ETV Bharat / sports

T20 World Cup : ବଟଲର ଓ ହେଲ୍ସଙ୍କ ଅର୍ଦ୍ଧଶତକ, ନ୍ୟୁଜିଲାଣ୍ଡକୁ ୧୮୦ ରନର ଟାର୍ଗେଟ

author img

By

Published : Nov 1, 2022, 3:44 PM IST

ନ୍ୟୁଜିଲାଣ୍ଡକୁ ୧୮୦ ରନର ଟାର୍ଗେଟ । ଜସ ବଟଲର ଓ ଆଲେକ୍ସ ହେଲ୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ । ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନର ଟାର୍ଗେଟ ରଖିଲା ଇଂଲଣ୍ଡ । ଅଧିକ ପଢନ୍ତୁ

T20 World Cup : ବଟଲର ଓ ହେଲ୍ସଙ୍କ ଅର୍ଦ୍ଧଶତକ, ନ୍ୟୁଜିଲାଣ୍ଡକୁ ୧୮୦ ରନର ଟାର୍ଗେଟ
T20 World Cup : ବଟଲର ଓ ହେଲ୍ସଙ୍କ ଅର୍ଦ୍ଧଶତକ, ନ୍ୟୁଜିଲାଣ୍ଡକୁ ୧୮୦ ରନର ଟାର୍ଗେଟ

ବ୍ରିସବେନ୍ : ନ୍ୟୁଜିଲାଣ୍ଡକୁ ୧୮୦ ରନର ଟାର୍ଗେଟ । ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନର ଟାର୍ଗେଟ ରଖିଲା ଇଂଲଣ୍ଡ । ଜସ ବଟଲର ଓ ଆଲେକ୍ସ ହେଲ୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଯୋଗୁଁ ଦଳ ୧୭୯ ରନ କରିଛି । ସୁପର ୧୨ ପର୍ଯ୍ୟାୟରେ ଆଜି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଭଳି ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ମହାମୁକାବିଲା ଚାଲିଛି । T20 ବିଶ୍ବକପ ଗୃପ ୧ରେ ଇଂଲଣ୍ଡ ଡେଞ୍ଜର ଜୋନରେ ରହିଛି । ତେଣୁ ଇଂଲଣ୍ଡ ଟିମ୍ ପାଇଁ ଏହି ମ୍ୟାଚରେ ବିଜୟୀ ଲାଭ କରିବା ବହୁତ ଗୁରୁତ୍ବ ବହନ କରୁଛି । ତେଣୁ ଆରମ୍ଭରୁ ହିଁ ଓପନିଂ ଯୋଡି ଆକ୍ରମଣ କରିବା ଆରମ୍ଭ କରିଥିଲେ । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୯ କରିଛି ।

ଇଂଲଣ୍ଡ ଟସ୍ ଜିତି ଅଧିନାୟକ ଜସ୍ ବଟଲର୍ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଆରମ୍ଭରୁ ହିଁ ଓପନିଂ ଯୋଡି ଜବରଦସ୍ତ ପାଳି ଆରମ୍ଭ କରିଥିଲେ । ଗୃପ ୧ରେ ଇଂଲଣ୍ଡର ସ୍ଥିତି ଭଲ ନାହିଁ । ଇଂଲଣ୍ଡ ଏପର୍ଯ୍ୟନ୍ତ ୩ ପଏଣ୍ଟ ପାଇ ୪ ନମ୍ବର ସ୍ଥାନରେ ରହିଛି । ବଟଲର ବାହିନୀ ପାଇଁ ଏହି ମ୍ୟାଚ୍ ଟି କର ବା ମର ସଦୃଶ ହୋଇପଡିଛି । ଇଂଲିସ୍ ଟିମକୁ ସେମିରେ ପ୍ରବେଶ କରିବାକୁ ହେଲେ ଏହି ମ୍ୟାଚ ଜିତିବାକୁ ପଡିବ । ତେଣୁ ଆରମ୍ଭର ହିଁ ଓପନିଂ ଯୋଡି ରଣନୀତି ପ୍ରସ୍ତୁତ କରିଥିଲେ । ଉଭୟଙ୍କ ପାର୍ଟନରସିପ ୧୦.୨ ଓଭରରେ ଦଳୀୟ ସ୍କୋର ପାଇଁ ୮୧ ରନ୍ ଯୋଡିଥିଲା । ଏହା ପରେ ଆଲେକ୍ସ ହେଲ୍ସ ୫୨ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: T20 World Cup: ସର୍ବାଧିକ ରନ୍ ସଂଗ୍ରହକାରୀ ଟପ୍ ୧୦ ତାଲିକାରେ ଦୁଇ ଭାରତୀୟ

ହେଲେ ମଇଦାନରେ ଦମଦାର ବ୍ୟାଟିଂ ଜାରି ରଖିଥିଲେ ଅଧିନାୟକ ବଟଲର୍ । ସେ ୪୭ ବଲରୁ ୭ ଟି ଚୌକା ଓ ୨ ଟି ଛକା ସହିତ ୭୩ ରନର ଇନିଂସ ଖେଳିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ରନ୍ ଆଉଟ ହୋଇ ପାଭିଲିୟନ ଲେଉଟିଥିଲେ । ସେହିପରି ଲିଆମ୍ ଲିଭିଙ୍ଗଷ୍ଟୋନ ୨୦ ରନ୍ କରିଥିଲେ । ନ୍ୟୁଜିଲାଣ୍ଡର ଲକି ଫରଗୁସନ୍ ୨ ୱିକେଟ ନେଇଥିବା ବେଳେ ଟିମ୍ ସାଉଦି, ମିଚେଲ ସାଣ୍ଟନର, ଇସ୍ ସୋଧି ଗୋଟିଏ ସଫଳତା ପାଇଥିଲେ । ନ୍ୟୁଜିଲାଣ୍ଡ ୧୮୦ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.