ETV Bharat / sports

ଚତୁର୍ଥ ଟି-20: ଇଂଲଣ୍ଡକୁ 186 ରନ ଟାର୍ଗେଟ ଦେଲା ଭାରତ

author img

By

Published : Mar 18, 2021, 9:45 PM IST

ଇଂଲଣ୍ଡକୁ 186 ରନ ବିଜୟ ଲକ୍ଷ୍ୟ ଦେଲା ଭାରତ। ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା ଇଂଲଣ୍ଡ। ଅଧିକ ପଢ଼ନ୍ତୁ...

ଚତୁର୍ଥ ଟି-20: ଇଂଲଣ୍ଡକୁ 186 ରନ ଟାର୍ଗେଟ ଦେଲା ଭାରତ
ଚତୁର୍ଥ ଟି-20: ଇଂଲଣ୍ଡକୁ 186 ରନ ଟାର୍ଗେଟ ଦେଲା ଭାରତ

ଗାନ୍ଧୀନଗର: ଇଂଲଣ୍ଡକୁ 186 ରନ ବିଜୟ ଲକ୍ଷ୍ୟ ଦେଲା ଭାରତ। ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା ଇଂଲଣ୍ଡ। ପ୍ରଥମ ଓଭରରେ ଦଳ 11 ରନ କରି ନିଜର ଆକ୍ରମଣ ରୂପ ଦେଖାଇଥିଲା। ତେବେ ମାତ୍ର 21 ରନରେ ଦଳ ରୋହିତ ଶର୍ମାଙ୍କୁ ହରାଇଥିଲା। ସେ ମାତ୍ର 12 ରନ କରି ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଏହାପରେ ପଡି଼ଆକୁ ଓହ୍ଲାଇଥିଲେ ସୂର୍ଯ୍ୟକୁମାର ଯାଦବ।

ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଥିବା ସୂର୍ଯ୍ୟକୁମାର ଯାଦବ ଆସୁ ଆସୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ସେ 31ଟି ବଲରୁ 57 ରନ କରି ସାମ କୁରାନଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ବିରାଟ କୋହଲି ମାତ୍ର 1 ଏକ ରନ କରି ଆଦିଲଙ୍କ ବଲରେ ଷ୍ଟମ୍ପ ଆଉଟ୍ ହୋଇଥିଲେ। ଋଷଭ ପନ୍ତ ଓ ସୂର୍ଯ୍ୟକୁମାର ଯାଦବଙ୍କ ପାର୍ଟରନସିପ ବଳରେ ଦଳ 100 ରନ ପାର କରିଥିଲା।

ସୂର୍ଯ୍ୟକୁମାର ଯାଦବ 31ଟି ବଲରୁ 57ରନ କରିଥିବାବେଳେ ଋଷଭ ପନ୍ତ 23ଟି ବଲରୁ 30 ରନ କରିଥିଲେ। ଏହାପରେ ଶ୍ରେୟସ ଆୟର ମଧ୍ୟ 18ଟି ବଲରୁ ଦ୍ରୁତ 37 ରନ କରିଥିଲେ। ଏହାଛଡ଼ା ହାର୍ଦ୍ଦିକ ପାଣ୍ଡ୍ୟା 11, ଶାର୍ଦ୍ଦୁଲ ଠାକୁର 10 ଓ ୱାଶିଂଟନ ସୁନ୍ଦରଙ୍କ 4 ବଳରେ ଦଳ ନିର୍ଦ୍ଧାରିତ 20 ଓଭରରେ 185 ରନ କରିଥିଲା।

ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ 4ଟି ୱିକେଟ ନେଇଥିଲେ। ଆଦିଲ ରାଶିଦ, ମାର୍କ ଉଡ, ବେନ ଷ୍ଟୋକସ ଓ କ୍ରୀଶ ଜୋର୍ଡାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.