ETV Bharat / sports

ପ୍ରଶଂସକଙ୍କୁ ଡେଭନ କନୱେଙ୍କ ନୂଆ ବର୍ଷ ଭେଟି, ହାସଲ କଲେ ବର୍ଷର ପ୍ରଥମ ଶତକ

ବର୍ଷ ଆରମ୍ଭରୁ ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କଲେ ନ୍ୟୁଜିଲାଣ୍ଡ କ୍ରିକେଟର ଡେଭନ କନୱେ । ଅଧିକ ପଢନ୍ତୁ

author img

By

Published : Jan 2, 2023, 8:04 PM IST

ଡେଭନ କନୱେ
ଡେଭନ କନୱେ

ହାଇଦ୍ରାବାଦ: ପ୍ରଶଂସକଙ୍କୁ ନୂଆ ବର୍ଷର ଭେଟି ଦେଲେ ନ୍ୟୁଜିଲାଣ୍ଡ କ୍ରିକେଟର ଡେଭନ କନୱେ । ସେ ବର୍ଷ ଆରମ୍ଭରୁ ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି । ବର୍ଷ ୨୦୨୩ ଆରମ୍ଭ ହୋଇସାରିଛି । ଜାନୁଆରୀ ୨ ତାରିଖରୁ ଚଳିତ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ ସିଜିନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ହିଁ ଫ୍ୟାନ୍ସଙ୍କୁ ଶତକୀୟ ପାଳି ଦେଖିବାକୁ ମିଳିଛି ।

କରାଚିରେପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ଏହି ସିରିଜରେ ଦ୍ବିତୀୟ ଇନିଂସର ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ ଓପନର ଡେଭନ କନୱେ ଶତକୀୟ ଇନିଂସ ଖେଳିଛନ୍ତି । ଯାହା ୨୦୨୩ର ପ୍ରଥମ ଅନ୍ତର୍ଜାତୀୟ ଶତକ । ଟେଷ୍ଟ କ୍ରିକେଟରେ ଡେଭନ କନୱେଙ୍କର ଏହା ଚତୁର୍ଥ ଶତକ । ବର୍ଷ ଆରମ୍ଭରୁ ଅନ୍ତର୍ଜାତୀୟ କ୍ରିକେଟରେ ଶତକୀୟ ପାଳି ଖେଳି ସେ ଏହି ଉପଲବ୍ଧି ହାସଲ କରିଛନ୍ତି ।

ପାକିସ୍ତାନ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଡେଭନ କନୱେ ୯୨ ରନ କରି ଆଉଟ ହୋଇଯାଇଥିଲେ । ଶତକ ହାସଲ କରିବାରେ ବିଫଳ ରହିଥିଲେ କନୱେ । ସେହିପରି ଦ୍ବିତୀୟ ଇନିଂସରେ ୧୬ ବଲରୁ ୧୮ ରନ କରିଥିଲେ । ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ନିଜର ଜଲୱା ଦେଖାଇଛନ୍ତି ଡେଭନ କନୱେ । ସେ ୧୯୧ ବଲରୁ ୧୬ଟି ଚୌକା ଓ ଗୋଟିଏ ଛକା ସହିତ ୧୨୨ ରନ କରି ଆଉଟ୍‌ ହୋଇଛନ୍ତି । ସେପଟେ ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ୱିକେଟ ଅପସାରଣ ବେଳକୁ କିୱି ଦଳ ୬ ୱିକେଟ ହରାଇ ୩୦୯ ରନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.