ETV Bharat / sports

ସିରିଜ ବାତିଲ ପାଇଁ ଖେଳାଳିଙ୍କୁ ଦୋଷ ଦିଅନ୍ତୁ ନାହିଁ: ମ୍ୟାକ୍ଲେଘନ୍‌

author img

By

Published : Sep 19, 2021, 8:18 PM IST

ପାକିସ୍ତାନ - ନ୍ୟୁଜିଲାଣ୍ଡ ସିରିଜ ବାତିଲ ହେବାପରେ ପାକିସ୍ତାନର ପୂର୍ବତନ କ୍ରିକେଟର କିୱି ଖେଳାଳିଙ୍କୁ ସମାଲୋଚନା କରିଛନ୍ତି । ଏହାକୁ ନେଇ ମୁହଁ ଖୋଲିଛନ୍ତି ବ୍ଲାକକ୍ୟାପ୍‌ସ ଫାଷ୍ଟ ବୋଲର ମିଚେଲ ମ୍ୟାକ୍ଲେଘନ । ଅଧିକ ପଢ଼ନ୍ତୁ...

ସିରିଜ ବାତିଲ ପାଇଁ ଖେଳାଳିଙ୍କୁ ଦୋଷ ଦିଅନ୍ତୁ ନାହିଁ : ମ୍ୟାକ୍ଲେଘନ୍‌

ନୂଆଦିଲ୍ଲୀ: ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଟସ୍‌ ପଡ଼ିବାର କିଛି ସମୟ ପୂର୍ବରୁ ହିଁ ସିରିଜ୍‌ ବାତିଲ୍‌ କରି ନ୍ୟୁଜିଲାଣ୍ଡ ଦଳ ସ୍ବଦେଶ ଫେରିଥିଲା । ପାକିସ୍ତାନ କ୍ରିକେଟ ବୋର୍ଡ ପାଇଁ ଏହା ବଡ଼ ଝଟକା ଥିଲା । ସୁରକ୍ଷାଗତ ସମସ୍ୟା ଦର୍ଶାଇ ପାକିସ୍ତାନ ବିପକ୍ଷରେ ସିରିଜ୍‌ ବାତିଲ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ ନ୍ୟୁଜିଲାଣ୍ଡର ପ୍ରତିରକ୍ଷା ପରାମର୍ଶଦାତା । ଏହାପରେ ନ୍ୟୁଜିଲାଣ୍ଡ ଦଳ ସ୍ବଦେଶ ଫେରି ଯାଇଥିଲା । ଏହାକୁ ନେଇ ନ୍ୟୁଜିଲାଣ୍ଡ ଦଳକୁ କଡ଼ା ସମାଲୋଚନା କରିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ସଭାପତି ଓ ପୂର୍ବତନ ଖେଳାଳି ।

ଏହାକୁ ନେଇ ମୁହଁ ଖୋଲିଛନ୍ତି ନ୍ୟୁଜିଲାଣ୍ଡ ଦଳର ଫାଷ୍ଟ ବୋଲର ମିଚେଲ୍‌ ମ୍ୟାକ୍ଲେଘନ୍‌ । ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ ଛାଡ଼ୁଥିବା ବେଳର ଏକ ଫଟୋ ସେୟାର କରି ପୂର୍ବତନ କ୍ରିକେଟର ମହମ୍ମଧ ହାପିଜ୍‌ କିୱି ଖେଳାଳିଙ୍କୁ କଟାକ୍ଷ କରିଥିଲେ । ଏହାକୁ ନେଇ ମ୍ୟାକ୍ଲେଘନ୍‌ କହିଛନ୍ତି ଯେ, "ଭାଇ ଏହା ଆପଣଙ୍କୁ ଶୋଭା ପାଉନାହିଁ । ସିରିଜ୍‌ ବାତିଲ ହେବାକୁ ନେଇ ଆପଣ ଖେଳାଳିଙ୍କୁ ଦୋଷ ଦିଅନ୍ତୁ ନାହିଁ । ଯାହା ବି କିଛି ହେଲା ସେଥିପାଇଁ ଆମ ସରକାରଙ୍କୁ ଦୋଷ ଦିଅନ୍ତୁ । ଖେଳାଳି କେବଳ ସରକାରଙ୍କ ନିର୍ଦ୍ଦେଶ ମାନିଛନ୍ତି । ନ୍ୟୁଜିଲାଣ୍ଡ କ୍ରିକେଟରମାନେ ଖେଳିବାକୁ ଚାହୁଁଥିଲେ କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ମାନିବା ଛଡ଼ା ତାଙ୍କ ପାଖରେ ଆଉ କୌଣସି ବାଟ ନଥିଲା ।"

ଶୁକ୍ରବାର ସିରିଜ୍‌ ବାତିଲ ହେବାପରେ ଗତ ଶନିବାର ମହମ୍ମଧ ହାପିଜ୍‌ ଟ୍ବିଟ୍‌ କରି ନ୍ୟୁଜିଲାଣ୍ଡ ଦଳକୁ କଟାକ୍ଷ କରିଥିଲେ । ସେ ଟ୍ବିଟ୍‌ କରିଥିଲେ ଯେ, "ପାକିସ୍ତାନ ସୁରକ୍ଷାକର୍ମୀଙ୍କୁ ଧନ୍ୟବାଦ । ବ୍ଲାକକ୍ୟାପସ୍‌ କିଭଳି ସୁରୁଖୁରୁରେ ବିମାନ ବନ୍ଦରରେ ପହଞ୍ଚିବେ ସେନେଇ ସେମାନେ ଭଲ ବନ୍ଦୋବସ୍ତ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ସେହି ରାସ୍ତା ଦେଇ ଗଲାବେଳେ ନିଜକୁ ଅସୁରକ୍ଷିତ କିଭଳି ମଣିଲେନି ନ୍ୟୁଜିଲାଣ୍ଡ ଖେଳାଳି ?"

ସେପ୍ଟେମ୍ବର ୧୧ ତାରିଖରେ ପାକିସ୍ତାନ ସହ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିବାକୁ ପହଞ୍ଚିଥିଲା ନ୍ୟୁଜିଲାଣ୍ଡ ଦଳ । ୧୮ ବର୍ଷ ପରେ ପାକିସ୍ତାନ ମାଟିରେ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିଥାଆନ୍ତା ଦଳ । ହେଲେ ସୁରକ୍ଷାଗତ ସମସ୍ୟା ଦର୍ଶାଇ ସିରିଜ ଆରମ୍ଭ ହେବାପୂର୍ବରୁ ସ୍ବଦେଶ ଫେରିଯାଇଥିଲା କିୱି ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.