ଲଣ୍ଡନ: ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ତୃତୀୟ ଦିନରେ ଅଜବ, ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଛି । ଲଞ୍ଚ୍ ବ୍ରେକ ପରେ ଜଣେ ଅଜଣା ବ୍ୟକ୍ତି ସିଧାସଳଖ ପଡିଆ ମଧ୍ୟକୁ ପସିଆସିଥିଲେ ଓ ଖେଳିବି ବୋଲି କହିଥିଲେ ।
ସୁରକ୍ଷାକର୍ମୀ ତୁରନ୍ତ ପହଞ୍ଚି ତାଙ୍କୁ ସେଠାରୁ ନେଇଯିବାକୁ ପ୍ରୟାସ କରିବାବେଳେ ବ୍ୟକ୍ତିଜଣଙ୍କ ନିଜ ଟି ସାର୍ଟରେ ଥିବା ବିସିସିଆଇ ଲୋଗୋ ଓ ପ୍ରାୟୋଜକକୁ ଇସାରା କରିଥିଲେ । ଅର୍ଥାତ ନିଜକୁ ଟିମ ଇଣ୍ଡିଆ ସଦସ୍ୟ କହିଥିଲେ ।
ବ୍ୟକ୍ତିଜଣଙ୍କ ଟି ସାର୍ଟରେ ତାଙ୍କର ନାମ 'ଜାଭ୍ରୋ ୬୯' ଲେଖାଥିଲା । ତେବେ ସୁରକ୍ଷାକର୍ମୀ ପହଞ୍ଚି ତାଙ୍କୁ ସେଠାରୁ ବଳପୂର୍ବକ ନେଇଯାଇଥିଲେ । ତାଙ୍କୁ ଭାରତୀୟ ଖେଳାଳି କହୁଥିବାର ଦେଖି ପାଖରେ ଥିବା ଦ୍ରୁତ ବୋଲର ମହମ୍ମଦ ସିରାଜ ହସିବାକୁ ଲାଗିଥିଲେ ।
-
12 men for #TeamIndia - ‘Jarvo 69' Almost convincing security he was there to play 😂#ENGvIND #INDvENG #INDvsENG pic.twitter.com/oOFVe1d3bJ
— Karamdeep #ENGvIND (@oyeekd) August 14, 2021 " class="align-text-top noRightClick twitterSection" data="
">12 men for #TeamIndia - ‘Jarvo 69' Almost convincing security he was there to play 😂#ENGvIND #INDvENG #INDvsENG pic.twitter.com/oOFVe1d3bJ
— Karamdeep #ENGvIND (@oyeekd) August 14, 202112 men for #TeamIndia - ‘Jarvo 69' Almost convincing security he was there to play 😂#ENGvIND #INDvENG #INDvsENG pic.twitter.com/oOFVe1d3bJ
— Karamdeep #ENGvIND (@oyeekd) August 14, 2021
ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଇଂଲଣ୍ଡର ମହାନ ବ୍ୟାଟ୍ସମ୍ୟାନ ମାଇକେଲ ଆଥରଟନ ମଧ୍ୟ କମେଣ୍ଟ୍ରୀ ବକ୍ସରେ ଜୋର୍ରେ ହସିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ