ETV Bharat / sports

ICC Awards: ଜୋ ରୁଟ୍‌ ବର୍ଷ ୨୦୨୧ର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର

author img

By

Published : Jan 24, 2022, 10:17 PM IST

ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ସୋମବାର ୨୦୨୧ ବର୍ଷର ଶ୍ରେଷ୍ଠ ICC ପୁରୁଷ ଟେଷ୍ଟ କ୍ରିକେଟର ହୋଇଛନ୍ତି । ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର କେଏଲ ଜେମିଏସନ, ଶ୍ରୀଲଙ୍କା ଓପନର ଦିମୁଥ କରୁଣାରତ୍ନେ ଓ ଭାରତୀୟ ଅଫ୍‌-ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ପଛରେ ପକାଇ ଏହି ପୁରସ୍କାର ହାତେଇଛନ୍ତି । ଅଧିକ ପଢନ୍ତୁ

England captain Root named ICC Men's Test Cricketer of the Year for 2021
ICC Awards: ଜୋ ରୁଟ୍‌ ବର୍ଷ ୨୦୨୧ର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର

ଦୁବାଇ: ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ସୋମବାର ୨୦୨୧ ବର୍ଷର ଶ୍ରେଷ୍ଠ ICC ପୁରୁଷ ଟେଷ୍ଟ କ୍ରିକେଟର ହୋଇଛନ୍ତି । ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର କେଏଲ ଜେମିଏସନ, ଶ୍ରୀଲଙ୍କା ଓପନର ଦିମୁଥ କରୁଣାରତ୍ନେ ଓ ଭାରତୀୟ ଅଫ୍‌-ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ପଛରେ ପକାଇ ଏହି ପୁରସ୍କାର ହାତେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ICC Awards: ସ୍ମୃତି ମାନ୍ଧାନା ବର୍ଷ ୨୦୨୧ର ସର୍ବଶ୍ରେଷ୍ଠ ମହିଳା କ୍ରିକେଟର

ଏହି ସମ୍ମାନଜନକ ପୁରସ୍କାର ଜିତିବା ପରେ ରୁଟ୍‌ କହିଛନ୍ତି, ବର୍ଷର ଶ୍ରେଷ୍ଠ ପୁରୁଷ ଟେଷ୍ଟ କ୍ରିକେଟର ପୁରସ୍କାର ଗ୍ରହଣ କରିବା ଗର୍ବର କଥା । ବର୍ଷ ତମାମ ସମର୍ଥନ ପାଇଁ ପରିବାର, ସାଥୀ, ଖେଳାଳି, କୋଚ୍‌ ଓ ପ୍ରଶଂସକଙ୍କୁ ଅନେକ ଧନ୍ୟବାଦ । ୨୦୧୧ରେ ଆଲିଷ୍ଟାର କୁକ୍‌ଙ୍କ ପରେ ଦ୍ବିତୀୟ ଇଂଲିସ ଖେଳାଳି ଭାବେ ରୁଟ୍‌ ଏହି ପୁରସ୍କାର ହାତେଇଛନ୍ତି ।

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ରୁଟ୍‌ ୧୭୦୦ ଟେଷ୍ଟ ରନ୍‌ ସଂଗ୍ରହ କରିବାରେ କ୍ରିକେଟ ଇତିହାସରେ ତୃତୀୟ ଖେଳାଳି ହୋଇଛନ୍ତି । ଭାରତ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟରେ ୨୧୮ ରନ୍‌ର ମାରାଥନ ଦ୍ବିଶତକୀୟ ଇଂନିସ ମଧ୍ୟ ରହିଛି । ସେହିପରି କେବଳ ବ୍ୟାଟ୍‌ରେ ନୁହେଁ ବର୍‌ ବଲ୍‌ରେ ମଧ୍ୟ କମାଲ କରିଥିଲେ ରୁଟ୍‌ । ଅହମ୍ମଦାବାଦରେ ଖେଳାଯାଇଥିବା ପିଙ୍କ୍‌ ବଲ୍‌ ଟେଷ୍ଟରେ ୫ ୱିକେଟ ସହ ମୋଟ ୧୪ ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.