ETV Bharat / sports

ଓଭାଲ ଟେଷ୍ଟ: ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଭାରତ ୨୩୦ ରନରେ ଆଗୁଆ

author img

By

Published : Sep 5, 2021, 6:47 PM IST

ଓଭାଲ ଟେଷ୍ଟର ଚତୁର୍ଥ ଦିନ ଖେଳ ଲଞ୍ଚ୍‌ ବ୍ରେକ୍‌ ସୁ୍ଦ୍ଧା ଭାରତ ୨୩୦ରେ ଆଗୁଆ ରହିଛି । ଅଧିକ ପଢନ୍ତୁ...

Eng vs Ind, 4th Test: Rahane, Kohli fall but visitors extend lead to 230 (Lunch, Day 4)
ଓଭାଲ ଟେଷ୍ଟ: ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଭାରତ ୨୩୦ ରନରେ ଆଗୁଆ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ଦ୍ବିତୀୟ ଇଂନିସ ବ୍ୟାଟିଂ ଜାରି ରହିଛି । ରବିନ୍ଦ୍ର ଜାଡେଜା, ଅଜିଙ୍କ୍ୟ ରାହାଣେ ଓ କ୍ୟାପଟେନ ବିରାଟ କୋହଲି ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ଓଭାଲ ଟେଷ୍ଟର ଚତୁର୍ଥ ଦିନ ଖେଳ ଲଞ୍ଚ୍‌ ବ୍ରେକ୍‌ ସୁ୍ଦ୍ଧା ଭାରତ ୨୩୦ରେ ଆଗୁଆ ରହିଛି । ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଭାରତର ସ୍କୋର ୩୨୯/୬ ରହିଛି ଓ ୪ଟି ୱିକେଟ ହାତରେ ଥିବାବେଳେ ୨୩୦ରନରେ ଆଗୁଆ ରହିଛି । ଋଷଭ ପନ୍ତ ୧୬ ଓ ଶାର୍ଦ୍ଦୁଳ ଠାକୁର ୧୧ ରନ୍‌ କରିଛନ୍ତି ।

Lunch at The Oval 🍲

England have scalped three wickets, including the big one of Virat Kohli, and have given away just 59 runs in the first session.

What does the next session have in store for us? 👀#WTC23 | #ENGvIND | https://t.co/zRhnFiKhzZ pic.twitter.com/4TNOZcOVBM

— ICC (@ICC) September 5, 2021

ତୃତୀୟ ଦିନର ଅସମାପ୍ତ ସ୍କୋର ୨୭୦/୩ ରନ୍‌ରୁ ଖେଳ ଆରମ୍ଭ କରିଥିଲା ଭାରତ । ଜାଡେଜା ଓ କୋହଲି ଅଧିକ ୨୬ ରନ ଯୋଡିବାରେ ସଫଳ ହୋଇଥିଲେ । ତେବେ ୧୭ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଜାଡେଜା, କ୍ରିସ ୱର୍କ୍ସଙ୍କ ଶିକାର ହେବାପରେ କୋହଲିଙ୍କ ସହିତ ଚତୁର୍ଥ ୱିକେଟ ଯୋଡିରେ ୫୯ ରନ୍‌ର ଭାଗିଦାରୀ ଭାଙ୍ଗିଯାଇଥିଲା । ପରେ ବ୍ୟାଟିଂ ପାଇଁ ରାହାଣେ ଆସିଥିଲେ ମଧ୍ୟ ଶୂନରେ ଆଉଟ୍‌ ହୋଇଥିଲେ । ପରେ ଭାରତର ସ୍କୋର ୨୯୬/୫ହୋଇଥିଲା । ଋଷଭ ପନ୍ତ କୋହଲିଙ୍କ ସହ ମିଶି ଷଷ୍ଠ ୱିକେଟ ଯୋଡିରେ ୧୬ ରନ୍‌ ସଂଗ୍ରହ କରିବା ପରେ କୋହଲି ୪୪ ରନ୍‌ର ଇଂନିସ ଖେଳି ଆଉଟ ହୋଇଥିଲେ । ପରେ ଲଞ୍ଚ୍‌ ବ୍ରେକ ପର୍ଯ୍ୟନ୍ତ ପନ୍ତ ଓ ଶାର୍ଦ୍ଦୁଳ ଠାକୁର ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ ୧୯୧ ଓ ୩୨୯/୬(ରୋହିତ ଶର୍ମା ୧୨୭, ଚେତେଶ୍ବର ପୂଜାରା ୬୧, କ୍ରିସ ୱର୍କ୍ସ ୨-୪୭); ଇଂଲଣ୍ଡ ୨୯୦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ଦ୍ବିତୀୟ ଇଂନିସ ବ୍ୟାଟିଂ ଜାରି ରହିଛି । ରବିନ୍ଦ୍ର ଜାଡେଜା, ଅଜିଙ୍କ୍ୟ ରାହାଣେ ଓ କ୍ୟାପଟେନ ବିରାଟ କୋହଲି ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ଓଭାଲ ଟେଷ୍ଟର ଚତୁର୍ଥ ଦିନ ଖେଳ ଲଞ୍ଚ୍‌ ବ୍ରେକ୍‌ ସୁ୍ଦ୍ଧା ଭାରତ ୨୩୦ରେ ଆଗୁଆ ରହିଛି । ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଭାରତର ସ୍କୋର ୩୨୯/୬ ରହିଛି ଓ ୪ଟି ୱିକେଟ ହାତରେ ଥିବାବେଳେ ୨୩୦ରନରେ ଆଗୁଆ ରହିଛି । ଋଷଭ ପନ୍ତ ୧୬ ଓ ଶାର୍ଦ୍ଦୁଳ ଠାକୁର ୧୧ ରନ୍‌ କରିଛନ୍ତି ।

ତୃତୀୟ ଦିନର ଅସମାପ୍ତ ସ୍କୋର ୨୭୦/୩ ରନ୍‌ରୁ ଖେଳ ଆରମ୍ଭ କରିଥିଲା ଭାରତ । ଜାଡେଜା ଓ କୋହଲି ଅଧିକ ୨୬ ରନ ଯୋଡିବାରେ ସଫଳ ହୋଇଥିଲେ । ତେବେ ୧୭ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଜାଡେଜା, କ୍ରିସ ୱର୍କ୍ସଙ୍କ ଶିକାର ହେବାପରେ କୋହଲିଙ୍କ ସହିତ ଚତୁର୍ଥ ୱିକେଟ ଯୋଡିରେ ୫୯ ରନ୍‌ର ଭାଗିଦାରୀ ଭାଙ୍ଗିଯାଇଥିଲା । ପରେ ବ୍ୟାଟିଂ ପାଇଁ ରାହାଣେ ଆସିଥିଲେ ମଧ୍ୟ ଶୂନରେ ଆଉଟ୍‌ ହୋଇଥିଲେ । ପରେ ଭାରତର ସ୍କୋର ୨୯୬/୫ହୋଇଥିଲା । ଋଷଭ ପନ୍ତ କୋହଲିଙ୍କ ସହ ମିଶି ଷଷ୍ଠ ୱିକେଟ ଯୋଡିରେ ୧୬ ରନ୍‌ ସଂଗ୍ରହ କରିବା ପରେ କୋହଲି ୪୪ ରନ୍‌ର ଇଂନିସ ଖେଳି ଆଉଟ ହୋଇଥିଲେ । ପରେ ଲଞ୍ଚ୍‌ ବ୍ରେକ ପର୍ଯ୍ୟନ୍ତ ପନ୍ତ ଓ ଶାର୍ଦ୍ଦୁଳ ଠାକୁର ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ ୧୯୧ ଓ ୩୨୯/୬(ରୋହିତ ଶର୍ମା ୧୨୭, ଚେତେଶ୍ବର ପୂଜାରା ୬୧, କ୍ରିସ ୱର୍କ୍ସ ୨-୪୭); ଇଂଲଣ୍ଡ ୨୯୦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.