ETV Bharat / sports

ସାମ୍ବାଦିକ ସମ୍ମିଳନୀରେ ରିପୋର୍ଟରଙ୍କୁ କାହିଁକି ସଲ୍ୟୁଟ ମାରିଲେ ରୋହିତ ? - second Test on Independence Day

ସାମ୍ବାଦିକ ସମ୍ମିଳନୀରେ ରିପୋର୍ଟରଙ୍କୁ ସଲ୍ୟୁଟ ମାରି ଚର୍ଚ୍ଚାରେ ଭାରତୀୟ ଓପନର ରୋହିତ ଶର୍ମା । ଅଧିକ ପଢନ୍ତୁ...

Eng vs Ind: Will be a big thing to win second Test on Independence Day, says Rohit
ସାମ୍ବାଦିକ ସମ୍ମିଳନୀରେ ରିପୋର୍ଟରଙ୍କୁ କାହିଁକି ସାଲ୍ୟୁଟ ମାରିଲେ ରୋହିତ ?
author img

By

Published : Aug 13, 2021, 5:34 PM IST

ଲଣ୍ଡନ: ହାଲୁକା-ଫୁଲକା ଜବାବ ପାଇଁ ଜଣାଶୁଣା ଭାରତୀୟ ଓପନର ରୋହିତ ଶର୍ମା ପୁଣି ଚର୍ଚ୍ଚାରେ । ଗୁରୁବାର ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷପରେ ରୋହିତଙ୍କ କିଛି ସ୍ମାର୍ଟ ପ୍ରତିକ୍ରିୟା ତାଙ୍କୁ ଚର୍ଚ୍ଚାର ପରିସରକୁ ପୁଣି ନେଇଆସିଛି । ଏହି ଘଟଣାଟି ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନରେ ଘଟିଛି ।

ପ୍ରଥମ ଦିନ ଖେଳ ଶେଷ ପରେ ଆୟୋଜିତ ହୋଇଥିଲା ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀ । ଐତିହାସିକ ଲର୍ଡ୍ସ ଟେଷ୍ଟର ପ୍ରଥମ ଦିନର ହିରୋ ରହିବା ସହ ୮୩ ରନ୍‌ର ଦମଦାର ଇଂନିସ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଥିବା ରୋହିତ ଟିମ ପକ୍ଷରୁ ସାମ୍ବାଦିକ ସମ୍ମିଳନୀକୁ ଆସିଥିଲେ । ଏହି ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଜଣେ ରିପୋର୍ଟର ରୋହିତଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି ଭାରତୀୟ ଟିମ ଏହି ଟେଷ୍ଟରୁ ୪ଦିନରେ ଜିତିନିଏ, ୧୫ ଅଗଷ୍ଟରେ ହିନ୍ଦୁସ୍ତାନକୁ ବିଜୟ ମିଳିବ ଓ ଦେଶବାସୀଙ୍କ ଖୁସିର ସହ ଉତ୍ସବ ମନାଇବାକୁ ଆଉ ଏକ କାରଣ ହେବ । କାରଣ ମ୍ୟାଚର ଚତୁର୍ଥ ଦିନ ଅଗଷ୍ଟ ୧୫ରେ ପଡୁଛି--ଯାହା ଭାରତର ସ୍ବାଧୀନତା ଦିବସ ।

ଏହି ପ୍ରଶ୍ନର ଉତ୍ତରର ଦେବା ପୂର୍ବରୁ ରୋହିତ ପ୍ରଥମେ ଉକ୍ତ ରିପୋର୍ଟରଙ୍କୁ ସଲ୍ୟୁଟ କରିଥିଲେ । ତାପରେ ଖୁସିର ସହ କହିଥିଲେ," ଯଦି ଭାରତ ଅଗଷ୍ଟ ୧୫ରେ ଦ୍ବିତୀୟ ଟେଷ୍ଟ ବିଜୟୀ ହୁଏ, ଏହା ନିଶ୍ଚିନ୍ତ ଆମ ପାଇଁ ଏକ ବଡ କଥା ହେବ ।" ଏହି ଜବାବ ସହ ରୋହିତ ଭର୍ଚୁଆଲ ପିସିରେ ସାମିଲ ହୋଇଥିବା ସମସ୍ତ ଭାରତୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ହୃଦୟ ଜିତିନେଇଥିଲେ । ଦେଶର କ୍ରିକେଟ ପ୍ରେମୀ ମଧ୍ୟ ରୋହିତଙ୍କ ଏହି ଜବାବକୁ ବେଶ ପସନ୍ଦ କରିଛନ୍ତି । କ୍ୟାପଟେନ ରୋହିତଙ୍କ ଏହି ଜବାବକୁ IPL ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଟ୍ବିଟ କରିବା ସହ ସଲ୍ୟୁଟ୍‌ କରିଛି ।

ଏଥିସହ ନିଜର ୮୩ ରନର୍‌ ଇଂନିସକୁ ନେଇ ମଧ୍ୟ ରୋହିତ ପ୍ରତିକ୍ରିୟା ରଖିଥିଲେ । କ୍ରିକେଟର ଲମ୍ବା ଫର୍ମାଟରେ ବିଦେଶ ମାଟିରେ ଏହା ସବୁଠୁ ଆହ୍ବାନପୂର୍ଣ୍ଣ ଇଂନିସ ଥିଲା ବୋଲି କହିଥିଲେ । ତାଙ୍କର ଇଂନିସ ଇଂନିସରେ ୧୧ଟି ଚୌକା ଓ ଗୋଟିଏ ଦର୍ଶନୀୟ ଛକା ସାମିଲ ଥିଲା । ନିଜର ଘରୋଇ ପରିବେଶରେ ଖେଳୁଥିବା ଇଂଲଣ୍ଡ ବୋଲିଂ ଆକ୍ରମଣକୁ ରୋହିତ, ରାହୁଲଙ୍କ ସହ ମିଶି ନିସ୍ପ୍ରଭ କରିବା ସହ ୬୯ ବର୍ଷପରେ ଲର୍ଡ୍ସରେ ଶତକୀୟ ଓପନିଂ ଭାଗିଦାରୀର ରେକର୍ଡକୁ ଅତିକ୍ରମ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.