ETV Bharat / sports

IPL 2022: ଚେନ୍ନାଇରେ ପହଞ୍ଚିଲେ ମାହି, ଖେଳାଳି ନିଲାମ ପୂର୍ବରୁ କରିବେ ମାଷ୍ଟରପ୍ଲାନ - ମହେନ୍ଦ୍ର ସିଂହ ଧୋନି

ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ମେଗା ଖେଳାଳି ନିଲାମ ବେଙ୍ଗାଲୁରୁରେ ଫେବୃଆରୀ ୧୨ ଓ ୧୩ରେ ଅନୁଷ୍ଠିତ ହେବ । ନିଲାମ କାର୍ଯ୍ୟକ୍ରମକୁ ଏକ ସପ୍ତାହ ବାକି ଥିବାବେଳେ, ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଚେନ୍ନାଇରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

Dhoni arrives in Chennai weeks ahead of IPL 2022 mega auction
IPL 2022: ଖେଳାଳି ନିଲାମର ସପ୍ତାହେ ପୂର୍ବରୁ ଚେନ୍ନାଇରେ ପହଞ୍ଚିଲେ ଧୋନି
author img

By

Published : Jan 28, 2022, 4:19 PM IST

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ମେଗା ଖେଳାଳି ନିଲାମ ବେଙ୍ଗାଲୁରୁରେ ଫେବୃଆରୀ ୧୨ ଓ ୧୩ରେ ଅନୁଷ୍ଠିତ ହେବ । ନିଲାମ କାର୍ଯ୍ୟକ୍ରମକୁ ଏକ ସପ୍ତାହ ବାକି ଥିବାବେଳେ, ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଚେନ୍ନାଇରେ ପହଞ୍ଚିଛନ୍ତି । ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଧୋନିଙ୍କୁ ୧୨ କୋଟିରେ ନିଲାମ ପୂର୍ବରୁ ରିଟେନ କରିଛି ।

ଏହାମଧ୍ୟ ପଢନ୍ତୁ: ରଣଜୀ ଟ୍ରଫି ପାଇଁ BCCIର ଗ୍ରୀନ ସିଗନାଲ୍‌, ଏଥର ଦୁଇଟି ପର୍ଯ୍ୟାୟ

ସୂଚନା ଅନୁଯାୟୀ, ନିଲାମ ବିଷୟରେ ଆଲୋଚନା କରିବାକୁ ଧୋନି ଚେନ୍ନାଇରେ ପହଞ୍ଚିଛନ୍ତି । ନିଲାମରେ ସେ ଉପସ୍ଥିତ ରହିପାରନ୍ତି । ମାତ୍ର ଏନେଇ ଶେଷ ନିଷ୍ପତ୍ତି ମାହିଙ୍କ ଉପରେ ନ୍ୟସ୍ତ କରିଛି ଫ୍ରାଞ୍ଚାଇଜ । IPL 2022 ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(CSK) ୪ଜଣ ଖେଳାଳି, କ୍ୟାପଟେନ ଧୋନିଙ୍କ ସମେତ ରବିନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ବାଡ ଓ ମୋଇନ ଅଲୀଙ୍କୁ ରିଟେନ କରିଛି । ଜାଡେଜାଙ୍କୁ ୧୬ କୋଟି, ଧୋନିଙ୍କୁ ୧୨ କୋଟି, ଅଲୀଙ୍କୁ ୮ କୋଟି ଓ ଗାଏକ୍ବାଡଙ୍କୁ ୬ କୋଟି ଟଙ୍କାରେ ରିଟେନ କରିଛି CSK ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.