ETV Bharat / sports

ବିସିସିଆଇ ଘରୋଇ କ୍ୟାଲେଣ୍ଡର: ନଭେମ୍ବରରେ ବିଜୟ ହଜାରେ, ଡିସେମ୍ବରରେ ରଣଜୀ ଟ୍ରଫି

2021-22 ବିସିସିଆଇ ଘରୋଇ କ୍ରିକେଟ କ୍ୟାଲେଣ୍ଡରରେ ସେପ୍ଟେମ୍ବରରୁ-ଅକ୍ଟୋବର ମଧ୍ୟରେ ମୁସ୍ତାକ ଅଲୀ ଟି20, ନଭେମ୍ବରରେ ବିଜୟ ହଜାରେ ଟ୍ରଫି, ଡିସେମ୍ବରରେ ରଣଜୀ ଟ୍ରଫି ସୂଚୀ ରହିଛି । ଅଧିକ ପଢନ୍ତୁ...

Domestic Calendar: BCCI plans to start Ranji season in December; no Irani, Duleep Trophy this year
ବିସିସିଆଇ ଘରୋଇ କ୍ୟାଲେଣ୍ଡର: ଡିସେମ୍ବରରୁ ରଣଜୀ ଟ୍ରଫି
author img

By

Published : Apr 17, 2021, 8:21 PM IST

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବରରୁ 2021-22 ଘରୋଇ ସିଜିନ ଆରମ୍ଭ କରିବାକୁ ଯୋଜନା କରୁଛି ବିସିସିଆଇ । ପ୍ରଥମେ ସୟଦ ମୁସ୍ତାକ ଅଲୀ ଟ୍ରଫି ପରେ ରଣଜୀ ଟ୍ରଫି ଖେଳାଯିବା ନେଇ ସମୟ ସୂଚୀ ପ୍ରସ୍ତୁତ କରିଛି ବୋର୍ଡ । ଗତବର୍ଷ ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟରେ ମେଗା ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଖେଳାଯାଇପାରିନଥିଲା ।

ତେବେ ଦୁଲ୍ଲୀପ ଟ୍ରଫି, ଦେଓଧର ଟ୍ରଫି ଓ ଇରାନୀ କପ କ୍ରିକେଟ ପରିଚାଳନା ଟିମ ଦ୍ବାରା ପ୍ରସ୍ତୁତ ଟୁର୍ଣ୍ଣାମେଣ୍ଟ ସୂଚୀ କ୍ୟାଲେଣ୍ଡରରେ ସ୍ଥାନ ପାଇନାହିଁ । ଏଥିସହ 5ଟି ମହିଳା ପ୍ରତିଯୋଗିତାକୁ ମଧ୍ୟ ବାଦ ଦିଆଯାଇଛି ।

2020-21 ସିଜିନରେ କେବଳ ମୁସ୍ତାକ ଅଲୀ ଟି20 ଫର୍ମାଟରେ ଓ ବିଜୟ ହଜାରେ ଟ୍ରଫି 50 ଓଭର ଫର୍ମାଟରେ ଖେଳାଯାଇଥିଲା । ମହିଳାଙ୍କ ପାଇଁ କେବଳ ଏକଦିବସୀୟ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା ।

ଦେଶର କୋଭିଡ-19ର ଦ୍ବିତୀୟ ଲହରର ଭୟବହତା ମଧ୍ୟରେ ବିସିସିଆଇ ବିଭିନ୍ନ ବୟସ ବର୍ଗର ପୁରୁଷ ଓ ମହିଳା ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଆଶାବାଦୀ ରହିଛି ।

ଅକ୍ଟୋବରରେ ଭାରତରେ ଟି20 ବିଶ୍ବକପ ଖେଳାଯିବା ନେଇ ସୂଚୀ ରହିଛନ୍ତି ଅନ୍ୟପଟେ ଆସନ୍ତାବର୍ଷ ଆଇପିଏଲର ମେଗା ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ମୁସ୍ତାକ ଅଲୀ ଟି20 ଓ ନଭେମ୍ବରରେ ବିଜୟ ହଜାରେ ଟ୍ରଫି ପାଇଁ ଯୋଜନା କରୁଛି ବୋର୍ଡ ।

23ବର୍ଷରୁ କମ ପୁରୁଷ ଓ ମହିଳା ପ୍ରତିଯୋଗିତା ଓ 19 ବର୍ଷରୁ କମ ପ୍ରତିଯୋଗିତା ପାଇଁ ମଧ୍ୟ ବିସିସିଆଇର ଶୁଭ ସଙ୍କେତ ରହିଛି । ଏହି ସମସ୍ତ ପ୍ରତିଯୋଗିତା ଗତବର୍ଷ ଖେଳାଯାଇପାରିନଥିଲା ।

19 ବର୍ଷରୁ କମ୍‌ ଦିନିକିଆ ଚ୍ୟାଲେଞ୍ଜର ଟୁର୍ଣ୍ଣାମେଣ୍ଟ, କୋଚ ବେହାର ଟ୍ରଫି ଓ ଭିନୋ ମଙ୍କଡ ଟ୍ରଫିର ପ୍ରଦର୍ଶନ ଅଧାରରେ ଆଇସିସି 19 ବର୍ଷରୁ କମ ବିଶ୍ବକପ ଟିମ ଚୟନ କରିବାକୁ ବିସିସିଆଇ ଲକ୍ଷ୍ୟ ରଖିଛି ।

ନଜର ପକାନ୍ତୁ ବିସିସିଆଇର ଘରୋଇ ସିଜିନ କ୍ୟାଲେଣ୍ଡର ଉପରେ:

ସିନିୟର ପୁରୁଷ

ସୟଦ ମୁସ୍ତାକ ଅଲୀ ଟ୍ରଫି(ଟି20) (ସେପ୍ଟେମ୍ବର-ଅକ୍ଟୋବର, 2021)

ବିଜୟ ହଜାରେ ଟ୍ରଫି(ଦିନିକିଆ) (ନଭେମ୍ବର, 2021)

ରଣଜୀ ଟ୍ରଫି (ପ୍ରଥମ ଶ୍ରେଣୀ) (ଡିସେମ୍ବର 21-ମାର୍ଚ୍ଚ 22)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.