ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ତୃତୀୟ ଟେଷ୍ଟର ଚତୁର୍ଥ ଦିନ ଆରମ୍ଭରୁ ଟିମ୍ ଇଣ୍ଡିଆକୁ ଝଟକା । ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ପୂଜାରା ପ୍ରାରମ୍ଭରୁ ବିଫଳ । ଗତକିଲାର ସ୍କୋରରେ ବିନା କୌଣସି ରନ ଯୋଡି ପାଭିଲିୟନ ଫେରିଲେ ପୂଜାରା । ବର୍ତ୍ତମାନ କ୍ରିଜରେ ବିରାଟ ଏବଂ ରାହାଣେ ବ୍ୟାଟିଂ କରୁଛନ୍ତି ।
ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରର 139 ରନ ପଛରେ ଥିବା ଭାରତ ଆଜି (ଶନିବାର) ଆରମ୍ଭରୁ ବଡ ଝଟକା ଖାଇଛି । ପୂଜାରା କୌଣସି ରନ ନକରି ପାଭେଲିୟନ ଫେରିଛନ୍ତି । ପୂଜାରାଙ୍କୁ ରବିନସନ୍ ଆଉଟ କରିଛନ୍ତି । 91 ରନ କରି ଶତକରୁ ବଞ୍ଚିତ ହୋଇଛନ୍ତି ପୂଜାରା । ଏହାସହ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ 90ରୁ ଉର୍ଦ୍ଧ୍ବ ଓଭରନାଇଟ୍ ସ୍କୋରରେ କୌଣସି ରନ ନକରି ପାଭିଲିୟନ ଫେରିଛନ୍ତି ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଛି ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ । ଲିଡସରେ ଚାଲିଥିବା ତୃତୀୟ ଟେଷ୍ଟର ଆଜି ଚତୁର୍ଥ ଦିନ । ତୃତୀୟ ଦିନରେ କେବଳ ଦୁଇଟି ୱିକେଟ ହରାଇଥିବା ଟିମ ଇଣ୍ଡିଆ ଆଜି ଚତୁର୍ଥ ଦିନ ରହିଛି ବେଶ ଗରୁତ୍ବପୂର୍ଣ୍ଣ । ଭାରତ ଚତୁର୍ଥ ଦିନ ଖେଳ ଆରମ୍ଭ ସୁଦ୍ଧା ୨୧୫/୨ ୱିକେଟ ହରାଇଛି ।
ଭାରତ ପ୍ରଥମ ଇନିଂସରେ ଘୋର ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇ କେବଳ ମାତ୍ର ୭୮ ରନ କରିଥିଲା । ଏହାର ଜବାବରେ ଅଧିନାୟକ ଜୋ ରୁଟଙ୍କ ଶତକ ବଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ୪୩୨ ରନ କରିଥିଲା। ଏହାପରେ ଭାରତ ତାର ଦ୍ବିତୀୟ ଇନିଂସ ଆରମ୍ଭ କରିଛି । ତୃତୀୟ ଦିନରେ ଭାରତ ଦମଦାର ବ୍ୟାଟଂ ପ୍ରଦର୍ଶନ କରି ଦଳର ଓପନର ରୋହିତ ଶର୍ମା ୫୯ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି ଏହା ସହ ଆଉଟ ଅଫ ଫର୍ମ ଥିବା ଚେତେଶ୍ବର ପୂଜାରା ୯୧ ଓ ଅଧିନାୟକ ବିରାଟ କୋହଲି ୪୫ ରନ କରି ଅପରାଜିତା ରହିଛନ୍ତି । ଭାରତ ବର୍ତ୍ତମାନ ୨୧୫ ରନ କରିଥିବାରୁ ୧୩୯ ରନର ଇଂଲଣ୍ଡର ଲିଡ ରହିଛି ।
ସୂଚନାଥାଉକି ପ୍ରଥମ ଟେଷ୍ଟ ଡ୍ର ହୋଇଥିବାବେଳେ ଲର୍ଡସ ଟେଷ୍ଟରେ ଭାରତ ଦମଦାର ପ୍ରଦର୍ଶନ କରି ବିଜୟୀ ହାସଲ କରିଛି ଏବଂ ସିରିଜରେ 1-୦ ରେ ଆଗୁଆ ଅଛି । ତେବେ ଭାରତ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜରେ ବିଶେଷ କରି ଚତୁର୍ଥ ଦିନରେ ଖେଳ ଉପରେ ଦଳର ପ୍ରଦର୍ଶନ ଉପରେ ବେଶ ପ୍ରଭାବ ପକାଇବ ।