ETV Bharat / sports

ସେମିରେ ହାରିଲା ଭାରତ, ସୋସିଆଲ ମିଡିଆ ପୋଷ୍ଟରେ ଏମିତି କହିଲେ ହାର୍ଦ୍ଦିକ

ଇଂଲଣ୍ଡ ବିପକ୍ଷରେ ୧୦ ୱିକେଟ ପରାଜିତ ହେବାପରେ ପ୍ରତିକ୍ରିୟା ଦେଇଛନ୍ତି ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବାକୁ ସେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Nov 10, 2022, 10:56 PM IST

Devastated, gutted, hurt hardik pandya post in social media after India lost to england in t20 world cup
ସେମିରେ ହାରିଲା ଭାରତ, ସୋସିଆଲ ମିଡିଆ ପୋଷ୍ଟରେ ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷରେ ଭାରତ ୧୦ ୱିକେଟ ପରାଜିତ ହେବାପରେ ପ୍ରତିକ୍ରିୟା ଦେଇଛନ୍ତି ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଇଂଲଣ୍ଡ ବିପକ୍ଷରେ ପରାଜୟକୁ ନେଇ ସେ ଦୁଃଖିତ ବୋଲି କହିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବାକୁ ସେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ବୋଲି କହିଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା ଟ୍ବିଟ୍‌ କରି ଲେଖିଛନ୍ତି, "ଆଜି ମ୍ୟାଚ୍‌ର ଫଳାଫଳକୁ ନେଇ ମୁଁ ଦୁଃଖିତ ଓ ମର୍ମାହତ । ଆମେ ଗୋଟିଏ ଟିମ୍‌ ଭାବରେ ଆମେ ଖେଳିଛୁ । ଏହାକୁ ନେଇ ମୁଁ ଖୁବ ଏନଜୟ କରିଛି । ପ୍ରତ୍ୟେକ ସୋପାନରେ ଆମେ ପରସ୍ପର ପାଇଁ ଲଢ଼ିଛୁ । ଏଥିରେ ଆମ ଟିମ୍‌ର ଅନ୍ୟ ଷ୍ଟାଫ୍‌ ମଧ୍ୟ ମଧ୍ୟ ସହ କରିଥିଲେ । ଆମେ ଖୁବ ପରିଶ୍ରମ କରିଥିଲୁ । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ।"

ଆଉ ଏକ ଟ୍ବିଟ୍‌ କରି ହାର୍ଦ୍ଦିକ ପାଣ୍ଡ୍ୟା ଲେଖିଛନ୍ତି, "ଆମକୁ ପ୍ରତ୍ୟେକ ମ୍ୟାଚ୍‌ରେ ସମର୍ଥନ କରିଥିବାରୁ ଆମ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ । ଖେଳ ଫଳାଫଳ ଏହା ହେବ ତାହା ଆମେ ଭାବିନଥିଲୁ । ଆମେ ଲଢ଼େଇ ଜାରି ରଖିବୁ ।"

ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ୍‌ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ବ୍ୟାଟିଂ କରିଥିଲେ । ସେ ୩୩ଟି ବଲ୍‌ରେ ୬୩ ରନ୍‌ କରି ଆଉଟ ହୋଇଥିଲେ । ଟି୨୦ ବିଶ୍ବକପ୍‌ ୨୦୨୨ରେ ହାର୍ଦ୍ଦିକ ପାଣ୍ଡ୍ୟା ଭଲ ପ୍ରଦର୍ଶନ କରିଛନ୍ତି । ସେ ୬ଟି ମ୍ୟାଚ୍‌ରେ ୨୫.୬୦ ହାରରେ ୧୨୮ ରନ୍‌ କରିଛନ୍ତି । ତା ସହିତ ସେ ୮ଟି ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ଭାରତ ପକ୍ଷରୁ ଦ୍ବିତୀୟ ସର୍ବାଧିକ ୱିକେଟ ଅକ୍ତିଆର କରଛନ୍ତି । ସର୍ବାଧିକ ଅର୍ଶଦୀପ ସିଂହ ୱିକେଟ ଅକ୍ତିଆର କରିଛନ୍ତି ।

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଭାରତ ଅତି ଧିମା ଆରମ୍ଭ କରିଥିଲା । ଇଂଲଣ୍ଡକୁ ୧୬୯ ରନ୍‌ ଟାର୍ଗେଟ୍‌ ଦେଇଥିଲା ଭାରତ । ଏଥିପାଇଁ ଭାରତ ୬ଟି ୱିକେଟ ହରାଇଥିଲା । ଜବାବରେ ଇଂଲଣ୍ଡ ମାତ୍ର ୧୬ ଓଭରରେ ଟାର୍ଗେଟ ହାସଲ କରିନେଇଥିଲା । ଭାରତୀୟ ବୋଲର ଗୋଟିଏ ମଧ୍ୟ ୱିକେଟ ନେଇ ପାରିନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.