ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରେ ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର୍ ରେକର୍ଡ କଲା ଇଂଲଣ୍ଡ । ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍ରେ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ବିନିମୟରେ ଇଂଲଣ୍ଡ ଦଳ ୪୯୮ ରନ୍ କରିଛି । ଦିନିକିଆ ଇତିହାସରେ ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର୍ କରିଛି ଇଂଲଣ୍ଡ ।
ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଜୋଶ ବଟଲର, ଡାୱିଡ ମଲାନ, ଫିଲ୍ ସଲ୍ଟ ଶତକ ହାସଲ କରିଛନ୍ତି । ଏହି କ୍ରମରେ ଲିଆମ୍ ଲିଭିଂଷ୍ଟୋନ୍ ଦ୍ରୁତ ଅର୍ଦ୍ଧ ଶତକ ହାସଲ କରି ରେକର୍ଡ କରିଛନ୍ତି । ଦ୍ବିତୀୟ ୱିକେଟ ପାଇଁ ମଲାନ ଓ ସଲ୍ଟଙ୍କ ମଧ୍ୟରେ ୨୨୨ ରନ୍ର ଭାଗିଦାରୀ ହୋଇଥିଲା । ଏହାପୂର୍ବରୁ ଦଳୀୟ ସ୍କୋର୍ ୧ ରନ୍ରେ ପ୍ରଥମ ୱିକେଟ ହରାଇଥିଲା ଇଂଲଣ୍ଡ ।
-
🚨 RECORD ALERT 🚨
— ICC (@ICC) June 17, 2022 " class="align-text-top noRightClick twitterSection" data="
England end their innings on 498/4, the highest team total in men's ODI history 👏
📝 Scorecard: https://t.co/c0rzJBjRoe #NEDvENG pic.twitter.com/Ms8c06aKyQ
">🚨 RECORD ALERT 🚨
— ICC (@ICC) June 17, 2022
England end their innings on 498/4, the highest team total in men's ODI history 👏
📝 Scorecard: https://t.co/c0rzJBjRoe #NEDvENG pic.twitter.com/Ms8c06aKyQ🚨 RECORD ALERT 🚨
— ICC (@ICC) June 17, 2022
England end their innings on 498/4, the highest team total in men's ODI history 👏
📝 Scorecard: https://t.co/c0rzJBjRoe #NEDvENG pic.twitter.com/Ms8c06aKyQ
୨୨୩ ରନ୍ରେ ଇଂଲଣ୍ଡର ଦ୍ବିତୀୟ ୱିକେଟ ଯାଇଥିଲା । ଏହାପରେ ମଧ୍ୟ ଜୋଶ ବଟଲର ଆକ୍ରାମକ ବ୍ୟାଟିଂ କରି ୧୬୨ ରନ୍ ହାସଲ କରିଥିଲେ । ଯାହାଫଳରେ ଦଳ ୪୯୮ ରେକର୍ଡ ସ୍କୋର କରି ନିଜ ରେକର୍ଡ ଭାଙ୍ଗିଛନ୍ତି । ଏହାପୂର୍ବରୁ ୨୦୧୮ରେ ଇଂଲଣ୍ଡ ୪୮୧ ରନ୍ କରି ରେକର୍ଡ କରିଥିଲା । ଆଜି ନିଜ ରେକର୍ଡ ନିଜେ ଭାଙ୍ଗିଛି ଇଂଲଣ୍ଡ ।