ETV Bharat / sports

ବିରାଟ କୋହଲିଙ୍କ ବ୍ୟାଟିଂକୁ ଏହା କହିଲେ ଜେମ୍ସ ଆଣ୍ଡରସନ

author img

By

Published : Aug 30, 2021, 10:48 PM IST

ବିରାଟ କୋହଲି ନିଜ ଶତକ ମରୁଡ଼ି ନେଇ ଟ୍ରୋଲ ହେବାରେ ଲାଗିଛନ୍ତି । ଭଲ ଆରମ୍ଭ ମିଳିବା ସତ୍ତ୍ବେ କୋହଲି ଏହାକୁ ଶତକରେ ପରିବର୍ତ୍ତନ କରି ପାରୁନାହାନ୍ତି । ଏହାକୁ ନେଇ ଏକ ବଡ଼ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜେମ୍ସ ଆଣ୍ଡରସନ । ଅଧିକ ପଢ଼ନ୍ତୁ...

ବିରାଟ କୋହଲିଙ୍କ ବ୍ୟାଟିଂକୁ ଏହା କହିଲେ ଜେମ୍ସ ଆଣ୍ଡରସନ
ବିରାଟ କୋହଲିଙ୍କ ବ୍ୟାଟିଂକୁ ଏହା କହିଲେ ଜେମ୍ସ ଆଣ୍ଡରସନ

ଲଣ୍ଡନ: ତୃତୀୟ ଟେଷ୍ଟରେ ଇଂଲଣ୍ଡର ଲଜ୍ଜା ଜନକ ଭାବରେ ପରାଜିତ ହୋଇଛି ଭାରତ । ଏହି ମ୍ୟାଚକୁ ଗୋଟିଏ ଇନିଂସ ଓ ୭୬ ରନରେ ଜିତି ସିରିଜକୁ ୧-୧ରେ ବରାବର କରିଛି ଇଂଲଣ୍ଡ । ଭାରତୀୟ ବ୍ୟାଟସମ୍ୟାନଙ୍କ ଦୟନୀୟ ବ୍ୟାଟିଂ ଯୋଗୁଁ ଏହି ଭାରତ ଏହି ମ୍ୟାଚ ହାରିବାକୁ ପଡ଼ିଛି । ତେବେ ମ୍ୟାଚ ପରେ ପରାଜୟକୁ ନେଇ ବିରାଟ ବାହିନୀଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

ବିଶେଷ କରି ଖୋଦ ବିରାଟ କୋହଲି ନିଜ ଶତକ ମରୁଡ଼ି ନେଇ ଟ୍ରୋଲ ହେବାରେ ଲାଗିଛନ୍ତି । ଭଲ ଆରମ୍ଭ ମିଳିବା ସତ୍ତ୍ବେ କୋହଲି ଏହାକୁ ଶତକରେ ପରିବର୍ତ୍ତନ କରି ପାରୁନାହାନ୍ତି । ଏହାକୁ ନେଇ ଏକ ବଡ଼ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜେମ୍ସ ଆଣ୍ଡରସନ । ଆଣ୍ଡରସନ ଓ କୋହଲିଙ୍କ ମଧ୍ୟରେ ଏକ ମନସ୍ତାତ୍ତ୍ବିକ ଲଢ଼େଇ ଆରମ୍ଭ ହୋଇଛି ବାରମ୍ବାର ଆଣ୍ଡରସନ କୋହଲିଙ୍କ ୱିକେଟ ନେବାରେ ସମର୍ଥ ହୋଇଛନ୍ତି ।

ତେବେ କୋହିଲଙ୍କ କ୍ରିକେଟ ସ୍କିଲକୁ ନେଇ ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ, "ମୁଁ ଭାବୁନି କୋହଲିଙ୍କ ମଧ୍ୟରେ କୌଣସି ପରିବର୍ତ୍ତନ ହୋଇଛି । ପେସ ୱିକେଟରେ ବ୍ୟାଟିଂ କରିବା ପାଇଁ ତାଙ୍କ ପାଖରେ କୌଶଳର ଅଭାବ ରହିଛି । ଏହି କଥା ମୁଁ ଦୁଇ ବର୍ଷ ପୂର୍ବରୁ ମଧ୍ୟ କହିଥିଲି । ଯେଉଁଠି ପେସ୍ ଓ ସ୍ବିଙ୍ଗ୍ ନଥାଏ କୋହିଲ ସେଠାରେ ଭଲ ପ୍ରଦର୍ଶନ କରନ୍ତି । ପେସ୍ ଓ ସ୍ବିଙ୍ଗ ୱିକେଟରେ କୋହଲିଙ୍କ କୌଶଳ କାମରେ ଆସୁନାହିଁ । ଏଥିପାଇଁ ସେ ଇଂଲଣ୍ଡ ବିପକ୍ଷରେ ବାରମ୍ବାର ଫେଲ ମାରୁଛନ୍ତି ।"

ପୂର୍ବରୁ ମଧ୍ୟ ଏଭଳି ମନ୍ତବ୍ୟ ଦେଇ ସାରିଛନ୍ତି ଆଣ୍ଡରସନ । ତେବେ ୨୦୧୬-୧୭ ଟେଷ୍ଟ ସିରିଜରେ କୋହଲି ୫୯୩ ରନ କରି ଆଣ୍ଡରସନଙ୍କୁ ଭୁଲ ପ୍ରମାଣିତ କରିଥିଲେ । ଚଳିତ ସିରିଜରେ ମଧ୍ୟ କୋହଲି ଏଭଳି କାରନାମା କରି ଦେଖାଇବେ ବୋଲି ଫ୍ୟାନମାନେ ଆଶା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.