ETV Bharat / sports

Eng vs Ind: ବୁଧବାରଠୁ ପ୍ରଥମ ଟେଷ୍ଟ, ଟିମ ଇଣ୍ଡିଆର ଓପନିଂ ଟେନସନ୍‌ - ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ

ବିରାଟ କୋହଲି ଭାରତର ସବୁଠୁ ସଫଳତମ ଟେଷ୍ଟ କ୍ୟାପଟେନ ହୋଇଥିଲେ ମଧ୍ୟ ଏଯାବତ ଇଂଲିସ ମାଟିରେ ସଫଳତାର ସ୍ବାଦ ଚାଖିପାରିନାହାନ୍ତି । ଅଧିକ ପଢନ୍ତୁ...

Eng vs Ind: Starting well key as Kohli and boys look to conquer final frontier
Eng vs Ind: ବୁଧବାରଠୁ ପ୍ରଥମ ଟେଷ୍ଟ, ଟିମ ଇଣ୍ଡିଆର ଓପନିଂ ଟେନସନ୍‌
author img

By

Published : Aug 3, 2021, 4:26 PM IST

ନୂଆଦିଲ୍ଲୀ: ବିରାଟ କୋହଲି ଭାରତର ସବୁଠୁ ସଫଳତମ ଟେଷ୍ଟ କ୍ୟାପଟେନ ହୋଇଥିଲେ ମଧ୍ୟ ଏଯାବତ ଇଂଲିସ ମାଟିରେ ସଫଳତାର ସ୍ବାଦ ଚାଖିପାରିନାହାନ୍ତି । ତେବେ ୨୦୨୧ ହୁଏତ ବିରାଟଙ୍କ ପାଇଁ ଏହି ବର୍ଷ ହୋଇପାରେ, କାରଣ ବୁଧବାର ଠାରୁ ଜୋ ରୁଟ୍‌ଙ୍କ ଟିମ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଭାରତ । ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବା । ଏହି ସିରଜରୁ ଦ୍ବିତୀୟ ବିଶ୍ବ ଟେଷ୍ଟ ଚମ୍ପିଆନସିପ (WTC) ସର୍କଲରର ଆରମ୍ଭ ହେବ । ବୁଧବାର ପ୍ରଥମ ଟେଷ୍ଟ ଆରମ୍ଭ ପୂର୍ବରୁ ବିରାଟ କୋହଲିଙ୍କ ଭାରତୀୟ ଟିମ ସାମ୍ନାରେ ଏକାଧିକ ଆହ୍ବାନ ରହିଛି ।

Eng vs Ind: Starting well key as Kohli and boys look to conquer final frontier
Eng vs Ind: ବୁଧବାରଠୁ ପ୍ରଥମ ଟେଷ୍ଟ, ଟିମ ଇଣ୍ଡିଆର ଓପନିଂ ଟେନସନ୍‌

ଶୁଭମନ ଗିଲ୍‌ ଆହତ ହୋଇ ସିରିଜରୁ ବାଦ ପଡିବା ପରେ ଟିମର ଓପନିଂ ଯୋଡିକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉଁନି । ସୋମବାର ମୟଙ୍କ ଅଗ୍ରୱାଲ ମଧ୍ୟ ଆହତ ହେବାସର ପ୍ରଥମ ଟେଷ୍ଟରୁ ବାଦ ପଡିଛନ୍ତି । ଫଳରେ କିଏ ରୋହିତ ଶର୍ମାଙ୍କ ଓପନିଂ ପାର୍ଟନର ହେବେ ଏଯାବତ ସ୍ପଷ୍ଟ ହୋଇନାହିଁ । ଏହି ରେସ୍‌ରେ ସବୁଠୁ ଆଗରେ ରହିଛନ୍ତି କେଏଲ ରାହୁଲ । ଅନେକ କ୍ରିକେଟ ସମୀକ୍ଷକ ମଧ୍ୟ ରାହୁଲଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି, ମାତ୍ର ଏହା ସେତିକି ସହଜ ନୁହେଁ ଯେତିକି ଜଣାପଡୁଛି । ପୂର୍ବରୁ ଟିମ ମ୍ୟାନେଜମେଣ୍ଟ ରାହୁଲଙ୍କୁ ମଧ୍ୟକ୍ରମରେ ଖେଳାଇବାକୁ ଚିନ୍ତା କରୁଥିବା ସ୍ପଷ୍ଟ କରିଥିଲା । ଯଦି ରାହୁଲ ଓପନ ନ କରନ୍ତି, ତେବେ ହନୁମା ବିହାରି, ଅଭିମନ୍ୟୁ ଇସରନ ଓ ଚେତେଶ୍ବର ପୂଜାରାଙ୍କ ରୂପରେ ଭାରତ ପାଖରେ ତିନୋଟି ଅନ୍ୟ ବିକଳ୍ପ ରହିଛି ।

ତେବେ ରାହୁଲ ଏହି ସ୍ଥାନରେ ଅଧିକ ଫିଟ୍‌ ଲାଗୁଛନ୍ତି । ଇସରନ ୨୦୨୦ରେ ଶେଷ ଘରୋଇ ୪ ଦିନିକିଆ ମ୍ୟାଚ ଖେଳିଥିଲେ, ପୂଜାରା ଫର୍ମରେ ନାହାନ୍ତି ଓ WTC ଫାଇନାଲରେ ବିହାରି ଖେଳିନଥିଲେ । ଏପରି ସ୍ଥିତିରେ ତାଙ୍କୁ ଏହି ଖେଳାଳିଙ୍କୁ ଓପନର ବନାଇବା ନିଷ୍ପତି ମହଙ୍ଗା ସାବ୍ୟସ୍ତ ହେବାର ସମ୍ଭାବନା ରହିଛି । କ୍ୟାପଟେନ ବିରାଟ କୋହଲିଙ୍କ ଉପରେ ମଧ୍ୟ ଏହି ସିରିଜରେ ନଜର ରହିବ । କାରଣ ନଭେମ୍ବର ୨୦୧୯ ଠାରୁ କୌଣସି ଶତକୀୟ ଇଂନିସ ଖେଳିନାହାନ୍ତି କୋହଲି । ଫର୍ମକୁ ଫେରିବାକୁ କୋହଲିଙ୍କ ପାଖେ ଭରପୁର ସୁଯୋଗ ରହିଛି ।

ଇଶାନ୍ତ ଶର୍ମା, ମହମ୍ମଦ ସାମି ଓ ଜଶପ୍ରୀତ ବୁମରାଙ୍କୁ ନେଇ ଟିମ ଖେଳୁଛି ନା ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଟିମ ମ୍ୟାନେଜମେଣ୍ଟ ଖେଳାଇବାର ନିଷ୍ପତ୍ତି କରୁଛି ତାହା ଦେଖିବାର କଥା । ପୁଣି ରବିଚନ୍ଦ୍ରନ ଅଶ୍ବିନ ଓ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ମିଳିବା ନା ଉଭୟ ଚୁଡାନ୍ତ ଏକାଦଶରେ ସ୍ଥାନ ପାଇବେ ଦେଖିବାର କଥା । ଅନ୍ୟପଟେ ଜୋଫ୍ରା ଆର୍ଚର ଓ ବେନ ଷ୍ଟୋକ୍ସଙ୍କ ବିନା ଖେଳିବା ଘରୋଇ ଇଂଲଣ୍ଡ । ଏକାଧିକ ଇଂଲିସ ଷ୍ଟାର ଖେଳାଳି ଏହି ସିରିଜରେ ଅନୁପସ୍ଥିତ ଥିବାରୁ ବିରାଟବାହିନୀ ପାଖରେ ସିରିଜ ବିଜୟର ସୁବର୍ଣ୍ଣ ସୁଯୋଗ ରହିଛି ।

ସ୍କ୍ବାଡ:

ଭାରତ- ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ବିରାଟ କୋହଲି(କ୍ୟାପଟେନ), ଅଜିଙ୍କ୍ୟ ରାହାଣେ(ଭାଇସ-କ୍ୟାପଟେନ), ହନୁମା ବିହାରି, ଋଷଭ ପନ୍ତ(ୱିକେଟ କିପର), ଆର.ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଜଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେଏଲ ରାହୁଲ, ରିଦ୍ଧିମାନ ଶାହା(ୱିକେଟ କିପର), ଅଭିମନ୍ୟୁ ଇଶରନ, ପୃଥ୍ବୀ ଶ, ସୂର୍ଯ୍ୟକୁମାର ଯାଦବ ।

ଇଂଲଣ୍ଡ: ଜୋ ରୁଟ୍‌(କ୍ୟାପଟେନ), ରରି ବର୍ଣ୍ଣସ, ଡୋମିନିକ ସିବଲେ, ଜସ ବଟଲର, ମାର୍କ ଉଡ, ସାମ କରନ, ଜେମ୍ସ ଆଣ୍ଡରସନ, ଜନ୍ନି ବେୟାରଷ୍ଟୋ, ଡୋମିନିକ ବେସ, ଷ୍ଟୁଆର୍ଟ ବ୍ରଡ, ଜାକ କ୍ରାୱଲେ, ହସିବ ହମିଦ, ଡାନ ଲରେନ୍ସ, ଜାକ ଲିଚ, ଓଲି ପୋପ, ଓଲି ରବିନସନ, କ୍ରେଗ ଓଭରଟନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.