ETV Bharat / sports

Eng vs Ind, 2nd Test: ଟସ୍‌ ଜିତିଲେ ରୁଟ୍‌, ଭାରତକୁ ବ୍ୟାଟିଂ ଆମନ୍ତ୍ରଣ

author img

By

Published : Aug 12, 2021, 4:18 PM IST

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି । ଅଧିକ ପଢନ୍ତୁ...

Eng vs Ind, 2nd Test: Root puts visitors into bat, Ishant replaces injured Shardul
Eng vs Ind, 2nd Test: ଟସ୍‌ ଜିତିଲେ ରୁଟ୍‌, ଭାରତକୁ ବ୍ୟାଟିଂ ଆମନ୍ତ୍ରଣ

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ଟିକିଆ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍‌ ଜିତି ଇଂଲିସ କ୍ୟାପଟେନ ଜୋ ରୁଟ୍‌ ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ପାଗ ମେଘୁଆ ଥିବାରୁ ପିଚ୍‌ ଦ୍ରୁତ ବୋଲରଙ୍କୁ ସୁହାଇବାରେ ସହାୟକ ହେବାର ସମ୍ଭାବନା ରହିଛି । ଫଳରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବଡ ଆହ୍ବାନର ସାମ୍ନା କରିବାକୁ ପଡିପାରେ ।

ଇଂଲଣ୍ଡ ଚୂଡାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି । କ୍ରାୱଲେଙ୍କ ସ୍ଥାନରେ ହାମିଦ, ଷ୍ଟୁଆର୍ଟ ବ୍ରଡଙ୍କ ସ୍ଥାନରେ ମାର୍କ ଉଡ ଓ ଡାନ ଲରେନ୍ସଙ୍କ ବଦଳରେ ମୋଇଲ ଅଲୀଙ୍କୁ ସାମିଲ କରିଛି । ଅନ୍ୟପଟେ ଭାରତୀୟ ଟିମରେ ଗୋଟିଏ ପରିବର୍ତ୍ତନ ହୋଇଛି । ଆହତ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଇଶାନ୍ତ ଶର୍ମା ସାମିଲ ହୋଇଛନ୍ତି ।

ଚୁଡାନ୍ତ ଏକାଦଶ:

ଭାରତ: ରୋହିତ ଶର୍ମା, କେଏଲ ରାହୁଲ, ଚେତେଶ୍ବର ପୂଜାରା, ବିରାଟ କୋହଲି(କ୍ୟାପଟେନ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଇଶାନ୍ତ ଶର୍ମା, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ମହମ୍ମଦ ସାମି, ଜଶପ୍ରୀତ ବୁମାରା ।

ଇଂଲଣ୍ଡ: ଡୋମିନିକ ସିବଲେ, ରରି ବର୍ଣ୍ଣସ, ହାସିବ ହମିଦ, ଜୋଏ ରୁଟ୍‌(କ୍ୟାପଟେନ), ଜନ୍ନି ବେୟାରଷ୍ଟୋ, ଜସ ବଟଲର, ମୋଇନ ଅଲୀ, ସାମ କରନ, ଜେମ୍ସ ଆଣ୍ଡରସନ, ଓଲି ରବିନସନ, ମାର୍କ ଉଡ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.