ETV Bharat / sports

BCCI ସମୀକ୍ଷା ବୈଠକ, ରୋହିତଙ୍କ ଅଧିନାୟକ ପଦ ନେଇ ଏହା କହିଲେ ବୋର୍ଡ ଅଧିକାରୀ

ଆକ୍ସନ ମୋଡ୍‌ରେ BCCI । ବର୍ଷ ଆରମ୍ଭରୁ ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡର ହେଲା ସମୀକ୍ଷା ବୈଠକ । ଅଧିକ ପଢନ୍ତୁ

author img

By

Published : Jan 2, 2023, 11:51 AM IST

ହାର୍ଦ୍ଦିକ ପାଣ୍ଡ୍ୟା ଓ ରୋହିତ ଶର୍ମା
ହାର୍ଦ୍ଦିକ ପାଣ୍ଡ୍ୟା ଓ ରୋହିତ ଶର୍ମା

ହାଇଦ୍ରାବାଦ: ବର୍ଷ ଆରମ୍ଭରୁ ତଥା ଜାନୁଆରୀ 1 ତାରିଖରେ BCCIର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଅଧିନାୟକ ରୋହିତ ଶର୍ମା, ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ, NCA ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣ ଏବଂ ଚୟନ କମିଟିର ମୁଖ୍ୟ ଚେତନ ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ । ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଏହି ସମୀକ୍ଷା ବୈଠକରେ ବୋର୍ଡ ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ସଚିବ ଜୟ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୋର୍ଡର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ବର୍ଷ ୨୦୨୨ର ଟିମ୍‌ ଇଣ୍ଡିଆର ପ୍ରଦର୍ଶନ, ଟି୨୦ ବିଶ୍ବକପର ବିଫଳତା ଏବଂ ଆଗାମୀ ଦିନିକିଆ ବିଶ୍ବକପ ପ୍ରସ୍ତୁତି ବାବଦରେ ଚର୍ଚ୍ଚା କରାଯାଇଛି ।

ଟି୨୦ରେ ରୋହିତଙ୍କ ଅଧିନାୟକ ଆସନ ଟଳମଳ !

୨୦୨୨ ଟି୨୦ ବିଶ୍ବକପ ସ୍ବପ୍ନ ଚୂରମାର ହେବା ପରେ ରୋହିତଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠିଥିଲା । ରୋହିତଙ୍କ ବଦଳରେ ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି୨୦ ଫର୍ମାଟରେ ଅଧିନାୟକ କରିବା ପାଇଁ କିଛି କ୍ରିକେଟ ବିଶେଷଜ୍ଞ ମତ ରଖିଥିଲେ । ସେପଟେ ଦିନିକିଆ ଫର୍ମାଟ ଏବଂ ଟେଷ୍ଟ ଫର୍ମାଟରେ ରୋହିତଙ୍କ ଅଧିନାୟକରେ ବୋର୍ଡର ସନ୍ତୁଷ୍ଟ ରହିଛି, ଏହାକୁ ନେଇ BCCIର ଜଣେ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି । ଘରୋଇ ମାଟିରେ ହେବାକୁ ଥିବା ଦିନିକିଆ ବିଶ୍ବକପ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଏହି ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକର ମୂଳ ଲକ୍ଷ୍ୟ ରହିଥିଲା ।

2024ରେ ଦିନିକିଆ ବିଶ୍ବକପ ଭାରତରେ ଆୟୋଜନ ହେବ । ଏଥିପାଇଁ BCCI ୨୦ ଜଣ କ୍ରିକେଟରଙ୍କ ତାଲିକା ପ୍ରସ୍ତୁତ କରିଥିବା କଥା କୁହାଯାଉଛି । ଏହାକୁ ନେଇ BCCI ପକ୍ଷରୁ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.