ଚେନ୍ନାଇ: ଟେଷ୍ଟ କ୍ୟାରିୟରରେ ରୋହିତ ଶର୍ମା ବର୍ତ୍ତମାନ ସୁଦ୍ଧା 7ଟି ଶତକ ହାସଲ କରିଛନ୍ତି। ଯେବେ ବି ରୋହିତ ଶର୍ମା ଶତକ ହାସଲ କରିଛନ୍ତି ଭାରତ ବିଜୟୀ ଲାଭ କରିଛି। ରୋହିତ ଶର୍ମା ନିଜ କ୍ୟାରିୟରର ସମସ୍ତ ଶତକ ଘରୋଇ ପଡ଼ିଆରେ ହାସଲ କରିଛନ୍ତି। 36ଟି ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା 7ଟି ଶତକ ହାସଲ କରିଛନ୍ତି। ଭାରତ ଇଲଣ୍ଡ ମଧ୍ୟରେ ହୋଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚକୁ ଭାରତ 317 ରନରେ ବିଜୟୀ ହୋଇଛି। ଏହି ମ୍ୟାଚର ପ୍ରଥମ ଇନିଂଶରେ ରୋହିତ ଶର୍ମା 161 ରନ କରିଥିଲେ।
ନଭେମ୍ବର 2013 ମସିହାରେ କୋଲକାତାର ଇଡେନଗାର୍ଡେନ ଷ୍ଟାଡିୟମରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ରୋହିତ। ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ସେ 177 ରନ କରିଥିଲେ। ଭାରତ ଏହି ମ୍ୟାଚକୁ 51 ରନରେ ଜିତି ନେଇଥିଲା। 2013ରେ ହିଁ ସେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ଶତକ ହାସଲ କରିଥିଲେ। ମୁମ୍ବାଇରେ ଖେଳାଯାଇଥିବା ଏହି ମ୍ୟାଚରେ ସେ 111 ରନ କରିଥିବା ବେଳେ ଭାରତ 126 ରନରେ ଏହି ମ୍ୟାଚ ଜିତି ନେଇଥିଲା।
2017 ମସିହାରେ ରୋହିତ କ୍ୟାରିୟରର ତୃତୀୟ ଶତକ ହାସଲ କରିଥଲେ। ଶୀଲଙ୍କା ବିପକ୍ଷରେ ନାଗପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ସେ 102 ରନ କରିଥିବା ବେଳେ ଭାରତ 239 ରନରେ ବୃହତ ବିଜୟ ହାସଲ କରିଥିଲା। ଏହାପରେ 2019 ମସିହାରେ ସେ ଦକ୍ଷିଣ ଆଫ୍ରିକା ବିରୋଧରେ ଚତୁର୍ଥ ଓ ପଞ୍ଚମ ଶତକ ହାସଲ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ନାଗପୁରରେ ଖେଳା ଯାଇଥିବା ଏହି ମ୍ୟାଚର ପ୍ରଥମ ଇନିଂଶରେ ସେ 176 ରନ କରିଥିବା ବେଳେ ଦ୍ବିତୀୟ ଇନିଂଶରେ ସେ 127 ରନ କରିଥିଲେ। ଏହି ମ୍ୟାଚକୁ ଭାରତ 203 ରନରେ ଜିତି ନେଇଥିଲା।
2019 ମସିହା ରାଞ୍ଚିରେ ଷଷ୍ଠ ଶତକ ହାସଲ କରିଥିଲେ ରୋହିତ। ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳା ଯାଇଥିବା ଏହି ମ୍ୟାଚରେ ଶତକ ହାସଲ କରିଥିଲେ ରୋହିତ ଶର୍ମା। ଭାରତ ଏହି ମ୍ୟାଚକୁ 203 ରନରେ ଜିତି ନେଇଥିଲା।
33 ବର୍ଷୀୟ ଓପନର୍ ରୋହିତ ଶର୍ମା 61ଟି ଇନିଂଶରେ 45.83 ହାରରେ 2475 ରନ କରିଛନ୍ତି। ଏଥିରେ 11ଟି ଅର୍ଦ୍ଧ ଶତକ ରହିଥିବା ବେଳେ 7ଟି ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିରୋଧରେ ସେ ସର୍ବାଧିକ 212 ରନ କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ