ଓଭାଲ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ପ୍ରଥମ ଇଂଲଣ୍ଡ ଦଳ 290 ରନରେ ଅଲଆଉଟ ହୋଇଛି । ୬୫ ମଧ୍ୟରେ ଇଂଲଣ୍ଡ ଦଳ ପ୍ରଥମ ୫ଟି ୱିକେଟ ହରାଇଥିବା ବେଳେ ଓଲି ପୋପଙ୍କ ୮୧ ରନ୍ ଓ କ୍ରୀଶ ୱକ୍ସଙ୍କ ୫୦ ରନ ବଳରେ ଦଳ ୨୯୦ କରିଛି । ଫଳରେ ଭାରତୀୟ ଦଳ ଉପରେ ୯୯ ରନର ଲିଡ ନେଇଛି ଇଂଲଣ୍ଡ ।
-
England are all out for 290!
— ICC (@ICC) September 3, 2021 " class="align-text-top noRightClick twitterSection" data="
Great contribution from @chriswoakes, who made an impressive 50 👏#WTC23 | #ENGvIND | https://t.co/zRhnFj1Srx pic.twitter.com/WaagEFjDVJ
">England are all out for 290!
— ICC (@ICC) September 3, 2021
Great contribution from @chriswoakes, who made an impressive 50 👏#WTC23 | #ENGvIND | https://t.co/zRhnFj1Srx pic.twitter.com/WaagEFjDVJEngland are all out for 290!
— ICC (@ICC) September 3, 2021
Great contribution from @chriswoakes, who made an impressive 50 👏#WTC23 | #ENGvIND | https://t.co/zRhnFj1Srx pic.twitter.com/WaagEFjDVJ
ପ୍ରଥମ ଇନିଂସରେ ଭାରତୀୟ ଦଳ ଆଶାନୁରୂପକ ବ୍ୟାଟିଂ କରିପାରିନଥିଲା । ତେବେ ଦ୍ବିତୀୟ ଇନିଂସର ଖେଳ ଭାରତ ପାଇଁ ବିଜୟ ଓ ପରାଜୟ ବାଟ ଖୋଲିବ । ଭାରତ ପକ୍ଷରୁ ଫାଷ୍ଟ ବୋଲର ଉମେଶ ଯାଦବ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଜଶପ୍ରୀତ ବୁମରା ଓ ରବିନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସାମି ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।
ପ୍ରଥମ ଇନିଂସରେ ଭାରତ ମାତ୍ର ୧୯୧ ରନ ହିଁ କରିବାକୁ ସକ୍ଷମ ହୋଇପାରିଥିଲା । ଏହାପରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ତେବେ ଓଲି ପୋପ ଓ ଜନି ବେୟାରଷ୍ଟୋ ଭାରତୀୟ ବୋଲରଙ୍କୁ ଭଲ ଭାବରେ ଖେଳିଥିଲେ ଯାହା ଫଳରେ ଲିଡ ନେବାକୁ ସକ୍ଷମ ହୋଇଛି ଇଂଲଣ୍ଡ ଦଳ ।
ଇଂଲଣ୍ଡ ପକ୍ଷର ଓଲି ପୋପ୍ ସର୍ବାଧିକ ୮୧ ରନ କରିଛନ୍ତି । ତାଙ୍କ ପଛକୁ କ୍ରୀଶ ୱକ୍ସ ୫୦ ରନ କିରଥିଲେ ଜନି ବେୟାରଷ୍ଟୋ ୩୭ ରନ କରିଛନ୍ତି । ମୋଇନ ଅଲୀ ୩୫ ରନ୍, ଡେବିଡ ମଲାନ ୩୧ ରନ୍ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ