ETV Bharat / sports

ବିବାଦୀୟ 'ପଡୋଶୀଙ୍କ ପତ୍ନୀ ଭଲ ଲାଗନ୍ତି' ବୟାନ ପରେ କାର୍ତ୍ତିକଙ୍କ କ୍ଷମାପ୍ରାର୍ଥନା - ବିବାଦୀୟ ଟିପ୍ପଣୀ

ବିବାଦ ବଢିବା ସହ ଓ ଚାରିଆଡୁ ସମାଲୋଚନାର ଶିକାର ହେବାପରେ ନିଜର ବୟାନ ପାଇଁ କ୍ଷମା ମାଗିଛନ୍ତି କ୍ରିକେଟରରୁ ସଦ୍ୟ କମେଣ୍ଟେଟର ସାଜିଥିବା ଦିନେଶ କାର୍ତ୍ତିକ । ଅଧିକ ପଢନ୍ତୁ...

Dinesh Karthik Apologizes For 'Neighbour's Wife' Comment
ବିବାଦୀୟ 'ପଡୋଶୀଙ୍କ ପତ୍ନୀ ଭଲ ଲାଗନ୍ତି' ବୟାନ ପାଇଁ କାର୍ତ୍ତିକଙ୍କ କ୍ଷମାପ୍ରାର୍ଥନା
author img

By

Published : Jul 4, 2021, 8:36 PM IST

ଲଣ୍ଡନ: 'ଘରେ ନ ପସୁଣୁ ଚାଳ ବାଜିବା', ଏହି କଥାଟି କ୍ରିକେଟରରୁ ସଦ୍ୟ କମେଣ୍ଟେଟର ବନିଥିବା ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକଙ୍କ ପାଇଁ ପ୍ରଯୁଜ୍ୟ ହୋଇଛି । କାର୍ତ୍ତିକ ଏବେ ନୂଆକରି କମେଣ୍ଟେଟର(କ୍ରିକେଟ ଭାଷ୍ୟକାର) କ୍ୟାରିୟର ଆରମ୍ଭ କରିଛନ୍ତି ମାତ୍ର ଏକ ବିବାଦୀୟ କମେଣ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି । ତେବେ ବିବାଦ ବଢିବାସହ ଓ ଚାରିଆଡୁ ସମାଲୋଚନାର ଶିକାର ହେବାପରେ ନିଜର ବୟାନ ପାଇଁ କ୍ଷମା ମାଗିଛନ୍ତି କାର୍ତ୍ତିକ ।

Dinesh Karthik Apologizes For 'Neighbour's Wife' Comment
ଦିନେଶ କାର୍ତ୍ତିକ WTC ଫାଇନାଲ ମ୍ୟାଚରେ କମେଣ୍ଟ୍ରୀ କରୁଥିବାବେଳେ

ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଜାରିରହିଥିବା ସିରିଜରେ ଏହି ଘଟଣା ଘଟିଥିଲା । ଇଂଲଣ୍ଡ 242 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା । ସତେବେଳେ କମେଣ୍ଟ୍ରୀବକ୍ସରେ ଥିବା କାର୍ତ୍ତିକ ଏକ ବିବାଦୀୟ ଟିପ୍ପଣୀ କରିଦେଲେ ଯେ "ପଡୋଶୀଙ୍କ ପତ୍ନୀ "ସର୍ବଦା ଭଲ ଲାଗନ୍ତି"(ଅଲୱେଜ ଫିଲ ବେଟର୍‌) । "ଅଧିକାଂଶ ବ୍ୟାଟ୍ସମ୍ୟାନ ସେମାନଙ୍କର ନିଜର ବ୍ୟାଟକୁ ପସନ୍ଦ କରନ୍ତିନାହିଁ । ଏପରିକି ଅଧିକାଂଶ ଭଲଭାବେ ନିଜର ବ୍ୟାଟକୁ ଦେଖିବାକୁ ହିଁ ଚାହାନ୍ତିନି, ସେମାନେ ସର୍ବଦା ଅନ୍ୟର ବ୍ୟାଟକୁ ପସନ୍ଦ କରନ୍ତି..ଅର୍ଥାତ ବ୍ୟାଟ୍‌ଗୁଡିକ ପଡୋଶୀଙ୍କ ପତ୍ନୀ ପରି ସେମାନେ ସର୍ବଦା ଭଲ ଲାଗନ୍ତି ।"

ତେବେ ବିବାଦ ବଢିବା ପରେ କାର୍ତ୍ତିକ କ୍ଷମାପ୍ରାର୍ଥନା କରିଛନ୍ତି ଓ କହିଛନ୍ତି, "ବାସ୍ତବରେ ଉଦ୍ଦେଶ୍ୟମୂଳକ ଭାବେ ଏହା କହିବାକୁ ଚାହୁଁନଥିଲି । ମୁଁ ଭୁଲ ଥିଲି, ଯେଉଁମାନେ ଏହାକୁ ଶୁଣିଛନ୍ତି ସେମାନଙ୍କ ଠାରୁ କ୍ଷମା ଚାହୁଁଛି । ପତ୍ନୀ ଓ ମା'ଙ୍କ ଠାରୁ ଅନେକ କିଛି ଶୁଣିଲି । ଏପରି ଘଟଣା ବାରମ୍ବାର ଘଟିବା ଉଚିତ ନୁହେଁ ।"

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଆଇସିସି ଇଭେଣ୍ଟ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌ ପାଇଁ ସେ କମେଣ୍ଟେଟର ଚୟନ ହୋଇଥିଲେ । ଏବେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ସିରିଜରେ ସ୍କାଏ ସ୍ପୋର୍ଟ୍ସ ଅଫିସିଆଲ କମେଣ୍ଟ୍ରୀ ଟିମରେ ରହିଛନ୍ତି କାର୍ତ୍ତିକ । ତେବେ ବିବାଦୀୟ କମେଣ୍ଟ ପରେ ଅନେକ ଫ୍ୟାନ୍ସ ତାଙ୍କୁ ସମାଲୋଚନା କରିଥିଲେ ।

ଦିନେଶ କାର୍ତ୍ତିକ ଟିମ ଇଣ୍ଡିଆ ପକ୍ଷରୁ 26ଟି ଟେଷ୍ଟ, 94ଟି ଅନ୍ତର୍ଜାତୀୟ ଦିନିକିଆ ଓ 32ଟି ଟି-20 ମ୍ୟାଚ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.