ନୂଆଦିଲ୍ଲୀ: ଆଫଗାନିସ୍ତାନ କ୍ରିକେଟ ବୋର୍ଡର ଫିଜିଓଥେରାପିଷ୍ଟ ନିଯୁକ୍ତ ହେଲେ କାଶ୍ମୀରର ଜଣାଶୁଣା ଫିଜିଓ ଥେରାପିଷ୍ଟ ଡାକ୍ତର ମୀର ସୁହେଲ । ଏହାକୁ ନେଇ ଡାକ୍ତର ମୀର ସୁହେଲ୍ ଫେସବୁକ୍ରେ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି । ପୂର୍ବରୁ ହାଇଦ୍ରାବାଦର ଡାକ୍ତର ପ୍ରଶାନ୍ତ ପାରଚଡ ଏହି ଦାୟିତ୍ବରେ ରହିଥିଲେ । ଏହି କ୍ରମରେ ଆଫଗାନିସ୍ତାନ ଅଧିନାୟକ ହସ୍ମତ ଶାହିଦିଙ୍କ ସହ କଥା ହୋଇଛନ୍ତି ଡାକ୍ତର ମୀର ସୁହେଲ ।
ଡାକ୍ତର ମୀରଙ୍କ ସହ କଥା ହେବାବେଳେ କାଶ୍ମୀର ବୁଲିବାକୁ ଇଚ୍ଛା କରିଛନ୍ତି ଆଫଗାନିସ୍ତାନ ଅଧିନାୟକ ହସ୍ମତ ଶାହିଦି । ଫିଜିଓଥେରାପିଷ୍ଟ ଡାକ୍ତର ମୀର ଆଫଗାନିସ୍ତାନ ଟିମ୍ର ଟ୍ରେନିଂ ପାଇଁ ଆବୁଧାବିରେ ଅଛନ୍ତି । ସେଠାରେ ଟିମ୍ ସହ ୨୦ ଦିନ ପ୍ରଥମେ ଟ୍ରେନିଂ କରିବେ ଡାକ୍ତର ମୀର ।
ଏହାପୂର୍ବରୁ ୨୦୧୯ରେ ମଧ୍ୟ ପାକିସ୍ତାନ କ୍ରିକେଟ ଟିମ୍ର ଫିଜିଓଥେରାପିଷ୍ଟ ହେବାର ସୁଯୋଗ ପାଇଥିଲେ ଡାକ୍ତର ମୀର । କିନ୍ତୁ କିଛି ଅନ୍ୟ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସେ ACBର ଅଫର୍କୁ ଗ୍ରହଣ କରି ପାରିନଥିଲେ । କିନ୍ତୁ ଯେତେବେଳେ ଚଳିତ ବର୍ଷ ଡାକ୍ତର ମୀରଙ୍କୁ ଏହି ସୁଯୋଗ ପୁନଃ ମିଳିଥିଲା, ସେତେବେଳେ ସେ ଏହି ସୁଯୋଗକୁ ହାତ ଛଡ଼ା କରିନଥିଲେ । ଆଫଗାନିସ୍ତାନର ଫିଜିଓଥେରାପିଷ୍ଟି ହେବାପରେ ଡାକ୍ତର ମୀର ୟୁନିସ୍ ଖାନ୍, ଉମର ଗୁଲ ଭଳି କ୍ରିକେଟ କିମ୍ବଦନ୍ତୀଙ୍କ ସହ କାମ କରିବାର ସୁଯୋଗ ପାଇବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ