌଣସି ଖାତା ଖୋଲିବା ପୂର୍ବରୁ ପାଭେଲିୟନ ଫେରିଥିଲେ।

ଭାରତ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ ମାତ୍ର 124 ହିଁ କରି ପାରିଥିଲା। ସେପଟେ ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ଦୁଇଟି ୱିକେଟ ନେଇଥିଲେ। କ୍ରିଶ ଜୋର୍ଡାନ, ଆଦିଲ ରାଶିଦ, ମାର୍କ ଉଡ ଓ ବେନ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.